ଆଜି ସଂକ୍ଷେପରେ…(୧୫/୭)

୧-ଆଜି ବାହାରିବ CBSE  ୧୦ମ ଶ୍ରେଣୀ ପରୀକ୍ଷା ଫଳ, ତେବେ ନିର୍ଦ୍ଦିଷ୍ଟ କେଉଁ ସମୟରେ ଫଳ ପ୍ରକାଶ ପାଇବ ଧାର୍ଯ୍ୟ ନ ହୋଇଥିଲେ ବି ପରୀକ୍ଷା ଫଳ cbse.nic.in ଏବଂ  cbseresults.nic.in ରେ ଦେଖି ପାରିବେ।

୨-ଜୁଲାଇ ୧୬ ରୁ ୩୧ ତାରିଖରେ ବିହାରରେ ସମ୍ପୂର୍ଣ ଲକ୍‌ଡାଉନ୍ : ଜାରି ରହିବ ଜରୁରୀ ସେବା ।

୩-ଆଜି ଠାରୁ ରାଜ୍ୟର ୩ ହସ୍ପିଟାଲରେ ଆରମ୍ଭ ହେବ ପ୍ଲାଜମା ଥେରାପି, ସପ୍ତାହକ ପରେ ଦୈନିକ ୯୦୦୦ କରୋନା ଟେଷ୍ଟ

୪-ରାଜ୍ୟରେ ମଙ୍ଗଳବାର ଆଉ ୫୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦।ରାଜ୍ୟରେ କରୋନାରୁ ଏକାଥରେ ସୁସ୍ଥ ହେଲେ ୬୦୯ ଆକ୍ରାନ୍ତ, ୯,୮୬୪ରେ ପହଞ୍ଚିଲା ମୋଟ୍ ସୁସ୍ଥ ସଂଖ୍ୟା ।

୫-୩୦ କରୋନା ଆକ୍ରାନ୍ତଙ୍କ ଉପରେ ପରୀକ୍ଷଣ ପରେ ଜରୁରିକାଳୀନ କ୍ଷେତ୍ରରେ ବ୍ୟବହାର ପାଇଁ ବାୟୋକନ୍‌କୁ ମଞ୍ଜୁର ଦେଲା ଡିଜିସିଆଇ।

୬-ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଉପମୁଖ୍ୟମନ୍ତ୍ରୀ ପଦରୁ ସଚିନ ପାଇଲଟଙ୍କୁ ହଟାଇ ଦିଆଯାଇଛି ।

୭-ଅନଲାଇନ କ୍ଲାସ ପାଇଁ ନୂଆ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର।

୮-୧୫ଦିନ ଲାଗି ଗଞ୍ଜାମର ସବୁ ସହର ସୀମା ସିଲ୍‌, ୪୧ ପ୍ଲାଟୁନ୍‌ ଫୋର୍ସ ମୁତୟନ ।୧୩୦ ଡାକ୍ତରଙ୍କ ସହିତ ୫ ଜିଲ୍ଲାର ଅଧିକାରୀଙ୍କୁ ଗଞ୍ଜାମ ପଠାଇଲେ ସରକାର।

୯-ବିଶ୍ୱର ଶୀର୍ଷ ୧୦ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବର୍ତ୍ତମାନ ୬ଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। 

୧୦-ଭାରତୀୟ ରେଲୱେ ଆଉଏକ ଉପଲବ୍ଧି ନିଜ ନାଁରେ କରିବାକୁ ଯାଉଛି। କଶ୍ମୀରରେ ଭାରତୀୟ ରେଲୱେ ଦେଶର ପ୍ରଥମ କେବୁଲ୍ ରେଳ ବ୍ରିଜ୍ ନିର୍ମାଣ କରୁଛି।

୧୧-୧୫ଦିନ ଲାଗି ଗଞ୍ଜାମର ସବୁ ସହର ସୀମା ସିଲ୍‌, ୪୧ ପ୍ଲାଟୁନ୍‌ ଫୋର୍ସ ମୁତୟନ ।*

୧୨-କରୋନା ମୁକାବିଲା: ଗଞ୍ଜାମ ପାଇଁ ବଡ଼ ଅପରେସନ୍, ଏକାଥରକେ ଗଲେ ୨୧୮ ଅଫିସର, ଡାକ୍ତର, କର୍ମଚାରୀ, ୫ ଓଏଏସ, ୪୭ ଓଆର୍‌ଏସ୍ ଅଫିସର, ୧୦୦ ଆୟୁ‌ଷ, ୩୩ ଏଲୋପ୍ୟାଥିକ୍ ଡାକ୍ତରଙ୍କୁ ପଠାଗଲା ।*

୧୩-ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଜାରି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ।*

୧୪-ସିଲ୍‍ ହେଲା ୩ ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖା,ବ୍ୟାଙ୍କର ଜଣେ ଅଧିକାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଫୁଲବାଣୀର ଆଂଚଳିକ କାର୍ଯ୍ୟାଳୟ,ମୁଖ୍ୟ ବ୍ରାଞ୍ଚ ସମେତ ବଜାର ଶାଖା ସିଲ୍‍ ।*

୧୫-ବନବିଭାଗର ଚଳିତ ବର୍ଷ ଭିତରକନିକାରେ ୧୦୩ଟି କୁମ୍ଭୀରଙ୍କ ଅଣ୍ଡା ବସା ଚିହ୍ନଟ ।*

୧୬-ଖୁବଶୀଘ୍ର ଓ୍ବାର୍କ ଫ୍ରମ୍‌ ହୋମ୍‌ ଲାଗି ଏସ୍‌ବିଆଇର ବଡ଼ ଯୋଜନା: ଏଣିକି ଯେକୌଣସି ସ୍ଥାନରୁ କାମ କରିପାରିବେ କର୍ମଚାରୀ, ଯୋଜନା କାର୍ଯ୍ୟକାରୀ ହେଲେ ବ୍ୟାଙ୍କ ପ୍ରାୟ ୧୦୦୦ କୋଟି ଟଙ୍କା ସଞ୍ଚୟ କରିବାକୁ ସକ୍ଷମ ହେବେ ପ୍ରାର୍ଥୀ ।*

୧୭-ଓଡ଼ିଶାରେ ଆଜିଠୁ ଆରମ୍ଭ ପ୍ଲାଜମା ଥେରାପୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ।*

୧୮-କରୋନା ସଂକ୍ରମଣ ବୃଦ୍ଧି ନେଇ କେନ୍ଦ୍ରର ଚିନ୍ତା, ସଂକ୍ରମଣର ସଠିକ୍‌ ତଥ୍ୟ ଦେବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ।*

୧୯-ଫେରିଲା ’ଲକ୍ଡ଼ାଉନ’: ଜୁଲାଇ ୧୬ରୁ ୩୧ ପର୍ଯ୍ୟନ୍ତ ସମଗ୍ର ବିହାର ବନ୍ଦ ।*

୨୦-ଏଣିକି ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍‌ଟି ଲାଗୁ । GST ବ୍ୟବସ୍ଥାର ଅଥରିଟି ଅଫ୍‌ ଆଡଭାନ୍ସ ରୁଲିଂସ(AAR)ର ଗୋଆ ବେଞ୍ଚଙ୍କ ନିର୍ଦ୍ଦେଶ ।*

୨୧-ସୀମାରେ ନିଜର କ୍ଷମତାକୁ ମଜବୁତ କରିବା ଉଦ୍ଦେଶ୍ୟ ରେ ଇଜରାୟଲ ନିକଟରୁ ଆଣ୍ଟିଟ୍ୟାଙ୍କ ସ୍ପାଇକ ମିଶାଇଲ କିଣିବ ଭାରତ ।ଏଥିରେ ରହିଛି ୧୨ ଟି ସ୍ପାଇକ ଲଞ୍ଚର ଓ ୨୦୦ରୁ ଅଧିକ ମିଶାଇଲ l*

୨୨-ଚାଇନାର ୫ଜି ଟେକ୍ନୋଲୋଜି କମ୍ପାନୀ ହୁଓ୍ବାଇକୁ ବ୍ୟାନ୍‌ କଲା ବ୍ରିଟେନ । ବ୍ରିଟେନର ଏହି ନିଷ୍ପତ୍ତି ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଶଂସା ।*

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୫/୭)