ଆଜି ସଂକ୍ଷେପରେ…(୧୮/୯)

୧.ନୂଆ ଚାଷ ବିଲ୍‌କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରି ପରିଷଦରୁ ଇସ୍ତଫା ଦେଇଛନ୍ତି ଅକାଳୀ ଦଳର ହରସିମରତ କାଉର ବାଦଲ ।

୨. ଜମ୍ମୁ କାଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ସୁରକ୍ଷାବାହିନୀ ପକ୍ଷରୁ ଏକ ବଡ଼ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରି ଦିଆଯାଇଛି ।

୩. ସାବାଡ଼ ହେବେ କୋଭିଡ ନିୟମ ଉଲ୍ଲଂଘନକାରୀ, ଭୁବନେଶ୍ୱର-କଟକରେ ମୁତୟନ ହେବେ ଏନଫୋର୍ସମେଣ୍ଟ ଟିମ: ଡିଜିପି।

୪. ଆସନ୍ତା ୨୦ ତାରିଖରେ ଆସୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ୨୨ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି ।

୫. କଟକ-ଭୁବନେଶ୍ବରର ସବୁ ୱାର୍ଡ ବିଶୋଧନ ପ୍ରସଂଗ : ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।

୬. ୭୦ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଜଣାଇଲେ ଶୁଭେଛା : ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ରାହୁଲ ଗାନ୍ଧୀ , ୟୁକେ ପ୍ରଧାନମନ୍ତ୍ରୀ, ଜର୍ମାନ ଚାନସେଲର ବି ଜଣାଇଲେ ଶୁଭେଚ୍ଛା।

୭. ଅଗଷ୍ଟରେ ହୋଇଥିବା ବନ୍ୟା କ୍ଷୟକ୍ଷତିି ଭରଣା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ୧୧୦୦ କୋଟି ଟଙ୍କାର ସହାୟତା ଲୋଡିଛନ୍ତି।

୮. ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାନ୍‌ଣ୍ଟିନୋ। ୨୦୨୬ ଫିଫା ବିଶ୍ବକପ୍‌ ଆମେରିକା, ମେକ୍ସିକୋ ଓ କାନାଡ଼ା ମିଳିତ ଭାବେ ଆୟୋଜନ କରିବାକୁ ଯାଉଛନ୍ତି ।

୯. ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ତରଫରୁ ଗୁରୁବାର ଜାରି ଦିନିକିଆ ବ୍ୟାଟିଂ ମାନ୍ୟତାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପୂର୍ବପରି ଶୀର୍ଷ ସ୍ଥାନରେ ରହିଛନ୍ତି ।

୧୦. ମାଓବାଦୀଙ୍କ ଭୂସ୍ୱର୍ଗ ପାଲଟିଛି କଳାହାଣ୍ଡି-କନ୍ଧମାଳ ସୀମାନ୍ତ ଅଂଚଳ, ୪ବର୍ଷ ହେଲା ପୁଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ ।

୧୧. 2025 ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟା 10,500କୁ ହେବ ବୃଦ୍ଧି ।

୧୨. ଭାରତର ଦୃଢ ପ୍ରୟାସ ଯୋଗୁଁ ପାକିସ୍ତାନରୁ ପରିଚାଳିତ ଆତଙ୍କବାଦୀ ଗତିବିଧି ଉପରେ ଆନ୍ତର୍ଜାତୀୟ ସମୁଦାୟର ଚିନ୍ତା ବଢିଛି ।

୧୩. ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ଅନିଲ ଅମ୍ବାନୀଙ୍କୁ ଆଶ୍ଵସ୍ତି ଦେଇ ସୁପ୍ରିମକୋର୍ଟ କୋର୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆର ଆବେଦନକୁ ଖାରଜ କରିଛନ୍ତି ।

୧୪. ବିରାଟ କୋହଲିଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ୟୁଏଇରେ ଇଣ୍ଡିଆନ ପ୍ରିମିୟର ଲିଗ୍ ଖେଳିବ ଏବଂ କରୋନା ହିରୋମାନଙ୍କ ସମ୍ମାନାର୍ଥେ ଖେଳାଳିଙ୍କ ଜର୍ସି ପଛରେ ‘ମୋ କୋଭିଡ ହିରୋ’ ଲେଖାଯିବ ।

୧୫. କିଟ୍‍ ବିଶ୍ୱବିଦ୍ୟାଳୟକୁ ମିଳିଲା ’ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର’।

୧୬. ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଉଚ୍ଚତାରେ ହିଁ ନିର୍ମାଣ ହେବ ଦୁର୍ଗା ମୂର୍ତ୍ତି । କଟକର ୧୬୨ଟି ମଣ୍ଡପ ବୁଲି ଦେଖିବା ପରେ ସିପିଙ୍କ ସୁପାରିସ ।

୧୭. ଘରୋଇ ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୨-୧ ବ୍ୟବଧାନରେ ପକେଟସ୍ଥ କରିଛି ।

୧୮. ରାଜ୍ୟରେ ପ୍ଲାଜମା ଥେରାପିର ଅପାର ସଫଳତା। ରାଜ୍ୟରେ ହଜାରେ ଜଣ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଛି ।

୧୯. ୧୧ ରାଜ୍ୟର କେସ୍‌ଠାରୁ ବଳିଗଲା ମହାରାଷ୍ଟ୍ର ପୋଲିସ ଆକ୍ରାନ୍ତଙ୍କ ସଂଖ୍ୟା ।

୨୦. ଦେଶରେ ଲଗାତାର ଦୁଇ ଦିନ ଧରି 82 ହଜାରରୁ ଅଧିକ ଆରୋଗ୍ୟ ରେକର୍ଡ ।

୨୧. ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩୦୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

୨୨. କରୋନା ସମୟରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ।

୨୩. ଓଡ଼ିଶାରେ ମହାମାରୀ କରୋନା ଗୋଷ୍ଠୀ ସଂକ୍ରମଣର ଷ୍ଟେଜ ଫୋର୍‌ରେ ପହଞ୍ଚିଛି!

୨୪. କାଶ୍ମୀରରେ ଆତଙ୍କବାଦୀଙ୍କ ପୁଲୱାମା ଭଳି ପୁଣି ଏକ ଆକ୍ରମଣ ଷଡ଼ଯନ୍ତ୍ର ବିଫଳ, ୫୨କେଜି ବିସ୍ଫୋରକ ଜବତ ।

୨୫. ଗୋଟିଏ ଦିନରେ ରେକର୍ଡ ୯୭ ହଜାର ୮୯୪ ନୂଆ ସଂକ୍ରମଣ ମାମଲା ସହ ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା‌ ୫୧ ଲକ୍ଷ ଟପିଯାଇଛି ।

୨୬. ଅକ୍ଟୋବରରୁ ଖୋଲିବ ସିନେମା ହଲ୍‌!

୨୭-ବନ୍ୟା କ୍ଷୟକ୍ଷତି: ୧୧୦୦ କୋଟି ସହାୟତା ଲୋଡ଼ିଲେ ରାଜ୍ୟ ସରକାର।

୨୮-ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ ! ରେଳ ଟିକେଟ୍ ହେବ ମହଙ୍ଗା, ବିମାନ ବନ୍ଦର ଭଳି ଷ୍ଟେସନରେ ଦେବାକୁ ହେବ ୟୁଜର ଚାର୍ଜ।

୨୯-ସମ୍ବଲପୁରର ବିଭିନ୍ନ ଦେବୀ ମନ୍ଦିରରେ ମା’ଙ୍କ ଧବଳମୁଖୀ ବେଶ।

୩୦-ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା

୩୧–ଗଲ୍ଫ ଚୁକ୍ତି’ ଲାଗି ନୋବେଲ୍‌ ନିମନ୍ତେ ସୁପାରିଶ୍‌ ହେଲା ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ନା ।

୩୨-ସମ୍ବଲପୁରୀ ଆଲବମ ‘ତୋର୍‍ ମୁଲକି ହସି’ ଉନ୍ମୋଚିତ ।

୩୩-ଆସନ୍ତା ୨୦ ତାରିଖରେ ଆସୁଛି ଆଉ ଏକ ଲଘୁଚାପ,ବର୍ଷା ସମ୍ଭାବନା।

୩୪-ମଦ୍ୟପାନଜନିତ ଦୁର୍ଘଟଣା; ପ୍ରଥମରେ ଉତ୍ତରପ୍ରଦେଶ, ଦ୍ବିତୀୟରେ ଓଡ଼ିଶା।

୩୫-ଭାରତ ସରକାର ଓ ଶତାଧିକ ବିଦେଶୀ କମ୍ପାନିଙ୍କ କମ୍ପ୍ୟୁଟର୍‌ ହ୍ୟାକ୍‌ କରି ତଥ୍ୟ ଚୋରାଇଥିବା ୫ ଚୀନ୍ ନାଗରିକଙ୍କୁ ଅଭିଯୁକ୍ତ କଲା ଆମେରିକା।

୩୬-କୋଭିଡ୍‌ ହୀରୋଙ୍କୁ ଅଭିନନ୍ଦନ ଜଣାଇବ ଆର୍‌ସିବି ।

୩୭-କୋଭିଡ ସମୟରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କୁ ମିଳିବ କ୍ଷତିପୂରଣ, ଆବେଦନ ପାଇଁ ନିର୍ଦ୍ଦେଶନାମା ଜାରୀ।

୩୮-ICC ODI Rankings : ଶୀର୍ଷ-୨ରେ କୋହଲି ଓ ରୋହିତଙ୍କ ରାଜୁତି, ବୋଲିଂରେ ବୁମରା ଦ୍ଵିତୀୟରେ।

୩୯-ଆସନ୍ତା ବର୍ଷ ପ୍ରାରମ୍ଭରେ ଦେଶରେ ଉପଲବ୍ଧ ହେବ କୋଭିଡ-୧୯ ଟିକା : ହର୍ଷ ବର୍ଦ୍ଧନ।

୪୦-ୟୁଟୁବ ଲଞ୍ଚ କରିବ ସର୍ଟ ଭିଡିଓ ଆପ୍ : ଟିକଟକ୍ ଭଳି କରିପାରିବେ ଭିଡିଓ।

୪୧-କେନ୍ଦ୍ରର ନୂତନ କୃଷି ଚିଠାକୁ ବିରୋଧ କରି ଇସ୍ତଫା ଦେଲେ କେନ୍ଦ୍ରମନ୍ତ୍ରୀ ହରସିମରାତ ବାଦଲ।

୪୨-ଏଥର ସେନା ଲାଗି ଶୀତ ଋତୁ ହେବ ଯନ୍ତ୍ରଣା ଦାୟକ, ଥଣ୍ଡା ସତ୍ତ୍ୱେ ଲଦ୍ଦାଖ ଫରୱାର୍ଡ ପୋଷ୍ଟରେ ପହରା ଦେବେ ସୈନିକ।

୪୩-୨୦୨୫ ମାର୍ଚ୍ଚ ମାସ ସୁଦ୍ଧା ଦେଶରେ ଜନଔଷଧି କେନ୍ଦ୍ର ସଂଖ୍ୟାକୁ ୧୦, ୫୦୦କୁ ବୃଦ୍ଧି କରିବା ସରକାରଙ୍କ ଲକ୍ଷ୍ୟ।

୪୪-ସେପ୍ଟେମ୍ବର ୨୮ରେ କୋର୍ଟରେ ହାଜର ହେବେ ସଲମାନ ଖାନ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୮/୯)