ଆଜି ସଂକ୍ଷେପରେ…(୧୯/୧୧)

୧-ବହୁ ଚର୍ଚ୍ଚି ସୁଦର୍ଶନ ଟେଲିଭିଜନ ଚ୍ୟାନଲରେ ପ୍ରସାରଣ ହେଉଥିବା ସାମ୍ପ୍ରଦାୟିକ ସଦଭାବନାକୁ ଆଘାତ ଦେବା ଭଳି କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ପ୍ରସାରଣ କଲାବେଳେ ବିଶେଷ ଧ୍ୟାନ ଦେବାକୁ ସୂଚନା ଓ ପ୍ରସାରଣ ବିଭାଗ ନିର୍ଦ୍ଦେଶ ଦେଲା ।

୨-ସଂଯୁକ୍ତ ଆରବ ପାକିସ୍ତାନ ସମେତ ୧୨ ଟି ଦେଶକୁ ଭିସା ଦେବା ଅସ୍ଥାୟୀ ଭାବରେ ବନ୍ଦ କଲା ।

୩-ଦୀର୍ଘ ୧୦ ବର୍ଷ ଧରି ୫ ରୁ ୧୬ ବର୍ଷ ବୟସର ପ୍ରାୟ ୫୦ ଜଣ ସାନସାନ ପିଲାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଥିବା ଅଭିଯୋଗରେ ଉତ୍ତରପ୍ରଦେଶର ଜଣେ ସରକାରୀ କର୍ମଚାରୀଙ୍କୁ ସିବିଆଇ ଗିରଫ କଲା ।

୪-ଭାରତୀୟ ମୂଳର ଛାତ୍ରଙ୍କ ଦ୍ୱାରା ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟର କ୍ୟାମ୍ପସକୁ ମାଂସାହାରୀ-ମୁକ୍ତ କରିବାକୁ ଅଭିଯାନ ଚଳାଇଲେ ।

୫-ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନ ଶିକ୍ଷା କ୍ୟାଲେଣ୍ଡର ଖୁବ୍‌ ଶୀଘ୍ର ପ୍ରକାଶ ପାଇବ। ଚଳିତ ଶିକ୍ଷାବର୍ଷ ଦଶମ ଓ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।

୬-ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଲେ ଜୋରିମାନା ସହ ବାତିଲ ହେବ ଡିଏଲ୍‌ ।

୭-ସ୍ବାସ୍ଥ୍ୟ କର୍ମୀଙ୍କ ସହିତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ ପ୍ରଥମିକତା ଦିଆଯିବ : ମୁଖ୍ୟମନ୍ତ୍ରୀ।

୮-ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ, ୭ ଗିରଫ ।

୯-ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ଦାବି, ସେଠାରେ ନିର୍ବାଚନରେ ବିଜେପି ବ୍ୟତୀତ ଅନ୍ୟ କୌଣସି ରାଜନୈତିକ ଦଳ ନିର୍ବାଚନ ପ୍ରଚାର କରି ନଥିଲେ ।

୧୦-ଆମେରିକାର ପ୍ରେସିଡେଂଟ ଇଲେକ୍ଟ ଜୋ ବାଇଡେନଙ୍କୁ ଫୋନ କଲେ ପ୍ରଧାନମନ୍ତ୍ରୀ । ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ମୋଦି ।

୧୧-ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ । ୨୪ ଘଂଟାରେ ୬ହଜାରରୁ ଅଧିକ ସଂକ୍ରମିତ, ୯୯ ମୃତ । ନୋଏଡା ସୀମାରେ ଆରମ୍ଭ ହେଲା ରେଣ୍ଡମ ଟେଷ୍ଟିଂ ।

୧୨-ବିଧାନସଭାରେ ପ୍ରଶ୍ନ କରିପାରିବେନି ବିଧାୟକ । ପ୍ରଶ୍ନକାଳ ବାତିଲ ନେଇ ସୂଚନା ଦେଲେ ବାଚସ୍ପତି । କୋଭିଡ କଟକଣା ଭିତରେ ସାଢେ ୪ ଘଣ୍ଟା ଚାଲିବ ଗୃହ ।

୧୩-ପ୍ରଥମ ଥର ଲାଗି ‘୨୦୨୨ କମନ୍‌ୱେଲ୍‌ଥ୍‌ ଗେମ୍‌ସ୍‌’ରେ ସାମିଲ ହେବ ମହିଳା କ୍ରିକେଟ୍: ‘ଆଇସିସି’ ।

୧୪-ଭାରତ ସମ୍ପର୍କରେ ବାଇଡେନଙ୍କ ପ୍ରଥମ ପ୍ରତିକ୍ରିୟା; କରୋନା, ବିଶ୍ବ ସମସ୍ୟାର ମିଳିତ ମୁକାବିଲା କରିବୁ ।

୧୫-ଜାମ୍ମୁ ଓ କାଶ୍ମୀରର ପୁଲଓ୍ଵାମାରେ ଆତଙ୍କୀ ଆକ୍ରମଣ: ସୁରକ୍ଷାବଳ ଉପରକୁ ଗ୍ରେନେଡ ମାଡ, ୧୨ ସ୍ଥାନୀୟ ଲୋକ ଆହତ ।

୧୬-ଘନ କୁହୁଡ଼ି ପାଇଁ ୧୨ଜିଲାକୁ ସତର୍କତା ଜାରି ।
୧୭-ରାଜ୍ୟର ୭ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ୧୦ ତଳେ .।
୧୮-ଫାଇନାଲ୍‌ ଷ୍ଟଡି ରିପୋର୍ଟ; ଫାଇଜର କରୋନା ଟିକା ସୁରକ୍ଷିତ ଓ ୯୫% ସଫଳ ।
୧୯-ଓଡିଶା ପାଇଲା ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର ।
୨୦-୧୦ କୋଟି ଟଙ୍କାର ଜୋରିମାନା ଭରି ଦେଲେ ଶଶିକଳା, ଜେଲ୍‌ରୁ ଖୁବ୍ ଶୀଘ୍ର ମୁକୁଳି ପାରନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୯/୧୧)