ଆଜି ସଂକ୍ଷେପରେ…(୨୧/୮)


୧-ସ୍ବଚ୍ଛ ସର୍ଭେକ୍ଷଣ ୨୦୨୦ ରିପୋର୍ଟ: କ୍ରମାଗତ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ପାଇଛି ସବୁଠାରୁ ସ୍ବଚ୍ଛ ସହରର ମାନ୍ୟତା।ଦ୍ୱିତୀୟ ସ୍ଥାନରେ ଗୁଜରାଟର ସୁରଟ ଏବଂ ତୃତୀୟ ସ୍ଥାନରେ ମହାରାଷ୍ଟ୍ରର ନଭି ମୁମ୍ବାଇ ।

୨-ସ୍ୱଚ୍ଛ ସର୍ବେକ୍ଷଣରେ ଓଡ଼ିଶାକୁ ୨ଟି ବର୍ଗରେ ଶ୍ରେଷ୍ଠ ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ଅଗ୍ରଗାମୀ ରାଜ୍ୟ ଭାବେ ପୁରସ୍କୃତ ହୋଇଛି ଓଡ଼ିଶା। ତା ସହିତ ମଧ୍ୟମ ବର୍ଗରେ ବ୍ରହ୍ମପୁର ଶ୍ରେଷ୍ଠ ସହର ଭାବେ ଚିହ୍ନଟ ହୋଇଛି।

୩-କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜ (ଇସିଏଲଜିଏସ)ରେ ଦିଆଯାଇଛି ଏକ ଲକ୍ଷ କୋଟିରୁ ଅଧିକ ଋଣ; ଚଳିତ ମାସ ସୁଦ୍ଧା ଓଡ଼ିଶାକୁ ମିଳିଛି ୧,୬୧୭.୬୦ କୋଟି ଟଙ୍କା।

୪-ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରୋନା, ଏବେ ହୋମ୍ କ୍ବାରେଣ୍ଟାଇନ୍‌ରେ।

୫-ରାଜ୍ୟ ସରକାର ଦେଲେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ତାଲିକା : ଏଯାଏ କରୋନାରେ ଗଲାଣି ୩୬ ଜଣ କରୋନା ଯୋଦ୍ଧାଙ୍କ ଜୀବନ, ଗଂଜାମରେ ସର୍ବାଧିକ ୨୯ ଜଣ; ମୃତକଙ୍କ ମଧ୍ୟରେ ଅଛନ୍ତି ୧୧ ଶିକ୍ଷକ ଓ ୯ ପୁଲିସ କର୍ମଚାରୀ।

୬-ଏକାଧିକ ପ୍ୟାନ୍‌ କାର୍ଡ ରଖିଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଆୟକର ବିଭାଗ।

୭-କମୁଛି ସଂକ୍ରମଣ ହାର : ଶ୍ରେଷ୍ଠ ୬ ରାଜ୍ୟ ମଧ୍ୟରେ ଓଡ଼ିଶା, ଜାତୀୟ ହାରଠାରୁ ଯଥେଷ୍ଟ କମ୍।

୮-କୋଝିକୋଡେ ବିମାନ ଦୁର୍ଘଟଣାରେ ଉଦ୍ଧାରକାର୍ଯ୍ୟ କରିଥିବା ୨୬ ସ୍ୱେଚ୍ଛାସେବୀ କୋଭିଡ ସଂକ୍ରମିତ, ୨୧ ସରକାରୀ ଅଧିକାରୀ ମଧ୍ୟ କରୋନା ପଜିଟିଭ୍।

୯-ସେପ୍ଟେମ୍ବର ୧ରୁ ବଢ଼ିବ ବିମାନ ଟିକେଟର ଦାମ, ଘୋଷଣା କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।

୧୦-କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ କରିବାକୁ ସିଧାସଳଖ ମନାକଲା ସାଉଦି ଆରବ।

୧୧-ବିଶ୍ୱବ୍ୟାପୀ ଧିମାପଡ଼ିଲା ଗୁଗୁଲ : ଜି-ମେଲ ଯାଉନି ମେସେଜ୍, ଲୋକେ ହନ୍ତସନ୍ତ।

୧୨-ଗଣେଶ ପୂଜା ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ପ୍ରସଙ୍ଗ : ସ୍ଥାନୀୟ ଅଧିକାରୀଙ୍କ ଉପରେ ନିଷ୍ପତି ଛାଡିଲେ କୋର୍ଟ, ଟୁଇନସିଟିରେ ମଣ୍ଡପରେ ଗଣେଶ ପୂଜା କରିବା ଦାବିରେ ହୋଇଥିଲା ମାମଲା।

୧୩-ସୁଶାନ୍ତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ପାଇଁ ୩ଟି ଟିମ ଗଠନ କଲା ସିବିଆଇ;

୧୪-ପିପିଇ କିଟ୍ ପିନ୍ଧି ମଶାଣୀରେ ମୃତ ସ୍ୱାମୀଙ୍କ ମୁହଁରେ ମୁଖାଗ୍ନୀ ଦେଲେ ସ୍ତ୍ରୀ, ମହାମାରୀବେଳେ ମାଥିଲିରୁ ଆସିଲା ହୃଦୟ ବିଦାରକ ଦୃଶ୍ୟ…।

୧୫-କରୋନା ସତ୍ତ୍ୱେ ରେଳବାଇ ନିଜର ମାଲ ପରିବହନ ପରିମାଣକୁ ଗତବର୍ଷ ସ୍ତରରେ ପହଞ୍ଚାଇ ପାରିଛି।

୧୬- ଆଗକୁ ଆସୁଛି ବଡ଼ ବର୍ଷା,୨୩ରୁ ବଢିବ, ୨୪ରେ ପ୍ରବଳ ବର୍ଷା ସମ୍ଭାବନା। ଏଇ ଲଘୁଚାପ ଆଣିପାରେ ବନ୍ୟା

୧୭- ଆଜି ଠାରୁ +୨ ନାମଲେଖାପାଇଁ ଅନଲାଇନରେ ଆବେଦନ। Website ହେଲା – www.samsodisha.gov.in

୧୮- ଆଉ ୧୬୪୧ କରୋନା ଆକ୍ରାନ୍ତ ସୁସ୍ଥ : ୪୮ ହଜାର ଟପିଲା ଆରୋଗ୍ୟଙ୍କ ସଂଖ୍ୟା

୧୯- ଭୁବନେଶ୍ୱର: ପୁଣି ସାଇବର ଠକେଇ, ବ୍ୟାଙ୍କ ଆକାଉଣ୍ଟରୁ ୫ଲକ୍ଷ ଟଙ୍କା ଗାଏବ

୨୦- ସରପଞ୍ଚଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ: କେନ୍ଦ୍ରାପଡାର ପ୍ରତି ବ୍ଲକ୍‌କୁ ମିଳିବ ଭେଣ୍ଟିଲେଟର ବ୍ୟବସ୍ଥା ସହ ଆମ୍ବୁଲାନ୍ସ

୨୧- ଲଘୁଚାପ ବର୍ଷା: ଫୁଲୁଛି ବୈତରଣୀ ନଦୀ, ବିପଦ ସଂକେତ ଟପିଲା ଜଳକା

୨୨- ଭୁବନେଶ୍ୱର ମଧ୍ଯ MLA ଅନନ୍ତ ନାରାୟଣ ଜେନା କରୋନା ପଜିଟିଭ୍

୨୩- ୪୫ ଜଣ ସଚିବ ଓ ୪୧ ଜଣଙ୍କୁ ବିଜେଡିର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦେଲେ ସଭାପତି ନବୀନ ପଟ୍ଟନାୟକ

୨୪- ଆରମ୍ଭ ହେଲା ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ କାର୍ଯ୍ୟ

୨୫- ଧୋନିଙ୍କୁ ଚିଠି ଲେଖିଲେ ମୋଦୀ ; ଅବସରକୁ ନେଇ ଭାରତୀୟ ନିରାଶ, ଶାନ୍ତ ସ୍ବଭାବ ଯୁବପିଢିଙ୍କ ପାଇଁ ସବୁଠୁ ବଡ ଶିକ୍ଷା

୨୬- ଚୀନର ୭ ଏୟାର ବେସରେ ବଢ଼ୁଛି ଗତିବିଧି, ଭାରତୀୟ ସେନା ସଜାଗ

୨୭-ରାଜ୍ୟ ସରକାରଙ୍କର ନିର୍ଦ୍ଦେଶନାମା ଆଧାରରେ ଚଳିତବର୍ଷ କରୋନା ପାଇଁ ସାମୂହିକ ଗଣେଶ ପୂଜା ବନ୍ଦ ।

୨୮-ସରକାର ଏକ ସ୍ୱତନ୍ତ୍ର ପରିପୂର୍ଣ୍ଣତା ଅଭିଯାନ ଆରମ୍ଭ ।୧.୨୨ କୋଟି କିଷାନ କ୍ରେଡିଟ କାର୍ଡ଼ ମଞ୍ଜୁର : ମୋଟ ଋଣ ସୀମା ୧,୦୨,୦୬୫ କୋଟି ଟଙ୍କା କରିହେବ ।

୨୯-ଦିଲ୍ଲୀରେ ପ୍ରବଳ ବର୍ଷା, ଗୁରୁଗାଓଁରେ ଧସିଗଲା ୪ ମହଲା କୋଠା ।

୩୦-ଦ୍ୱାଦଶ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ୨୨ ହଜାର ଛାତ୍ରୀଙ୍କୁ ‘ପ୍ରଜ୍ଞା ଭାରତୀ’ ଯୋଜନାରେ ସ୍କୁଟି ଦେବେ ଆସାମ ସରକାର । ଏ ନେଇ ଶିକ୍ଷା ମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ସୂଚନା ।

୩୧-‘ଲକ୍ଷାଧିକ ଓଡ଼ିଆଙ୍କ ଜୀବନକୁ ପରିବର୍ତ୍ତନ କରିବ ଡିଜିଟାଲ୍‌ ଇଣ୍ଡିଆ’ ,ଓଡ଼ିଶାର ୧୬ଟି ଜିଲ୍ଲାର ୩୨୯୧ ପଞ୍ଚାୟତକୁ ବିଶ୍ୱର ସର୍ବବୃହତ୍ତ ଗ୍ରାମୀଣ ବ୍ରଡ୍‌ବ୍ୟାଣ୍ଡ୍‌ ସଂଯୋଗ ପ୍ରକଳ୍ପ ଭାରତନେଟ୍‌ ଜରିଆରେ ଅପଟିକାଲ୍ ଫାଇବର କେବୁଲ ସହ ଯୋଡ଼ା ହୋଇଛି।

୩୨-ଅନ୍‌ଲାଇନ୍‌ ଶିକ୍ଷାର ଅଜଣା ଦିଗ: ୨୭% ବିଦ୍ୟାର୍ଥୀଙ୍କ ଫୋନ୍‌ ନାହିଁ, ୨୮% ଭୋଗୁଛନ୍ତି ବିଜୁଳି ସମସ୍ୟା । ଏକ ସର୍ବେକ୍ଷଣରେ ସାମିଲ ହୋଇଥିବା ୩୪,୦୦୦ ଜଣ ଅଂଶଗ୍ରହଣକାରୀଙ୍କ ମତାମତରୁ ଜଣାପଡ଼ିଛି।

୩୩-ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନ ମନ୍ତ୍ରୀ ଶେଖ ରସିଦ, କହିଲେ- ‘ପରମାଣୁ ବୋମାରେ ମୁସଲମାନଙ୍କର କିଛି କ୍ଷତି ହେବ ନାହିଁ’ ।

୩୪-ସ୍ୱାଧୀନତା ଲାଗି ଚୀନ୍ ବିରୋଧରେ ସିନଜିଆଙ୍ଗର ଶ୍ୱର ଉତ୍ତୋଳନ, ସହଯୋଗ ଲାଗି ବିଶ୍ୱ ସମୂଦାୟଙ୍କୁ କରିଲେ ନିବେଦନ ।

୩୫-ସିରିଜ ବିଜୟ ଲକ୍ଷ୍ୟରେ ଇଂଲଣ୍ଡ, ଇଂଲଣ୍ଡ-ପାକିସ୍ତାନ ତୃତୀୟ କ୍ରିକେଟ ଟେଷ୍ଟ ଆଜିଠାରୁ ସ୍ଥାନୀୟ ରୋଜବାଓଲ ଷ୍ଟାଡିୟମରେ ଆରମ୍ଭ ହେବ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୧/୮)