ଆଜି ସଂକ୍ଷେପରେ…(୧୯/୭)

୧-ଏଣିକି ରାଜ୍ୟର ହଟ ସ୍ପଟ ଜିଲ୍ଲାରୁ ଆସୁଥିବା ରୋଗୀଙ୍କୁ ଆଡ଼ମିଶନ ନ କଲେ ଘରୋଇ ହସ୍ପିଟାଲ/କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆହେବ। ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଟ୍ୱିଟ ଯୋଗେ ସୂଚନା ।

୨-ଜୁଲାଇ ୩୧ ଯାଏ ଖୋର୍ଦ୍ଧା, ଗଞ୍ଜାମ, କଟକ, ଯାଜପୁର ର ୪ଟି ଜିଲା ଓ ରାଉରକେଲାର କୋର୍ଟ ବନ୍ଦ ରହିବ । କେବଳ ଅତି ଜରୁରୀ ମାମଲାର ଶୁଣାଣି ହେବ। ହାଇକୋର୍ଟର ଫୁଲ୍‌କୋର୍ଟରେ ଏହି ନିଷ୍ପତ୍ତି ।

୩-ଅଯୋଧ୍ୟାରେ ପୂର୍ବ ପ୍ରସ୍ତାବିତ ମୋଡେଲ୍‌କୁ ଆହୁରି ବିସ୍ତାର କରି ନିର୍ମାଣ ହେବ ୧୬୧ ଫୁଟ୍ ଉଚ୍ଚର ଭବ୍ୟ ରାମ ମନ୍ଦିର, ୩ ବଦଳରେ ହେବ ୫ ଗମ୍ବୁଜ । ରାମଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟିଙ୍କ ସୂଚନା ।

୪-ସିବିଏସ୍‌ଇ ପରୀକ୍ଷାରେ ଜିଲ୍ଲାର ଟପ୍ପର ଛାତ୍ରଙ୍କୁ ଭିଡିଓ କଲ କରି ଶୁଭେଚ୍ଛା ଜଣାଇଲେ ୫ଟି ସଚିବ ।

୫-ରାଜଧାନୀରେ ହେବ ତିନି କୋଭିଡ୍‌ କେୟାର ସେଣ୍ଟର: ତିନି ବିଧାୟକ ଦେଲେ ଦେଢ଼ କୋଟି, ପ୍ରତି କେନ୍ଦ୍ରରେ ରହିବ ୫୦ ଶଯ୍ୟା ।

୬-ଖୁବଶୀଘ୍ର ବ୍ରହ୍ମପୁର ର ଏମକେସିଜିରେ ୨୪ ଘଣ୍ଟିଆ ଓପିଡି ସେବା ଆରମ୍ଭ ହେବ, କଲ ସେଣ୍ଟର ଜରିଆରେ କରୋନା ରୋଗୀଙ୍କୁ ଉତ୍ସାହିତ କରିବେ ମନସ୍ତତ୍ତ୍ୱବିତ୍ ।

୭-ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ, ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଫ୍ଲିପକାର୍ଟ ସହ ଚୁକ୍ତି ।

୮-ଏମ୍‌ଏସ୍‌ଏମ୍‌ଇ ବିଭାଗର ଭର୍ଚୁଆଲ ବୈଠକ, ଠିକ୍‌ ସମୟରେ ଡିପିଆର୍‌ ନଦେଲେ କାର୍ଯ୍ୟାନୁଷ୍ଠାନ। ଯେଉଁ ଜିଲ୍ଲାର ଶିଳ୍ପ କେନ୍ଦ୍ର ଗୁଡ଼ିକ ଠିକ୍‌ ସମୟରେ ଡିପିଆର୍‌ ନଦେଲେ ସେମାନଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ ।

୯-ପ୍ରଧାନମନ୍ତ୍ରୀ ସ୍ଵନିଧି ଯୋଜନାର ମୋବାଇଲ ଆପ ଉନ୍ମୋଚିତ ।ଏହି ଯୋଜନା ରେ ରାସ୍ତାରେ ବେପାର କରୁଥିବା ଲୋକ ନିଜ ଘର ପାଖରେ ଋଣ ସୁବିଧା ଯୋଗାଇ ଦେବ ।କେନ୍ଦ୍ର ଆବାସ ଓ ସହରାଞ୍ଚଳ ସଚିବ ଦୁର୍ଗାସଙ୍କର ଦ୍ୱାରା ନୂଆଦିଲ୍ଲୀ ରେ ଉନ୍ମୋଚିତ ।

୧୦-ଫୋନ ଟ୍ୟାପିଂ ମାମଲାରେ ଆକ୍ସନ ମୋଡରେ ଗୃହ ମନ୍ତ୍ରଣାଳୟ, ଅଶୋକ ଗେହଲଟ ସରକାରଙ୍କ ଉପରେ ଲାଗି ରହିଥିବା ସଙ୍କଟ ଉପରେ ରାଜସ୍ଥାନ ମୁଖ୍ୟ ସଚିବଙ୍କୁ ରିପୋର୍ଟ ତଲବ ।

୧୧-ଭାରତରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ,ଏ ନେଇ ଭାରତୀୟ ମେଡିକାଲ ଆସୋସିଏସନ(ଆଇଏମ୍‌ଏ) ର ବଡ଼ ବୟାନ ।

୧୨-ସାମାଜିକ ଗଣମାଧ୍ୟମରେ ପୋଷ୍ଟ ପାଇଁ କାହାରିକୁ ଗିରଫ କରାଯାଇ ପାରିବ ନାହିଁ: ସୁପ୍ରିମକୋର୍ଟ

୧୩-ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ‌ପ୍ରୋତ୍ସାହିତ ‌କରିବା ପାଇଁ ‌ଫ୍ଲିପକର୍ଟ ସହ ଚୁକ୍ତି କଲେ ରାଜ୍ୟ ସରକାର।

୧୪-ପ୍ରବାସୀ ଶ୍ରମିକଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ପାଇଁ ଗଢ଼ା ହେବ ସ୍ବତନ୍ତ୍ର ପାଣ୍ଠି।

୧୫-ପାରାଦୀପ:ଜୁଲାଇ ୨୫ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ହେବ ଆଇଓସିଏଲ୍‌।

୧୬-ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ ଓ ଆସାମରେ କୋଭିଡ୍‍ ସଂକ୍ରମଣ ବୃଦ୍ଧି : ନିୟନ୍ତ୍ରଣ ପାଇଁ କେନ୍ଦ୍ରର ଚିଠି।

୧୭-ଜୁଲାଇ ୩୧ ଯାଏଁ ଲକଡାଉନ ଜିଲ୍ଲା ଗୁଡିକରେ କୋର୍ଟ ବନ୍ଦ, ଗୁରୁତ୍ବପୂର୍ଣ୍ଣ ଥିଲେ ଭର୍ଚୁଆଲ ମୋଡରେ ହେବ ବିଚାର।

୧୮-ରାଜ୍ଯର ସମସ୍ତ ଜିଲ୍ଲାରେ ୧୫ ଅଗଷ୍ଟ ପୂର୍ବରୁ ଆରମ୍ଭ ହେବ ନିଶା ମୁକ୍ତ ଅଭିଯାନ, ସବୁ ଜିଲ୍ଲାକୁ ମିଳିବ ୧୦ଲକ୍ଷ।

୧୯-ରାମ ମନ୍ଦିର ନିର୍ମାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଠକ : ଅଗଷ୍ଟ ୫ରୁ ଆରମ୍ଭ ହୋଇପାରେ ମନ୍ଦିର ନିର୍ମାଣ।

୨୦-ଅଷ୍ଟ୍ରେଲିଆ ନିର୍ମାଣ କଲା ନୂଆ କରୋନା କିଟ୍‌, ମାତ୍ର ୨୦ ମିନିଟରେ ମିଳିବ ରିପୋର୍ଟ।

୨୧-ରାଜସ୍ଥାନ ରାଜନୀତି : ୧୦୨ ବିଧାୟକଙ୍କ ସମର୍ଥନ ତାଲିକା ନେଇ ରାଜ୍ୟପାଳଙ୍କୁ ଭେଟିଲେ  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ।

୨୨-ସ୍ୱଦେଶୀ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଏନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ।

୨୩-ରାଜ୍ୟରେ ଶନିବାର ପୁଣି ୫୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି ପାଇଛି।୬୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧୧ ହଜାର ୯୩୮କୁ ବୃଦ୍ଧି।

୨୪-ବିଶ୍ୱବ୍ୟାପୀ ହ୍ୟାକ୍ ଦ୍ୱାରା ପ୍ରଭାବିତ ହୋଇଥିବା ଭାରତୀୟ ଆକାଉଣ୍ଟଗୁଡିକର ବିବରଣୀ ଟ୍ୱିଟରକୁ ମାଗିଲେ ଭାରତ ସରକାର।

୨୫-ଭାରତରେ କରୋନା ସଂକ୍ରମଣ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିବା ବେଳେ ଏହା ଗୋଷ୍ଠୀ ସଂକ୍ରମଣ ସ୍ଥରରେ ପହଂଚିଛି ବୋଲି ଇଣ୍ଡିଆନ ମେଡିକାଲ ଆସୋସିଏସନ କହିଛି।

୨୬-ରାଜ୍ୟ ହସ୍ତତନ୍ତ ଓ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଫ୍ଲିପ୍‌କାର୍ଟ ସହ ଚୁକ୍ତି କଲେ ରାଜ୍ୟ ସରକାର ।

୨୭-ବିହାର, ପଶ୍ଚିମବଙ୍ଗ, ଆସାମ ଏବଂ ଓଡ଼ିଶାରେ କୋଭିଡ୍‍ ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ସାନି ପଦକ୍ଷେପମାନ ନେବାକୁ ଏହିସବୁ ରାଜ୍ୟକୁ କହିଛି। 

୨୮-ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୈଠକ ଶେଷ, ଭୂମି ପୂଜା ଲାଗି ନିଷ୍ପତ୍ତି ନେବେ ପିଏମ୍‌ଓ।

୨୯-ଆସାମର ବନ୍ୟା ପରିସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି। ଏହି ବନ୍ୟାରେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ ଏବେ ସେଠାରେ ପାଖାପାଖି ୯୬ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୯/୭)