ଆଜି ସଂକ୍ଷେପରେ… (୧୪/୮)

୧-ଓଡ଼ିଶାର ୩ ପୋଲିସ ସବ୍‌ ଇନ୍‌ସ୍ପେକ୍ଟର ପାଇବେ କେନ୍ଦ୍ର ଗୃହମନ୍ତ୍ରୀ ପଦକ,ପେସାଦାର ପ୍ରବୃତ୍ତି ଓ ଉତ୍ସର୍ଗୀକୃତ ସେବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ।

୨-ଦେଶର ପ୍ରଥମ ଘରୋଇ ରକେଟ ଇଞ୍ଜିନ ‘ରମଣ’ ର ପରୀକ୍ଷଣ ସଫଳ ।

୩-ଭଗବାନଙ୍କ ଦ୍ୱିତୀୟ ଅବଦାନ ଡାକ୍ତର ମାନଙ୍କୁ ଉଚ୍ଚତମ ନ୍ୟାୟାଳୟ କଡା ନିର୍ଦେଶ ଏଣିକି ପ୍ରେସ୍‌କ୍ରିପ୍‌ସନ୍‌ ରେ ସଠିକ୍ ରୂପେ ବିଭିନ୍ନ ଔଷଧ, ଇଞ୍ଜେକ୍ସନ ଆଦିର ସମସ୍ତ ସବିଶେଷ ତଥ୍ୟକୁ ପଢିହେଲା ପରି ଉଲ୍ଲେଖ କରିବେ ।

୪-ଏବର୍ଷ ବିନା ଛାତ୍ରଛାତ୍ରୀ ରେ ପାଳନ ହେବ ସ୍ୱାଧୀନତା ଦିବସ , ସ୍କୁଲ ଆସିବେନି ପିଲା । ଏ ନେଇ ଗଣଶିକ୍ଷା ବିଭାଗର ଗାଇଡଲାଇନ ଜାରି ।

୫- ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଏଥର ଓଡିଶା ବାହାରେ ମଧ୍ୟ ହେବ ଓଜେଇଇ ପରୀକ୍ଷା କେନ୍ଦ୍ର । “କେନ୍ଦ୍ର – ପାଟନା, ରାଞ୍ଚି ଓ କୋଲକାତା”, OJEE ର ନିଷ୍ପତ୍ତି ।

୬-ସରକାର ଙ୍କ ବଡ ଘୋଷଣା ଟିକସ ବ୍ୟବସ୍ଥାରେ ବଡ ସଂସ୍କରଣ ଏଣିକି କିଏ ଯାଞ୍ଚ କରିବ, କାହାର ଯାଞ୍ଚ ହେବ କେହି ଜାଣିପାରିବେନି ।

୭-ମୁଣ୍ଡରେ ହାତ ଦେଲେ ମୂର୍ତିକାର, ଚଳିତବର୍ଷ ଟ୍ୱିନ ସିଟି ସମେତ ତାଳଚେର ରେ ମଧ୍ୟ ଗଣେଶ ପୂଜା ମନା ।

୮-ମହାନ କାମ ପାଇଁ ମହା ସମ୍ମାନ : ଅଙ୍ଗଦାନ ଦିବସରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ୩ଟି ପରିବାରକୁ ‘ସୁରଜ ସମ୍ମାନ’ ।

୯-ଇସ୍ରାଏଲ ଓ ୟୁଏଇ ମଧ୍ୟରେ ଐତିହାସିକ ଶାନ୍ତି ବୁଝାମଣା, ଡୋନାଲ୍ଡ ଟ୍ରମ୍ପ କଲେ ମଧ୍ୟସ୍ଥତା ।

୧୦-ଚୀନ ଉପରେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ,ଏଣିକି ଅଶୋଧିତ ତୈଳ ଆଣିବା ଲାଗି ଚୀନ୍‌ର ଜାହାଜ ବ୍ୟବହାର ନକରିବା ଲାଗି ରାଷ୍ଟ୍ରାୟତ୍ତ ତୈଳ କଂପାନିର ନିଷ୍ପତ୍ତି ।
୧୧-ସାଉଥାମ୍ପଟନ- ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨ ।

୧୨-ଧୋନୀଙ୍କ କରୋନା ରିପୋର୍ଟ ନେଗେଟିଭ, ସେ ଆଜି ଚାଟାର୍ଡ ଫ୍ଲାଇଟରେ ଚେନ୍ନାଇରେ ପହଞ୍ଚିବେ । IPL ଖେଳିବାକୁ ଆସନ୍ତା ୨୧ କିମ୍ବା ୨୨ରେ ଦୁବାଇ ଯାତ୍ରା କରିବେ CSK । 

୧୩-ଯୁକ୍ତ ୨ରେ ଶୂନ ରେଜଲ୍ଟ କରିଥିବା ୧୫ ହାଇଅର ସେକେଣ୍ଡାରୀ ସ୍କୁଲକୁ ନୋଟିସ : କାରଣ ଦର୍ଶାଅ ନୋଟିସ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ; ୭ ଦିନ ଭିତରେ ଉତ୍ତର ଦେବାକୁ ନିର୍ଦେଶ।

୧୪-ଆୟୁଷ ନିର୍ଦ୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର ।

୧୫-ଅଯୋଧ୍ୟାରେ ନିର୍ମାଣ ହେଉଛି ଭବ୍ୟ ରାମ ମନ୍ଦିର, ଦାନ କରିବାକୁ ଅପିଲ୍‌ କଲେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍‌ ରାୟ।

୧୬-କେରଳରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। 

୧୭-ବ୍ରହ୍ମପୁରରେ ଶେଷ ହୋଇଥିବା ସେରୋଲୋଜିକାଲ ସର୍ଭେରୁ ଜଣାପଡ଼ିଛି , ଗଂଜାମ ଜିଲ୍ଲାରେ ଏକ ତୃତୀୟାଂଶ ଲୋକଙ୍କ ଠାରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି : ଆରଏମ୍‌ଆରସି ନିର୍ଦ୍ଦେଶିକା  ଡା.ସଂଘମିତ୍ରା ପତି।

୧୮-ଗେହଲଟ ଘରେ ପାଇଲଟ, ସବୁ ରାଗ ଭୁଲି ଦୁହେଁ ହାତ ମିଳାଇଲେ।

୧୯-କୋଭିଡ୍‌କୁ ନେଇ ଅପପ୍ରଚାର ଅପରାଧ : ସୁଧୁରିଯିବାକୁ ପରାମର୍ଶ ଦେଲା କ୍ରାଇମ୍‌ବ୍ରାଞ୍ଚ।

୨୦-ମାଳଦ୍ଵୀପରୁ ଚୀନକୁ ଘଉଡାଇବା ପ୍ରସ୍ତୁତିରେ ଭାରତ, ନିବେଶ କରିବ ୫୦ କୋଟି ଡଲାର।

୨୧-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଅଟଳ ବିହାରୀ ବାଜପେୟୀଙ୍କୁ ପଛରେ ପକାଇ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିବା ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ନିଜ ନାମରେ କରିଛନ୍ତି । 

୨୨-ଯୁକ୍ତ 2 ନାମଲେଖା ପାଇଁ ଶହେ ଟଙ୍କା କମିଲା ଆବେଦନ ଫି,CAF ଦାଖଲ ପାଇଁ କଲେଜ୍ ଆସିବେନି ଛାତ୍ରଛାତ୍ରୀ।

୨୩-ଭୁବନେଶ୍ୱର:ଆସିଲା ନୂଆ ଗାଇଡ୍‌ଲାଇନ୍‌ , କୋଭିଡ଼ ନିୟମ ଉଲ୍ଲଂଘନ କଲେ ଗଣିବେ ୧ଲକ୍ଷ ତଣ୍ଡ, ଭୋଗିବେ ୨ ବର୍ଷ ଜେଲ୍‌ଦଣ୍ଡ।

୨୪-୪୮ ଘଣ୍ଟାରେ ମିଳିବ ବିଜୁଳି ସଂଯୋଗ।ଆରମ୍ଭ ହେବାକୁ ଯାଉଛି ‘ଓଡ଼ିଶା ବିଜୁଳି ସଂଯୋଗ’ ନାମରେ ଏକ ୱେବ୍‌ ପୋର୍ଟାଲ୍।

୨୫-ଭୁବନ:ଫାଷ୍ଟ କ୍ଲାସ ପାଇଛି କହି ଘରୁ ବାହାରିଗଲେ, ତାପରେ ଜଙ୍ଗଲରେ…ନିଜ ବେକରେ ରସି ଲଗାଇ ଆତ୍ମହତ୍ୟା କଲେ ବୁଲୁ ଦାସ +୨ ବିଜ୍ଞାନରେ ଫେଲ ପାଇଁ।

୨୬-ଭୁବନେଶ୍ୱର:ଦୈନିକ ୧ ଲକ୍ଷ ଟେଷ୍ଟିଂ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ: ୬ ଜିଲ୍ଲାରେ ଖୋଲାଯିବ ୭ଟି ଲାବ।

୨୭-ଟିକସଦାତାଙ୍କ ଉପରେ ହିଁ ନିର୍ଭର କରୁଛି ଭାରତର ବିକାଶ ଓ ପ୍ରଗତି, 130କୋଟି ଲୋକଙ୍କ ମଧ୍ୟରୁ ମାତ୍ର 1.5 କୋଟି ଲୋକ ଦେଉଛନ୍ତି ଟିକସ୍।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ… (୧୪/୮)