ଆଜି ସଂକ୍ଷେପରେ…(୧୮/୭)

୧-ସ୍ୱାଭାବିକ ସ୍ଥିତି ଫେରିନାହିଁ, ଏଥର ଲକଡାଉନ୍ କଡାକଡି ହେବ : ପୁଲିସ କମିସନର ।

୨-ଲକ ଡାଉନ ଘୋଷଣା ଯୋଗୁଁ ଜୁଲାଇ ୩୧ ଯାଏଁ ମୋ ବସ୍ ବନ୍ଦ ରହିବ ।

୩-କରୋନାଜନିତ କଟକଣା ଯୋଗୁଁ ବିପିୟୁଟିର ସମସ୍ତ ଅନଲାଇନ୍ ପରୀକ୍ଷାକୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି।

୪-ହରିଆଣା ଓ ପୁଣେରେ ଦେଶୀ କରୋନା ଟୀକାର ମାନବ ପରୀକ୍ଷଣ ଆରମ୍ଭ । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭ୍ୟାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ।

୫-ରାଜ୍ୟରେ ଶୁକ୍ରବାର ୭୧୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ମୋଟ ଆକ୍ରାନ୍ତ ୧୬୧୧୦ କୁ ବୃଦ୍ଧି ହୋଇଛି। ସୁସ୍ଥ ହେଲେ ଆଉ ୪୫୩ଜଣ କରୋନା ଆକ୍ରାନ୍ତ, ୧୧୩୩୦ରେ ପହଞ୍ଚିଲା ମୋଟ ସୁସ୍ଥ ସଂଖ୍ୟା

୬-କରୋନା ମୁକାବିଲା ନେଇ ଓଡ଼ିଶାକୁ ଆସିବ ଆଉ ୨ଲକ୍ଷ ଆଣ୍ଟିଜେନ ।

୭-କୌଣସି ଶକ୍ତି ଆମର ଇଞ୍ଚେ ବି ଜାଗା ନେଇ ପାରିବ ନାହିଁ: ପ୍ରତିରକ୍ଷା ମନ୍ତ୍ରୀ । ଲଦାଖରେ ଭାରତୀୟ ଯବାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ବୋଧନ କରିବା ଅବସରରେ ଦୃଢ଼ୋକ୍ତି ପ୍ରକାଶ କଲେ ।।

୮-ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ମଧ୍ୟ ନାନାବତୀ ହସ୍ପିଟାଲରେ ଭର୍ତ୍ତି, ୫ ଦିନ ପୂର୍ବେ ହୋଇଥିଲା କରୋନା।

୯-ଜାତୀୟ ଓ ରାଜ୍ୟ ରାଜପଥରେ ପେଟ୍ରୋଲିଂ ଡ୍ୟୁଟି କରିବେ ଏଏସଆଇ ତଥା ଉଚ୍ଚ ପାହ୍ୟାର ପୁଲିସ ଅଫିସର ।

୧୦-ଜାତିସଂଘରେ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶୃତି-୨୦୨୨ ସୁଦ୍ଧା ସମସ୍ତେ ରହିବେ ଛାତ ଘରେ । ଶିକ୍ଷାଠୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ହେବ ‘ସବକା ସାଥ୍ ସବକା ବିକାଶ’ । ଭାରତ ସବୁ କ୍ଷେତ୍ରରେ ଆଗକୁ ବଡ଼ୁଛି।

୧୧-ରାତି ଅଧରେ କୋଭିଡ ନିୟମ ଭାଙ୍ଗି ଗାଡ଼ିରେ ଯାଉଥିବା ଗୁଜରାଟର ଜଣେ ମନ୍ତ୍ରୀଙ୍କ ପୁଅକୁ ନାଲି ଆଖି ଦେଖାଇ ସୋସିଆଲ ମିଡ଼ିଆରେ ହଇଚଇ ସୃଷ୍ଟି କରିଥିବା ପୁଲିସ ଏଲ୍ ଆଇ ସୁନୀତା ଯାଦବ ଚାକିରିରୁ ଇସ୍ତଫା ଦେଇଛନ୍ତି ।

୧୨-ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା, କୋଭିଡ-୧୯ ରେ ମୃତ୍ୟୁବରଣ କଲେ ପରିବାରକୁ ୭୫୦୦ ଓ ୫୦୦୦ ଟଙ୍କା ମାସିକ ଭତ୍ତା ମିଳିବ ।

୧୩-ରାଜଧାନୀରେ କଡାକଡି ହେବ ଲକଡାଉନ୍: ବିବାହ ଓ ଶୁଦ୍ଧିକାର୍ଯ୍ୟ ପାଇଁ ଅନୁମତି ଆବଶ୍ୟକ, ପରିବା କିଣିବାକୁ ବାଇକ୍ ଧରି ଯିବା ମନା।

୧୪-ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ: ବିଦ୍ୟାଶ୍ରୀଙ୍କୁ ୫ଜଣିଆ ଟିମ୍ ର ୪ଘଣ୍ଟା ଜେରା।

୧୫-ଭୁବନେଶ୍ୱର: ଫିଟ୍ ନ ଥିଲେ ବିଦା ହେବେ ଖାକିବାବୁ, ବାଧ୍ୟତାମୂଳକ ହେବ ବ୍ୟାୟାମ।

୧୬-ଗଞ୍ଜାମରେ ୫ ହଜାର ପାର କରୋନା ଆକ୍ରାନ୍ତ, ଗଡିଲାଣି ୫୦ ମୁଣ୍ଡ, ରାଜଧାନୀରେ ୧୦୦୦ ଟପିଲା ସଂକ୍ରମିତଙ୍କ ସଂଖ୍ୟା।

୧୭-ଭୁବନେଶ୍ୱର:ଲକଡାଉନ୍ ରେ ବ୍ୟାଙ୍କ ଖୋଲା, କଲ ସେଣ୍ଟର, ଟେଲିକମ ସଂସ୍ଥା କଟକଣା ମୁକ୍ତ ‌।

୧୮-ସାଲେପୁର : ମାତିଲେ ଲୁଟେରା, ଫାଇନାନ୍ସ କମ୍ପାନୀର କର୍ମଚାରୀ କହି ବ୍ୟବସାୟୀଙ୍କ ଠାରୁ ଲୁଟି ନେଲେ ସାଢେ ତିନି ଲକ୍ଷ ଟଙ୍କା।

୧୯-ସୁନ୍ଦରଗଡ଼ରେ ଖୋଲିଲା ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର, ଭିନ୍ନକ୍ଷମଙ୍କୁ ମିଳିବ ଅତ୍ୟାଧୁନିକ ଚିକିତ୍ସା।

୨୦-ଝାରସୁଗୁଡା : ମୁଖୀଗୁଡା ସରପଞ୍ଚ ବାସନ୍ତୀ ମାଝୀ ନିଖୋଜ।

୨୧-ଯୁକ୍ତ ଦୁଇ ଅନଲାଇନ୍ ଶିକ୍ଷା ପାଇଁ ସର୍ଭେ ଆରମ୍ଭ।

୨୨-ତିରୁପତି ବାଲାଜୀ ମନ୍ଦିରରେ ପଶିଲା କରୋନା: ୧୪ ପୂଜାରୀଙ୍କ ସମେତ ୧୪୦ କର୍ମଚାରୀଙ୍କୁ କରୋନା।

୨୩-ସରକାର ଦେଇଥିବା କରୋନା ଟଙ୍କା ଓ ରାସନ ଆତ୍ମସାତ କରିଥିବା ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ କାମତା ପଞ୍ଚାୟତ ବାସୀଙ୍କ ଅନେକ ଅଭିଯୋଗ, ଯୋଗାଣ ସହାୟକ ମାଲାମାଲ।ପ୍ରଶାସନ ନିରବ !

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୮/୭)