ଆଜି ସଂକ୍ଷେପରେ…(୨୧/୯)

୧-ନବରଙ୍ଗପୁରରେ ୬୦ ବର୍ଷର ବୃଦ୍ଧ ୫ ବର୍ଷ ବନ୍ଦ କୋଠରୀରେ ରହିବା ଘଟଣା: ୱେବ୍‌ନ୍ୟୁଜ ‘ନବୋଦୟ.ଇନ୍‌’ ରେ ଘଟଣା ପ୍ରକାଶ ପାଇବା ପରେ ସାମାଜିକ କର୍ମକର୍ତ୍ତାଙ୍କ ହସ୍ତକ୍ଷେପ ପରେ ତେନ୍ତୁଳିଖୁଣ୍ଟି ବିଡିଓ ଅକ୍ଷମିତା କାର୍ତ୍ତିକ ସହାୟତାର ହାତ ବଢ଼ାଇଲେ । ବୃଦ୍ଧଙ୍କର ଚିକିତ୍ସା କରିବା ସହ ୭୨ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ ସିଡିଏମଓଙ୍କୁ ଆଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

୨-ସଂସଦରେ କୃଷି ବିଲ୍ ପାସ ହେବା ନେଇ ବିହାର ନିର୍ବାଚନରେ ଜେଡିୟୁ ଓ ବିଜେପି ମଧ୍ୟରେ ହୋଇପାରେ ଫାଟ ।

୩-ଆଦିବାସୀ ଝିଅ ନମିତାଙ୍କ ସ୍ୱପ୍ନ ସତ କଲେ ବର୍ଷା – ପ୍ରେମ ଆନନ୍ଦଙ୍କ ନିର୍ଦ୍ଦେଶନାରେ ରେକର୍ଡିଂ ହେଲା ପ୍ରଥମ ଗୀତ।

୪-ଓଡ଼ିଶା ପୋଲିସ୍‌ର ଦ୍ୱିତୀୟ ଆଇସୋଲେସନ୍ ସେଣ୍ଟର କଟକର ୬ଷ୍ଠ ବଟାଲିୟନ୍ ପରିସରରେ ଆରମ୍ଭ ହୋଇଥିବା ରାଜ୍ୟ ପୋଲିସ୍ ମହା ନିର୍ଦ୍ଦେଶକ ସୂଚନା ଦେଲେ ।

୫-ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ; ୨୩ ପର୍ଯ୍ୟନ୍ତ ରାଜ୍ୟରେ ଅତିପ୍ରବଳ ବର୍ଷା; ଜାରି ହେଲା ରେଡ୍‌ ଓ୍ଵାର୍ଣ୍ଣିଂ।

୬-ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କଲା ପାକିସ୍ତାନ।

୭-ଆଇପିଏଲ-୧୩: ସୁପର ଓଭରରେ କିଙ୍ଗସ୍‌ ଇଲେଭେନ ପଞ୍ଜାବକୁ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ।

୮-ରାଜ୍ୟସଭାରେ ପାସ ହେଲା କୃଷି ବିଲ : ଦୁଇଟି ବିଲ ଧ୍ୱନିମତରେ ପାସ୍ ହୋଇଛି ; ଗୃହରେ ହଙ୍ଗାମା କଲେ ବିରୋଧୀ ସାଂସଦ।

୯-ଜିଏସ୍‌ଟି କ୍ଷତିପୂରଣ: ଋଣ ପ୍ରସ୍ତାବରେ ୨୧ ରାଜ୍ୟ ରାଜି, ୯୭ ହଜାର କୋଟି ପ୍ରସ୍ତାବକୁ ଗ୍ରହଣ କଲେ।

୧୦-ବରଗଡ଼ ସହର ଉପକଣ୍ଠସ୍ଥ କଟାପାଲି ଗ୍ରାମର ଅନିଲ ମେହେର। ଶନିବାରଠାରୁ ଆରମ୍ଭ ହୋଇଥିବା ଆଇପିଏଲ୍‌ରେ ସେ ଗ୍ରାଫିକ୍ସ ଅପରେଟର୍‌ ଭାବେ ପଦାର୍ପଣ କରିଛନ୍ତି।😎

୧୧-ବିଦେଶୀ ଚାନ୍ଦା ସଂଗ୍ରହ ଆଇନରେ ହେବ ସଂଶୋଧନ, NGO ପଞ୍ଜିକରଣ ଲାଗି ଆଧାର ହେବ ଜରୁରି।

୧୨-କୋଭିଡ୍‌-୧୯ ହସ୍ପିଟାଲ୍‌ ଇନ୍‌ସ୍ପେକ୍‌ସନ୍ ଲାଗି କମିଟି ଗଠନ କଲେ କେନ୍ଦ୍ର ସରକାର।

୧୩-ବହି ବଜାରକୁ କରୋନା ପାହାର, ବିକ୍ରି ୭୫% କମିଛି।

୧୪. ମତେ ଯେତେ ମାଠିବୁ ମାଠ… ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ବେପରୁଆ ନୀତି, ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବଜାର ବୁଲିଲେ ରୋଗୀଙ୍କ ସମ୍ପର୍କୀୟ।
୧୫.ଭାରତ ଅକ୍ତିଆରରେ ଏବେ ଦକ୍ଷିଣ ପେଙ୍ଗୋଙ୍ଗର ୬ରୁ ଅଧିକ ପାହାଡ଼,ଚୀନ୍‌ର ବ୍ଲାକ୍ ଟପ ଓ ହେଲମେଟ୍ ଟପ୍।
୧୬. ଭୁବନେଶ୍ୱର : ରବିବାର ଛୁଟି ଓ ବର୍ଷା ସତ୍ତ୍ୱେ କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ କମିସନରେଟ୍ ପୋଲିସ୍‌ ୫୭୮୪ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୧୦ ଟି ଦୋକାନକୁ ସିଲ୍ କରିଥିବା ସୂଚନା ।

୧୭. ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ଶୁଦ୍ଧ ସୁଆର ନିଯୋଗ ସଂପାଦକ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଗତକାଲି ପରଲୋକ ଘଟିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୧/୯)