ଆଜି ସଂକ୍ଷେପରେ…(୧୫/୧୧)

୧-ନବ ନିର୍ବାଚିତ ଆମେରିକାର ଉପ-ରାଷ୍ଟ୍ରପତି କମଳା ହାରିଶଙ୍କ ସୂଚନା, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବଡବଡ଼ କମ୍ପାନୀକୁ ଦିଆଯାଇଥିବା ଟ୍ୟାକ୍ସରେ ରିହାତିକୁ ଉଠାଇ ଦିଆଯିବ ଓ ଆର୍ଥୀକ କ୍ଷେତ୍ର ନିମନ୍ତେ ତାଙ୍କ ସରକାର ବିଶେଷ କାର୍ଯ୍ୟ କରିବ ।

୨-ଜମ୍ମୁ ଓ କଶ୍ମୀର ରେଞ୍ଜର ରଜୌରି ଅଂଚଳରେ ବରଫ ପଡ଼ିଥିବା ସୂଚନା ମିଳିଲା ।

୩-ଲାଗୁ ହେଲା ଓଡିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ –୨୦୨୦ ।

୪-ବିହାରରେ ଏନଡିଏ ବୈଠକ ଆଜି । ନେତା ନିର୍ବାଚନ ହେବ , ଉପମୁଖ୍ୟମନ୍ତ୍ରୀଙ୍କୁ ନେଇ କେଁ ।

୫-ନବୀନଙ୍କ ଦୀପାବଳୀ ଶୁଭେଚ୍ଛାରେ କୋଭିଡ଼୍ ସ୍ପର୍ଶ ।

୬-ବିଳମ୍ବିତ ହେଉଛି ଏକକ ପିଜି ପ୍ରବେଶିକା ଫଳ । ଭବିଷ୍ୟତ ବାଟ ପାଉନାହାନ୍ତି ଛାତ୍ରଛାତ୍ରୀ । ୧୭ ତାରିଖ ପର୍ଯ୍ୟନ୍ତ ସ୍ନାତକ ମାର୍କ ଅପଲୋଡ଼ କରିହେବ , ୨୧ ରେ ପ୍ରକାଶ ପାଇବ ମେଧା ତାଲିକା ।

୭-ଭାରତ ଆକ୍ରମଣରେ ପାକ୍ ଯବାନଙ୍କ ମୃତ୍ୟୁ , ସଂଖ୍ୟା ୧୧ କୁ ବଢିଲା ।

୮-ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଗତକାଲି ୧ହଜାର ୫୦୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ଲକ୍ଷ ୯୫ହଜାର ୨୪୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

୯-ଦୀପାବଳି ପାଳନ ସମୟରେ ବିଭିନ୍ନ ସ୍ଥାନରେ ଲାଗୁଥିବା ନିଆଁକୁ ନେଇ ଗତ ବର୍ଷ ଅପେକ୍ଷା ଏ ବର୍ଷ କମ୍ ଫୋନ କଲ୍ ଆସିଥିବା ସୂଚନା ଦେଲେ ଦିଲ୍ଲୀ ଅଗ୍ନିଶମ ବିଭାଗର ନିର୍ଦ୍ଦେଶକ ଅତୁଲ ଗର୍ଗ । ଗତକାଲି ସର୍ବମୋଟ ୨୦୬ ଟି ଫୋନ କଲ୍ ଆସିଥିବାବେଳେ ସେ ଭିତରୁ ୧୨୯ ଟି କଲର ପ୍ରତ୍ୟୁତ୍ତର ବିଭାଗ ପକ୍ଷରୁ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି ।

୧୦-ଦୀପାବଳି ପୂର୍ବରୁ ସୀମାରେ ବଡ ଧମାକା । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନର ମୁହଁତୋଡ ଜବାବ । ରକେଟ ମାଡରେ ଧୂଳିସାତ ହେଲା ପାକ ସେନାର ବଙ୍କର, ୬ରୁ ୭ ସେନା ନିହତ ସୂଚନା ।

୧୧-କରୋନା କାଳରେ ମହାରାଷ୍ଟ୍ରରେ ସୋମବାର ଠାରୁ ଖୋଲିବ ଧାର୍ମିକ ସ୍ଥଳ । ଶ୍ରଦ୍ଧାଳୁ ମାନେ ମନ୍ଦିର, ମସଜିଦ, ଗୀର୍ଜା ଯାଇ ଉପାସନା, ଆରାଧନା ପୂଜାର୍ଚ୍ଚନା କରିପାରିବେ ।

୧୨-ରାଜ୍ୟର କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ମହାନଗର ନିଗମରେ ୪ଟି ବାଣିଜ୍ୟିକ କୋର୍ଟ ପ୍ରତିଷ୍ଠା ହେବ ।

୧୩-ପାଟଣାଗଡ଼ ଗଣହତ୍ୟା ମାମଲା : ଆଉ ୭ ଜଣଙ୍କୁ ଅଟକ ରଖି ଜେରା ।

୧୪-ଚୀନ୍ ଛାଡି ଭାରତ ଆସିବେ ୩୬ କମ୍ପାନୀ । ସରକାରଙ୍କୁ ଦେଇଛନ୍ତି ପ୍ରସ୍ତାବ ।

୧୫-ପ୍ରଥମ ଥର ପାଇଁ ପରୋକ୍ଷରେ ପରାଜୟ ସ୍ୱୀକାର କଲେ ଡୋନାଲ୍ଡ ଟ୍ରମ୍ପ । କହିଲେ, ସେ ରାଷ୍ଟ୍ରପତି ରହିବେ ନା ନାହିଁ ସମୟ କହିବ ।

୧୬-୧୦୦ ଦିନ ଭିତରେ ସମ୍ପୂର୍ଣ୍ଣ ହେବ ୭୬ ଲକ୍ଷ ଚାଷୀଙ୍କ ତାଲିକା । ମିଳିବ ନୂଆ ପରିଚୟପତ୍ର, ଚାଷୀ ପାଇବେ ସରକାରୀ ସୁବିଧା । ଚାଷୀଙ୍କ ଡାଟାବେସକୁ ନେଇ ତେଜିଲା ରାଜନୀତି

୧୭-ଶିଶୁ ଦିବସ ଉପଲକ୍ଷେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ।

୧୮-ଲାଗୁ ହେଲା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ-୨୦୨୦ । ଏ ନେଇ ବିଧିବଦ୍ଧ ଭାବେ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଆସୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ନୂଆ ଆଇନ କାର୍ଯ୍ୟକାରୀ ହୋଇଛି।

୧୯-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଜୈସଲମେର ସୀମାରେ ମୁତୟନ ହୋଇଥିବା ସୀମା‌ ସୁରକ୍ଷା ବଳର ଯବାନମାନଙ୍କ ସହ ଦୀପାବଳି ପାଳନ କଲେ ।

୨୦-ଭାରତୀୟ କ୍ରିକେଟ୍‌ରଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍, ଅଷ୍ଟ୍ରେଲିଆରେ ଅଭ୍ୟାସ ଆରମ୍ଭ କଲେ ଖେଳାଳି ।

୨୧-ଗୁଗଲ୍‌ ବଏ ବିଠଲ୍; ୧ ମିନିଟ୍‌ରେ ଗୀତାର ୧୩ ଶ୍ଳୋକ ଆବୃତ୍ତି କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ।

୨୨-ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା: ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ; ଶୁକ୍ରବାର ଜାମ୍ମୁକାଶ୍ମୀରର ୪ଟି ସ୍ଥାନରେ ପାକ୍ କରିଥିଲା ଗୁଳିମାଡ ।

୨୩. ଆଜିଠାରୁ ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ ।
୨୪. ଇଟାଲୀରେ ପୁଣି ଭୟଙ୍କର ଋପ ଧାରଣ କଲାଣି କରୋନା, ହସ୍ପିଟାଲ ଟଏଲେଟରୁ ମିଳିଲା ରୋଗୀଙ୍କ ଶବ ।
୨୫. ଏଣିକି ଓଡ଼ିଶା ୱାନ୍‌ ପୋର୍ଟାଲରେ ଏକୀକରଣ ହେବ ସମସ୍ତ ପରିବହନ ଇ-ସେବା : ୧୫ ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ପରିବହନ ବିଭାଗର ନିର୍ଦ୍ଦେଶ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୫/୧୧)