ଆଜି ସଂକ୍ଷେପରେ…(୧୪/୭)

୧-ପୁଣି ବଢିଲା ଡିଜେଲ ଦର: ଡିଜେଲ ଦର ଲିଟର ପିଛା ୧୧ ପଇସା ବୃଦ୍ଧି , ଫଳରେ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଦର ୭୯.୧୪ ଟଙ୍କାରେ ପହଁଚିଛି।*

୨-ବିଜୁ ଜନତା ଦଳର ପୁଣି ନୂଆ ନିଯୁକ୍ତି, ଏଥର 18 ଜଣ ନେତ୍ରୀଙ୍କୁ ଦିଆଗଲା ଜିଲ୍ଲା ମହିଳା ସଂଗଠନ ଦାୟିତ୍ବ ।*

୩-ଅନିର୍ଦ୍ଧିଷ୍ଟ କାଳ ଯାଏ ବ୍ରହ୍ମପୁରର ସମସ୍ତ ପ୍ରବେଶ ପଥ ବନ୍ଦ ।*

୪-୨ ଦିନ ଯାଏଁ ବର୍ଷା ସମ୍ଭାବନା, ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।*

୫-କାର୍ଯ୍ୟକ୍ଷମ ହେଲା AIIMS ର ସ୍ୱାସ୍ଥ୍ୟ ଆପ୍‌, ରୋଗୀମାନେ ଟେଲି ମେଡିସନ୍‌ ଏବଂ ଭିଡ଼ିଓ କଲ ମାଧ୍ୟମରେ ଆଲୋଚନା କରିପାରିବେ ।
୬-ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ର ଅଧ୍ୟକ୍ଷ ହେଲେ ସୁଦର୍ଶନ ଦାସ ।

୭-ଏଣିକି ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତା।

୮-ଲକ୍ଷୌର ଦିବ୍ୟାଂଶୀ ଜୌନ CBSE ଦ୍ୱାଦଶ ଶ୍ରେଣୀରେ ୬୦୦ରୁ ୬୦୦ ମାର୍କ ରଖି ରଚିଲେ ଇତିହାସ, ଐତିହାସିକ ସଫଳତା ସାରା ଦେଶରେ ଚର୍ଚ୍ଚା ।

୯-ବିଶାଖାପାଟନମର ଫାର୍ମା ସିଟିରେ ଅଗ୍ନିକାଣ୍ଡ ; ୧୭ଟି ଭୟଙ୍କର ବିସ୍ଫୋରଣ, ଲୋକେ ଆତଙ୍କିତ ।

୧୦-ଏଣିକି ନଗଦ ଟଙ୍କା ଉଠାଣ ପାଇଁ କଟିବ TDS, ରିଟର୍ଣ୍ଣ ଦାଖଲ କରୁ ନ ଥିବା ବା ଆୟକର ଦେଉ ନ ଥିବା କରଦାତାଙ୍କ ପାଇଁ ସର୍ତକ ସୂଚନା ଜାରୀ ।

୧୧-ଖାଲି ଷ୍ଟାଡିୟମ୍‌ରେ ହୋଇପାରେ ୧୭ ବର୍ଷରୁ କମ୍ ମହିଳା ଫୁଟ୍‌ବଲ ବିଶ୍ବକପ୍ ! ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (AIFF)ର ମହା ସମ୍ପାଦକ କୁଶଳ ଦାସଙ୍କ ସୂଚନା ।୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଭାରତରେ ଖେଳାଯିବ।

୧୨-୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳ ହେବ “ଗ୍ରୀନ ରେଲୱେ”, ରେଳବାଇ ବ୍ୟବସ୍ଥା କୁ “ଶୂନ୍ୟ ଅଙ୍ଗାରକାମ୍ଳ ର୍ନିଗମନ” ରେ ପରିଣତ କରାଯିବ । ରେଳ ବଗିଗୁଡ଼ିକରେ ବାୟୋ ଶୌଚାଗାର ଖଞ୍ଜାଯିବା ସହ ଅକ୍ଷୟ ଶକ୍ତିକ୍ଷମ କରାଯିବ ।

୧୩-ଭାରତରେ ୭୫ ହଜାର କୋଟି ଟଙ୍କା ନିବେଶ କରିବ ଗୁଗୁଲ୍, ଘୋଷଣା କଲେ ସୁନ୍ଦର ପିଚାଇ।

୧୪-କରୋନା ଟୀକା : ଭାରତରେ ପ୍ରଥମ କରୋନା ଟୀକାର ମାନବ ପରୀକ୍ଷଣ ଆରମ୍ଭ, କ୍ଲିନିକାଲ୍‌ ଟ୍ରାଏଲ୍‌ ପାଇଁ ପାଟ୍‌ନା ଏମ୍ସ ବାଛିଲା ୧୮ଜଣ ସ୍ବେଚ୍ଛାସେବୀଙ୍କୁ।

୧୫-ଜୁଲାଇ ୩୧ ସୁଦ୍ଧା ବାହାରିବ ମାଟ୍ରିକ୍‌ ରେଜଲ୍ଟ,ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ। ରାଜ୍ୟରେ CBSE ଦ୍ବାଦଶ ପାସ୍ ହାର ୮୯.୦୨%।

୧୬-ସରକାରୀ ଏବଂ ବେସରକାରୀ କର୍ପୋରେଟ୍ ସେକ୍ଟରକୁ ଆଇସୋଲେସନ ବ୍ୟବସ୍ଥା ପାଇଁ ଅନୁମତି ଦେଲେ ସରକାର।

୧୭-ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭା ପାଇଁ ଉପନିର୍ବାଚନ, ସଜବାଜ ହେଲେଣି ରାଜନୈତିକ ଦଳ।

୧୮-କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ, ଗୋବରୀ ନଦୀରେ ପାଞ୍ଚଦିନ ହେବ ବୁଲୁଛନ୍ତି କୁମ୍ଭୀର ଭୟରେ ସ୍ଥାନୀୟ ଲୋକେ।

୧୯-ଭଦ୍ରକ ଜିଲ୍ଲାକୁ କଲିକତା ବସ ଆସିବା ଆଉ ଯିବା ମନା । ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆଠଗଡ଼କୁ ଆସିବା ମନା : ଜିଲ୍ଲାପାଳ।

୨୦-ଭୁବନେଶ୍ୱର:ଜାମୁଝରିିରେ ୫୦୦ , ଖୁଦୁପୁରରେ ୩୦୦ ଶଯ୍ୟାବିଶିଷ୍ଟ ନୂଆ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା ହେବ।

୨୧-ଲକ୍ଷଣ ନଥିଲେ କିମ୍ବା ସାମାନ୍ୟ ଲକ୍ଷଣ ଥିବା ରୋଗୀ ଘରେ ସର୍ତ୍ତମୂଳକ ପୃଥକବାସରେ ରହି ପାରିବେ: ମୁଖ୍ୟ ଶାସନ ସଚିବ।

୨୨-୭୫ଟଙ୍କାରେ ମିଳିବ କରୋନା ଔଷଧ ଫାଭିପିରାବିର।ଦର କମାଇଲା ଗ୍ଲେନମାର୍କ।

୨୩-ବିଶାଖାପାଟନମର ଫାର୍ମା ସିଟିରେ ଅଗ୍ନିକାଣ୍ଡ ; ୧୭ଟି ଭୟଙ୍କର ବିସ୍ଫୋରଣ, ଲୋକେ ଆତଙ୍କିତ।

୨୪-ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଏଥିରେ ୮୮.୭୮ ପ୍ରତିଶତ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।

୨୫-ଆସନ୍ତା ଜୁଲାଇ ୩୧ ଭିତରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

୨୬-ମୁମ୍ୱାଇରେ ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲେନମାର୍କ କରୋନା ଔଷଧ ଫାଭିପିରାବିରର ଦାମ କମାଇଛି।

୨୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ଇଣ୍ଡିଆର ସ୍ବପ୍ନକୁ ପୂରଣ କରିବା ପାଇଁ ଗୁଗୁଲ ୭୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ବୋଲି ଘୋଷଣା କରିଛି |

୨୮-ସୋମବାର ରାଜ୍ୟରେ ଆଉ ୬୧୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୩, ୭୩୭।।ରାଜ୍ୟରେ ଆଉ ୫୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ସଂଖ୍ୟା ୯୨୫୫କୁ ବୃଦ୍ଧି ପାଇଛି ।
୨୯-ସମ୍ବଲପୁର ବିଶ୍ୱବିଦ୍ୟାଳୟ ୨୦ ଯାଏ ଓ ଭିସୁଟ୍‌ ୧୮ ଯାଏ ବନ୍ଦ ।

୩୦-କରୋନା ଆକ୍ରାନ୍ତ ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ, ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବେ ସରକାର।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୪/୭)