ଆଜି ସଂକ୍ଷେପରେ…

(୦୪/୬) ୧. ଆଜି ଆହୁରି ୯୦ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏଥିସହ ରାଜ୍ୟରେ କରୋନା ମାମଲା ସଂଖ୍ୟା ୨୪୭୮ ହେଲା । ୨. ନୂଆଦିଲ୍ଲୀ: ବଦଳିଲା ୬୫ ବର୍ଷର ଅତ୍ୟାବଶ୍ୟକ ସାମଗ୍ରୀ ଆଇନ । ଆଳୁ, ପିଆଜ ଓ ଡାଲି ଏସମାରୁ ବାଦ୍ । ୩. ବାତ୍ୟା ଅମ୍ଫନର କ୍ଷୟକ୍ଷତି ଆକଳନ ପାଇଁ ଭରବନେଶ୍ୱର ପହଂଚିଲେ କେନ୍ଦ୍ରୀୟ ଟିମ୍ । ୪.ଘାଟିରେ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ୨ ମୃତ, ୩୦ ଆହତ । ଜୟପୁର ବୋଡିଗାଁରୁ ମୁଣ୍ଡିଗୁଡାକୁ ୪୦୭ ରେ ଯାଉଥିଲେ ବରଯାତ୍ରୀ ଦଳ । ୫. ରାଜ୍ୟର ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ ରୋଷେଇ ଖର୍ଚ୍ଚ । ମାର୍ଚ୍ଚ ୧୬ ରୁ ୧୩ ଜୁନର ମିଳିବ ଟଙ୍କା । ପ୍ରାଥମିକ ଶ୍ରେଣୀ ପାଇଁ ଜଣ ପିଛା ୪୭୯ ଟଙ୍କା ଓ ଉଚ୍ଚ ପ୍ରାଥମିକ ପାଇଁ ୭୧୭ ଟଙ୍କା ଲେଖାଏଁ । ୬. ରାୟଗଡ଼ା ଜିଲ୍ଲାକୁ ଏଥର କରୋନା ଛୁଇଁଲା । ଏଥର ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲା କରୋନା ତାଲିକାରେ । ୭. ୨୫୦୦ ରୁ ଅଧିକ ସ୍କୁଲରେ ପ୍ରଧାନ ଶିକ୍ଷକ ପଦବୀ ଖାଲି । ଉଦବେଗ ପ୍ରକାଶ କଲା ଓଷ୍ଟା । ୮. କୁକୁଡା ମାଂସ ଓ ଅଣ୍ଡା ନିରାପଦ: ପ୍ରାଣୀ ଚିକିତ୍ସା ନିର୍ଦ୍ଦେଶାଳୟ । ୯. ଡଃ.ସୌମ୍ୟା ମିଶ୍ର ରାଜ୍ୟ ଅଗ୍ନିଶମ ଓ ଗୃହରକ୍ଷୀ ବିଭାଗର ଅତିରିକ୍ତ ଡିଜି ନିଯୁକ୍ତ । ୧୦. ଖଣ୍ଡଗିରି: ପଡୋଶୀ ମହିଳାଙ୍କ ବର୍ବର କାଣ୍ଡ, ଶିଶୁର ତଣ୍ଟି ଚିପି ହତ୍ୟା । ୧୧. ୪୫ ଜଣ କରୋନା ଆକ୍ରାନ୍ତଙ୍କ ସାମ୍ପଲ ନେଇ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସରେ କରୋନା ଭାଇରସର ଜେନେଟେିକ ଷ୍ଟଡି ଆରମ୍ଭ । ୧୨. ଭାରତ ଚାପରେ ନଇଁଲା ଚୀନ, ଏଲଓସିରୁ ୨ କିଲୋମିଟର ପଛକୁୁ ହଟିଲା । ୧୩. ଅର୍ଜୁନ ପୁରସ୍କାର ଦୌଡ଼ରେ ଦେଶର ଦ୍ରୃତତମ ଧାବିକା ଦୂତି ଚାନ୍ଦଙ୍କ ନାମ ସୁପାରିସ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…