ଆଜି ସଂକ୍ଷେପରେ…(୧୪/୧୦)

୧. ବିନା ଏସି ରେଳଗାଡ଼ି ଡବାରୁ ସ୍ଲିପର୍ ହଟାଇବାକୁ ରେଳବାଇ ଅଧ୍ୟକ୍ଷଙ୍କ ସୂଚନା । ସରକାରଙ୍କ ନିଷ୍ପତ୍ତିକୁ ଲୋକଙ୍କ ସମାଲୋଚନା ।

୨. ନୂଆଦିଲ୍ଲୀ: ଦେଶରେ ଲଗାତାର କରୋନା ସଂକ୍ରମଣ ମାମଲା କମୁଛି । ନୂଆ ସଂକ୍ରମଣ ମାମଲା ୬୦ ହଜାରରୁ କମ୍‌ ରହିଛି ।

୩. ଗୋଟିଏ ବର୍ଷ ପରେ ମୁକ୍ତି ପାଇଲେ ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତି । ରାଜ୍ୟରୁ ୩୭୦ ଧାରା ଉଠା ଯିବା ନେଇ ତାଙ୍କୁ ନଜରବନ୍ଦୀ କରି ରଖାଯାଇଥିଲା ।

୪. ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍‌ ମଧ୍ୟରେ ହୋଇଥିବା ସପ୍ତମ କମାଣ୍ଡରସ୍ତରୀୟ ଆଲୋଚନାକୁ ଚୀନ୍‌ ସକରାତ୍ମକ ଏବଂ ଗଠନମୂଳକ ବୋଲି କହିଥିଲେ ମଧ୍ୟ ଏଲ୍‌ଏସିରୁ ସେନା ହଟାଇବା ନେଇ ସ୍ଥିତି ସ୍ପଷ୍ଟ କରିନାହିଁ ।

୫. ଉତ୍ତରପ୍ରଦେଶରେ ପୁଣି ଏକ ମହିଳା ବିରୋଧୀ ବର୍ବର କାଣ୍ଡ ଘଟିଛି । ଏକ ଦଳିତ ପରିବାରରେ ୩ ଝିଅ ତଥା ୩ ଭଉଣୀଙ୍କ ଉପରକୁ ଏସିଡ୍‌ ଆକ୍ରମଣ ହୋଇଛି ।

୬. ବିଧାନସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତ ଶରତ କୁମାର କରଙ୍କୁ ଗାର୍ଡ଼ ଅଫ ଅନର୍ ଦିଆ ନ ଯିବାରୁ ଲୋକେ କଲେ ଅସନ୍ତୋଷ ପ୍ରକାଶ ।

୭. ବିହାର ବିଧାନସଭା ନିର୍ବାଚନ : ବିହାର ବିଧାନସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଚମକ ଓ ଯାଦୁ ଦେଖିବାକୁ ମିଳିବନି ।

୮. ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ସହ ଦକ୍ଷିଣ- ପୂର୍ବ ମୁହାଁ ହୋଇଛି I ତାହା ମଙ୍ଗବାର ରାତ୍ରି ସୁଦ୍ଧା ନର୍ସାପୁର ଓ ବିଶାଖାପାଟଣା ମଧ୍ୟ ଦେଇ କାକିନଡ଼ା ପାଖାପାଖି ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ପୁଣି ବଙ୍ଗୋପ ସାଗରରେ ଆଉ ଦୁଇ ଲଘୁଚାପ ସୃଷ୍ଟି ହୋଇଛି I

୯. ଆଇଏମଏଫର ପୂର୍ବାନୁମାନ- ଚଳିତ ବର୍ଷ ନିମ୍ନଗାମୀ ରହିବ ଅର୍ଥବ୍ୟବସ୍ଥା, କିନ୍ତୁ ୨୦୨୧ରେ ଚୀନକୁ ପଛରେ ପକାଇବ ଭାରତ ।

୧୦. ଦୁବାଇ ସଡ଼କରେ ବ୍ରିଟିଶ୍‌ ସିଙ୍ଗର ଗାଇଲେ ପଞ୍ଜାବୀ ଗୀତ । ବିଚ୍‌ ରାସ୍ତାରେ ‘ଦମା ଦମ୍‌ ମସ୍ତ କଲନ୍ଦର’ ଗୀତ ଗାଇ ଚର୍ଚ୍ଚାରେ ବ୍ରିଟିଶ୍‌ ଗାଇକା ।

୧୧. ହାଥରସ୍ ମାମଲାରେ ସରକାରଙ୍କ ଭୂମିକାକୁ ନେଇ ଆହ୍ଲାବାଦ ହାଇକୋର୍ଟ ବେଂଚଙ୍କ କଡ଼ା ପ୍ରତିକ୍ରିୟା । ଏଡିଜିଙ୍କୁ କହିଲେ, ଆପଣଙ୍କ ଝିଅ ହେଇଥିଲେ ରାତିରେ ଅନ୍ତିମ ସଂସ୍କାର କରିଥାନ୍ତେ ?

୧୨. ଫେଷ୍ଟିଭ୍‌ ସିଜନରେ ରେଳବାଇର ଉପହାର; ଅକ୍ଟୋବର ୨୦ରୁ ଚାଲିବ ୩୯୨ଟି ସ୍ପେଶାଲ୍‌ ଟ୍ରେନ୍ ।

୧୩. ସୁପ୍ରମିକୋର୍ଟ ବିଚାରପତି ଜଷ୍ଟିସ ରମନାଙ୍କ ବିରୁଦ୍ଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଆଣିଲେ ଅଭିଯୋଗ ।

୧୪. ଜିଏସଟି କ୍ଷତି ଭରଣା ପାଇଁ ଋଣ କରିବ ଓଡିଶା । ଜିଏସଟି କାଉନସିଲ୍ ବୈଠକ ପରେ ୨୦ଟି ରାଜ୍ୟକୁ ଅନୁମତି ଦେଲେ କେନ୍ଦ୍ର ସରକାର, ଖୋଲା ବଜାରରୁ ରାଜ୍ୟ କରିବ ୨ହଜାର ୮୫୮ କୋଟି ଟଙ୍କାର ଋଣ ।

୧୫.ଚେନ୍ନାଇ ଚମକ ଫେରିଲା, ସନ୍‌ରାଇଜର୍ସର ପଞ୍ଚମ ପରାଜୟ ।

୧୬. ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଓ ପୁରୀରେ ଟ୍ୟାପ୍‌ରୁ ପାନୀୟ ଜଳ ମିଶନ ‘ସୁଜଳ’ ଲୋକାର୍ପିତ କରିଛନ୍ତି ।

୧୭. ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ-ଚାଇନା ରାଜି!

୧୮. ୨ ଗଣମାଧ୍ୟମ ଓ ୪ ଆଙ୍କରଙ୍କ ବିରୋଧରେ ଏକାଠି ହେଲା ପୂରା ବଲିଉଡ । ଦିଲ୍ଲୀ ହାଇକୋର୍ଟରେ ଅପିଲ, ଭାଷା ବ୍ୟବହାରରେ ଶାଳୀନତା ରଖିବାକୁ ନିର୍ଦ୍ଦେଶ ପାଇଁ ଅପିଲ ।

୧୯. କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ କହିଛି ଯେ କୋଭିଡ -୧୯ ସମ୍ବନ୍ଧୀୟ ମୃତ୍ୟୁରେ ୬୦ ବର୍ଷରୁ କମ୍ ଲୋକ ଅଛନ୍ତି ।

୨୦. ଆଜି ରାଜ୍ୟରୁ ମୋଟ୍ ୨୭୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।

୨୧. ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଅଘଟଣ ଘଟିଛି ।

୨୨. ଜାତୀୟ ଆଲୁମିନିୟମ କମ୍ପାନି ଲିମିଟେଡ(ନାଲ୍‌କୋ)ରେ ଡାକ୍ତର ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ନଭେମ୍ଵର ୨ ପୂର୍ବରୁ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ ।

୨୩. ଆନ୍ଧ୍ର ଉପକୂଳ ଅତିକ୍ରମ କଲା ଅବପାତ, ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷିଲା, ଆଜିଠୁ କମିବ ।

୨୪. ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ନେଇ ଧର୍ମେନ୍ଦ୍ରଙ୍କ ଟ୍ବିଟ୍‌, ଅମୃତ ଯୋଜନାରେ କେନ୍ଦ୍ରରୁ ମିଳିଛି ୮୮୫ କୋଟି ।

୨୫.ଉତ୍ତରପ୍ରଦେଶର ଚିତ୍ରକୁଟରେ ଜଣେ ଦଳିତ ନାବାଳିକା ସହ ଗଣଦୁଷ୍କର୍ମ । ଚିନ୍ତାଗ୍ରସ୍ତ ନାବାଳିକାର ଆତ୍ମହତ୍ୟା ।
୨୬.ଅଲିମ୍ପିକ୍ସ ପ୍ରସ୍ତୁତି ସଂସଦୀୟ କମିଟିରେ ସସ୍ମିତ ଓ ଅନୁଭବ ।
୨୭. ଓଡ଼ିଶା ସରକାର ରଗ୍‌ବୀ ଇଣ୍ଡିଆ ପ୍ରାୟୋଜକ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୪/୧୦)