ଆଜି ସଂକ୍ଷେପରେ…(୨୧/୭)

୧-ପୁଣି ବଢିଲା ଡିଜେଲ ଦର, ଭୁବନେଶ୍ୱର ରେ ୧୨ ପଇସା ବଢ଼ି ୭୯.୭୩ ଟଙ୍କା ଛୁଇଁଲା । ରାଷ୍ଟ୍ରାୟତ୍ତ ସଂସ୍ଥା ଇଣ୍ଡିଆନ ଅଏଲ ପକ୍ଷରୁ ସୂଚନା ।*
୨-ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା, ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ କରାଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା ।*

୩- IITରେ ନାମ ଲେଖା କୋହଳ, ଯୁକ୍ତ ଦୁଇରେ ୭୫%ବାଧ୍ଯତାମୂଳକ ନୂହେଁ।

୪-କଟକରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା କମିଛି: CMC କମିଶନର।

୫-କ୍ରାନ୍ତି ଦିବସରେ ଓଡ଼ିଶାର ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ମିଳିବ ରାଷ୍ଟ୍ରପତି ସମ୍ମାନ।

୬-ମାଲକାନଗିରି:ପୋଲିସ ସୂଚନାଦାତା ସନ୍ଦେହରେ ୧୨ ଗ୍ରାମବାସୀଙ୍କୁ ମାଡ ମାରି ଗାରୁଁ ତଡି ଦେଲେ ମାଓବାଦୀ।

୭-କଟକରେ ବନ୍ଦ ହେବ ଗଣେଶ ପୂଜା, ସାମୂହିକ ପୂଜା ବନ୍ଦ ହେବା ନେଇ ଶାନ୍ତି କମିଟି ଓ କମିଶନରେଟ ପୋଲିସର ପକ୍ଷରୁ ନିଷ୍ପତ୍ତି।

୮-ରାଜ୍ୟରେ ପ୍ଲାଜମା ଥେରାପି ସଫଳ, ପ୍ଲାଜମା ଦେବାକୁ ଆଗେଇ ଆସିଲେ NDRFର ୮୦ ଯବାନ।

୯-ସଂକ୍ରମଣକୁ ବ୍ରେକ ଲଗାଇବା ପାଇଁ ଜିଲ୍ଲାପାଳଙ୍କ ପଦକ୍ଷେପ, ୨୦ ରୁ ୩୧ ତାରିଖ ପର୍ଯ୍ୟନ୍ତ ଭଦ୍ରକରେ ତାଲାବନ୍ଦ।

୧୦-ଗ୍ରାହକଙ୍କୁ ଠକିବା ଏବେ ପଡିବ ମହଙ୍ଗା, ଦେଶରେ ଆଜିଠୁ ଲାଗୁ ହେବ ନୂଆ ଉପଭୋକ୍ତା ଆଇନ।

୧୧-ବନ୍ୟାରେ ହାହାକାର ଆସାମ: ୨୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ, ଗଲାଣି ୮୪ ଜଣଙ୍କ ଜୀବନ, ସହାୟତାର ଭରସା ଦେଲେ ପ୍ରଧାନମନ୍ତ୍ରୀ।

୧୨-ଚୀନକୁ ଭାରତଠାରୁ ବି ବଡ଼ ଝଟ୍‌କା ​‌ଦେବ ଜାପାନ , ସବୁ କମ୍ପାନୀକୁ ଚୀନରୁ ଫେରିଆସିବାକୁ କହିଲା।

୧୩-ଟାର୍ଗେଟ୍‌ରେ ଚୀନ: ୯୦ ଲଢୁଆ ବିମାନ, ୩୦୦୦ ନୌସୈନିକ ସହିତ ଆଣ୍ଡାମାନ ନିକୋବର ପହଞ୍ଚିଲା ଆମେରିକା ଯୁଦ୍ଧ ଜାହାଜ।

୧୪-ଓଡିଶାର ୧୦ ସ୍ୱାଧୀନତା ସଂଗ୍ରାମୀ ହେବେ ସମ୍ମାନିତ । ଅଗଷ୍ଟ ୯ରେ ସମ୍ମାନିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । କରୋନା କଟକଣା ପାଇଁ ସଂଗ୍ରାମୀ ଯିବେନି ରାଷ୍ଟ୍ରପତି ଭବନ।

୧୫-ସୀମାରେ ପୁଣି ଥରେ ଭାରତୀୟଙ୍କ ଉପରେ ଗୁଳିମାଡ କଲା ନେପାଳ ପୋଲିସ୍, ଜଣଙ୍କ ଅବସ୍ଥା ଗୁତୁତର ।

୧୬-ଓଡିଶାରେ ସଫଳ ହେଲା ପ୍ଲାଜମା ଥେରାପି । ସୁସ୍ଥ ହେଉଛନ୍ତି ୬ରୁ ୪ଜଣ ଗୁରୁତର ଆକ୍ରାନ୍ତ ରୋଗୀ, ଏପରିକି ଏବେ ଦରକାର ପଡୁନାହିଁ ଅମ୍ଲଜାନ, ୬ଜଣଙ୍କ ମଧ୍ୟରୁ ୪ ସୁସ୍ଥ, ୨ଜଣ ସ୍ଥିର ।

୧୭-ବୈଜୟନ୍ତୀ ମୁଭିଜ୍ ଭାରତୀୟ ସିନେମାରେ ତା’ର ୫୦ ବର୍ଷ ପୂର୍ତ୍ତି ଅବସରରେ ଉଭୟ ପ୍ରଭାସ ଓ ଦୀପିକା ନିଜର ଆଗାମୀ ଫିଲ୍ମରେ ଏକାଠି କାମ କରିବେ।

୧୮-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସାଜନପୁର ଗ୍ରାମର ବାସୁଦେବ ମହାପାତ୍ର ନାମକ ଜଣେ ଚାଷୀଙ୍କ ଜମିରୁ ଏକ ହଳଦିଆ ରଙ୍ଗର ବିରଳ କଇଁଛ ଉଦ୍ଧାର କରାଯାଇଛି।

୧୯-ମୟୁରଭଞ୍ଜରୁ ସାଢ଼େ ୩ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ ।

୨୦-ଆଜି ଠାରୁ ଅଖିଳ ଭାରତ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମସ)ରେ ଦେଶର ପ୍ରଥମ କରୋନା ଟିକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ ଆରମ୍ଭ ହେବ।

୨୧-ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସହିତ ରାଉରକେଲା ସହରରେ ସୋମବାରଠୁ ୨ଟା ଯାଏ ବ୍ୟାଙ୍କ ଖୋଲା ରହିବ।

୨୨-ରବିବାର ମୋଟ ୭୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୪୩୭ ହୋଇଛି। ରାଜ୍ୟରେ ସୁସ୍ଥ ହେଲେ ପୁଣି ୫୧୫ କରୋନା ଆକ୍ରାନ୍ତ ।ବର୍ତ୍ତମାନ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୨୪୫୨ରେ ପହଞ୍ଚିଛି।

୨୩-ମୋଦିଙ୍କ ଟ୍ୱିଟର ହ୍ୟାଣ୍ଡେଲକୁ ଏବେ ୬୦ ମିଲିୟନ ଅର୍ଥାତ୍ ୬ କୋଟି ଲୋକ ଫଲୋ କରୁଛନ୍ତି।

୨୪-ଟାର୍ଗେଟ୍‌ରେ ଚୀନ: ୯୦ ଲଢୁଆ ବିମାନ, ୩୦୦୦ ନୌସୈନିକ ସହିତ ଆଣ୍ଡାମାନ ନିକୋବର ପହଞ୍ଚିଲା ଆମେରିକା ଯୁଦ୍ଧ ଜାହାଜ

୨୫-ଜଣେ ୮୦ ବର୍ଷୀୟ ବୃଦ୍ଧା, ଯିଏ ମାସିକ ୧୪୦୦୦ ଟଙ୍କା ରୋଜଗାର କରନ୍ତି ବୋଲି ଦାବି କରନ୍ତି, ତାଙ୍କର ସ୍ଵିସ୍‌ ବ୍ୟାଙ୍କରେ ୧୯୬ କୋଟି ଟଙ୍କାର କଳାଧନ ଥିବା ଜଣା ପଡିଛି। 

୨୬-ଲକଡାଉନ୍ ଅଞ୍ଚଳରେ ସକାଳ ୮ଟାରୁ ଦିନ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ।

୨୭-ଭୁବନେଶ୍ୱର ପରେ ଆଜିଠାରୁ ଗଞ୍ଜାମର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ହେବ ପ୍ଲାଜମା ଥେରାପି,୨୫ କୋଟି ଟଙ୍କାର ସହାୟତା,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ।*

୨୮-ଆଜି ସକାଳ ୫ରୁ ୨୨ ତାରିଖ ମଧ୍ୟରାତ୍ର ଯାଏ ଦୁଇ ଦିନ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ୍‌,ଜିଲ୍ଲାପାଳଙ୍କ ସୂଚନା ।*

୨୯-ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡିସିନ୍‌ ସେବା । ଏଣିକି ରୋଗୀ ଡାକ୍ତରଙ୍କ ସହ ସିଧାସଳଖ ଫୋନ ରେ ଯୋଗାଯୋଗ କରି ରୋଗର ଉପଚାର ପାଇପାରିବେ।* 

୩୦-ରାଜ୍ୟ ସରକାରଙ୍କ ପରିବହନ କ୍ଷେତ୍ରରେ ପୁଣି ତିନି ମାସ ପାଇଁ ରିହାତି ଘୋଷଣା,ସାମୟିକ ଭାବେ କିଛି ନିର୍ଦ୍ଦିଷ୍ଟ ଷ୍ଟେଜ୍ ଓ କଣ୍ଟ୍ରାକ୍ଟ କ୍ୟାରେଜ ପରିବହନ ଉପରୁ ଟିକସ ଛାଡ଼ । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ସୂଚନା ।*

୩୧-ଏଣିକି ଦେଶରେ ମାତ୍ର ୪-୫ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରଖିବାକୁ ସରକାରଙ୍କ ବିଚାର ।*

୩୨-କୋରନା ଭାଇରସ ପ୍ରଭାବରେ ୧୦% କର୍ମଚାରୀଙ୍କୁ ଛଟେଇ କରିବାର ଇଣ୍ଡିଗୋ କମ୍ପାନିର ଘୋଷଣା ।*

୩୩-ଆସାମ ବନ୍ୟା ଉଦ୍‌ବେଗଜନକ ; ପାଣି ଘେରରେ ୨୪୦୦ ଗାଁ, ରିଲିଫ ଶିବିରରେ ୧.୫୪ ଲକ୍ଷ ଲୋକ ଆଶ୍ରୟ ।*

୩୪-ଭାରତ-ଆମେରିକା ମିଳିତ ନୌସମରାଭ୍ୟାସ, ୨୯ରେ ଅମ୍ବାଲା ଘାଟିରେ ମୁତୟନ ହେବ ୫ ରାଫେଲ ।*

୩୫-ମାଞ୍ଚେଷ୍ଟର,ଓ୍ବେଷ୍ଟଇଣ୍ଡିଜକୁ ୧୧୩ ରନରେ ପରାସ୍ତ କରି ଦ୍ୱିତୀୟ ଟେଷ୍ଟ କୁ କବଜା କଲା ଇଂଲଣ୍ଡ ।*

୩୬-Covid-19 ଯୋଗୁଁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି୨୦ ବିଶ୍ୱକପ୍‌ ସ୍ଥଗିତ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC ) ଦ୍ୱାରା ସୂଚନା ।*

୩୭-ଆ‌ଇପିଏଲ୍ ପାଇଁ ପଥ ପରିସ୍କାର, UAEରେ ଚଳିତବର୍ଷ ସେପ୍ଟେମ୍ବର ମାସ ୨୬ ତାରିଖ ରୁ ନଭେମ୍ବର ୮ ତାରିଖ ମଧ୍ୟରେ ୪୪ ଦିନ ଧରି ୬୦ ମ୍ୟାଚ୍ ଖେଳାଯିବ । BCCI ଆନୁଷ୍ଠାନିକ ଭାବରେ ଘୋଷଣା କରି ନଥିଲେ ମଧ୍ୟ ୪୪ ଦିନରେ ସାରିବାକୁ ନିଷ୍ପତ୍ତି ନେଇଛି ।

୩୮–ଆଗଧାଡିର କରୋନା ଯୋଦ୍ଧାଙ୍କ ପାଇଁ ସରକାରଙ୍କ ବଡ ଘୋଷଣା, କୋଭିଡ ହସ୍ପିଟାଲ ଡାକ୍ତର ନର୍ସଙ୍କୁ ଦୈନିକ ମିଳିବ ପ୍ରୋତ୍ସାହନ ରାଶି।

୩୯-କଟକ ଭୁବନେଶ୍ୱରର ଡିସିପି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରତୀକ ସିଂହ ଓ ଡ଼ଃ ଉମାଶଙ୍କର ଦାଶ।

୪୦-ଓଡ଼ିଆ ସିଭିଲ ସର୍ଭିସ ପରୀକ୍ଷାରେ ଚୟନ ପ୍ରାର୍ଥିଙ୍କୁ ଅନଲାଇନ୍ ରେ ପ୍ରଶିକ୍ଷଣ। ଅଗଷ୍ଟ ୪ରୁ ଆରମ୍ଭ ହେବ ତାଲିମ୍।

୪୧-ଧୋକା ଦେଲା ମୈ।ସୁମି ,ବଡ଼ ବର୍ଷା ଆଶା ଦିଶୁନି,ଏଜାବତ୍ ରାଜ୍ୟରେ ୫% କମ୍ ବର୍ଷା।

୪୨-ଜାତୀୟକରଣ ବ୍ୟାଙ୍କ ସଂଖ୍ୟା ୫କୁ ଖସିବ; ଏବେ ଅଛି ୧୨ଟି।

୪୩-ଆସାମ ବନ୍ୟା ଉଦ୍‌ବେଗଜନକ ; ପାଣି ଘେରରେ ୨୪୦୦ ଗାଁ, ରିଲିଫ ଶିବିରରେ ୧.୫୪ ଲକ୍ଷ ଲୋକ,ମୃତ୍ୟୁସଂଖ୍ୟା ୧୧୧ , କାଜିରଙ୍ଗାରେ ୧୦୮ ପ୍ରାଣୀ ମୃତ

୪୪-ଶ୍ରୀରାମ ମନ୍ଦିର ଭୂମି ପୂଜା ଲାଗି ଭବ୍ୟ ଆୟୋଜନ: ରୂପା ଇଟାରେ ଶିଳାନ୍ୟାସ, ପ୍ରଧାନମନ୍ତ୍ରୀ ଓ ୫୦ VVIP, ଲାଗିବ ବଡ଼ବଡ଼ ଏଲଇଡି ସ୍କ୍ରିନ୍‌।

୪୫-ଶତ୍ରୁକୁ ଚେକ୍ ଦେବା ପାଇଁ ଜୁଲାଇ ୨୯ରେ ଆସିବ ରାଫେଲ, ଅମ୍ବାଲା ଏୟାରବେସ୍‌ରେ ମୁତୟନ ହେବ ୫ ବିମାନ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୨୧/୭)