ଆଜି ସଂକ୍ଷେପରେ…(୧୩/୯)

୧. ଟିକା ଆସିନାହିଁ ସତର୍କ ରୁହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଲେ, ଯେ ପର୍ଯ୍ୟନ୍ତ କରୋନା ଟିକା ଆସିନାହିଁ ହେଳା କରନ୍ତୁ ନାହିଁ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତା ବେଳେ, ସଚେତନ ବର୍ତା ଦେଲେ ନରେନ୍ଦ୍ର ମୋଦି।

୨. ଆଜି ନିଟ୍ ପରୀକ୍ଷା । ରାଜ୍ୟର ୭ ଜିଲ୍ଲା ଓ ୭ ସହରରେ ପରୀକ୍ଷା ହେବ ଅନୁଷ୍ଠିତ, ଭୁବନେଶ୍ୱରରେ ୩୧ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

୩. ଚୀନ ପଟୁ ବିପଦ ବଢୁଛି, ଉତ୍ତରାଖଣ୍ଡରେ ଏୟାର ଡିଫେନ୍ସ ରାଡାର, ବିମାନଘାଟି ନିର୍ମାଣ କରିବ ବାୟୁସେନା ।

୪. ୧୭ ତାରିଖ ଯାଏ ବର୍ଷା! ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

୫. ପାଞ୍ଚ ରାଜ୍ୟରୁ ୬୦ ପ୍ରତିଶତରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ।
ସେଥିମଧ୍ୟରୁ ମହାରାଷ୍ଟ୍ର , ଆନ୍ଧ୍ରପ୍ରଦେଶ , ତାମିଲନାଡୁ , କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ।

୬. JEE Main Result 2020 : ଜାରି ହେଲା ଜେଇଇ ଆଡଭାନ୍ସଡ ପାଇଁ କଟ୍ ଅଫ ମାର୍କ ।

୭. ପୁଣି କମିଲା ପେଟ୍ରୋଲ ଓ ଡିଜେଲ୍ ଦର । ପେଟ୍ରୋଲ ଲିଟର ପିଛା ଦର ୧୩ ଓ ଡିଜେଲ ୧୨ ପଇସା କମିଛି।

୮. ୫୦ ବର୍ଷରୁ ଅଧିକ ବୟସର ପୋଲିକର୍ମୀଙ୍କୁ ବାଧ୍ୟତାମୂଳକ ଅବସର ।

୯. ଇଣ୍ଡୋ-ପାକ୍ ସୀମାରେ ଥିବା ଏକ କ୍ଷେତରୁ ଏକେ-୪୭, ଏମ୍‌-୧୬ ରାଇଫଲ ସମେତ ଅସ୍ତ୍ରଶସ୍ତ୍ର ଉଦ୍ଧାର କଲା ସୀମା ସୁରକ୍ଷା ବାହିନୀ ।

୧୦. ‘ହେଟ୍‌ ସ୍ପିଚ୍’ ଅଭିଯୋଗ: ଫେସ୍‌ବୁକ୍ ଅଧିକାରୀଙ୍କୁ ହାଜର ହେବାକୁ ନୋସିଟ୍‌ ଦେଲେ ଦିଲ୍ଲୀ ବିଧାନସଭା କମିଟି ।

୧୧.ରାଜ୍ୟରେ ପୁଣି ୩୭୭୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,୧୧ ଜଣ ମୃତ୍ୟୁ ।

୧୨. ୟୁଏଇ ପରେ ବାହାରିନ ସହିତ ଇସ୍ରାଏଲ କରିବ ଶାନ୍ତି ଚୁକ୍ତି ।

୧୩. କାଲି କରୋନା ଅକ୍ରାନ୍ତ ପରୀକ୍ଷାର୍ଥୀ ଦେଇପାରିବେନି ନିଟ୍।

୧୪. ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆଙ୍କ ନିର୍ଦ୍ଦେଶ ପରେ ଫେଭିପିରାଭିର ଟାବଲେଟ୍ ଓ ରେମଡେସିଭିର ଇଞ୍ଜେକ୍ସନକୁ ଓଡ଼ିଶାରେ ବ୍ରିକି ପାଇଁ ରାଜ୍ୟ ସରକାର ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଏହି ଦୁଇ ଔଷଧ ଓ ଇଞ୍ଜେକ୍ସନକୁ କୋଭିଡ୍ ଚିକିତ୍ସା ପାଇଁ ଉପଯୋଗ କରାଯାଉଛି।

୧୫. ଲଘୁଚାପ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାରେ ସମ୍ଭାବ୍ୟ ବନ୍ୟା ନେଇ ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମୀକ୍ଷା ବୈଠକ ।

୧୬. ରାଜ୍ୟରୁ ଆଜି ୩ ହଜାର ୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

୧୭. ଅକ୍ସଫୋର୍ଡ ୟୁନିଭର୍ସିଟି ପୁଣିଥରେ ଆଷ୍ଟ୍ରାଜେନେକା କରୋନା ଭ୍ୟାକସିନର ଟ୍ରାଏଲ୍ ଆରମ୍ଭ କରିବ। ମେଡିସିନ୍ସ ହେଲଥ ରେଗୁଲେଟୋରୀ ଅଥରିଟି (MHRA) ଭ୍ୟାକସିନର ପୁନର୍ବାର ଟ୍ରାଏଲକୁ ନେଇ କ୍ଲିନଚିଟ୍ ମିଳିଛି।

୧୮. ଶ୍ରମିକଙ୍କ ପାଇଁ ଗଡ଼ିଲା ସ୍ପେଶାଲ୍ ଟ୍ରେନ୍ ।

୧୯. କଡ଼ା ନିୟମ ଭିତରେ ୧୫ ଲକ୍ଷ ପିଲା ମେଡ଼ିକାଲ ପରୀକ୍ଷା ଦେବେ ।

୨୦. ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଚିଠି : ରାଜ୍ୟରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୨୧. ରାମମୂର୍ତ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ।

୨୨. ଭୁବନେଶ୍ୱରରୁ ଆଜି ୪୮୦ ପଜିଟିଭ୍ ଚିହ୍ନଟ ୨୯୮ ଜଣ ଲୋକାଲ୍ କେସ୍ ଚିହ୍ନଟ ରାଜଧାନୀରେ ଏବେବି ୪୯୪୬ ଆକ୍ରାନ୍ତ ସକ୍ରିୟ ।

୨୩. ଗୁରୁତ୍ବ କମ୍ ଥିବା ବିଭାଗ ବଜେଟ୍‌ କମିବ: ସଂସ୍କୃତି, ପର୍ଯ୍ୟଟନ, ଯୁବ ବ୍ୟାପାର ବିଭାଗ ପ୍ରଭାବିତ ହେବ ।

୨୪. ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ବିସିସିଆଇର ନିଆରା ଯୋଜନା ।

୨୫. ୪୦ ଲକ୍ଷ ଶ୍ରମିକ ପାଇବେ ବେକାରି ଭତ୍ତା, ବିଜ୍ଞପ୍ତି ଜାରି କଲେ ସରକାର ।

୨୬-ଆଉ ନାହାଁନ୍ତି ଯାତ୍ରା ଜଗତର ଦୁର୍ଦାନ୍ତ ଖଳନାୟକ ‘ଭିକୁ ସେଠ’ ।

୨୭-କରୋନା ପଜିଟିଭ୍ ଛାତ୍ର-ଛାତ୍ରୀ ଦେଇ ପାରିବେନି ନିଟ୍, ଅଲଗା ଦିନରେ ହେବ ବ୍ୟବସ୍ଥା।

୨୮-କୃଷି ଭିତ୍ତିଭୂମି ପାଣ୍ଠି ଯୋଜନା, ଓଡ଼ିଶାକୁ ମିଳିବ ୨୫୦୦ କୋଟିର ଋଣ

୨୯–ଲଘୁଚାପ ପ୍ରଭାବରେ ଦକ୍ଷିଣରେ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ।

୩୦-ଯୋଗୀଙ୍କ ବଡ ପଦକ୍ଷେପ: ୟୁପିରେ ୫୦ ବର୍ଷରୁ ଅଧିକ ବୟସର ପୋଲିସ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର।

୩୧-ଆଉ ନାହାନ୍ତି ଯାତ୍ରା ଜଗତର ସୁପରଷ୍ଟାର ମହେନ୍ଦ୍ର ଦାସ : ହୃଦଘାତରେ ପରଲୋକ ସୂଚନା; ଭିକୁ ସେଠ ଚରିତ୍ରରେ ତାଙ୍କ ଅଭିନୟକୁ ମନେ ରଖିବେ ଦର୍ଶକ

୩୨-ବଜାରରେ ମିଳିବ କରୋନା ଔଷଧ : ଅନୁମତି ଦେଲା ଡିସିଜିଆଇ।

୩୩-ରାଜ୍ୟରେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଏବଂ ଆୟୁଷ୍ମାନ ଭାରତ ଲାଗୁ କରିବା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୩୪-ରାଜ୍ୟରେ ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲାରେ ଥିବା ଜିଲାସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାର ବିଭାଗୀୟ ଅଦାଲତରେ ଇ-ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। 

୩୫-ମହାନଦୀ ପଠାରେ ଫସିଛନ୍ତି ୧୫ ହାତୀ।

୩୬-ଅକ୍ସଫୋର୍ଡର କରୋନା ଭ୍ୟାକସିନ ଟ୍ରାଏଲକୁ ପୁଣି ଥରେ ସବୁଜ ସଙ୍କେତ, ସେପ୍ଟେମ୍ବର ୬ରେ ଲାଗିଥିଲା ରୋକ।

୩୭-ଚିକିତ୍ସା ପାଇଁ ଆମେରିକା ଗସ୍ତରେ ଗଲେ ସୋନିଆ ଗାନ୍ଧୀ।

୩୮-ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନୁରାଧା ପୋଡ୍‌ୱାଲଙ୍କ ପୁଅ ଆଦିତ୍ୟଙ୍କ ଦେହାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 35 ବର୍ଷ ବୟସ ହୋଇଥିଲା।

୩୯-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁର ସହରର ବହୁ ପ୍ରତୀକ୍ଷିତ ରେଳ ଓଭର ବ୍ରିଜ୍ ଉଦ୍‌ଘାଟନ କଲେ ଓ କପା ପ୍ରକ୍ରିୟାକରଣ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ କଲେ।

୪୦-ବିହାର ନିର୍ବାଚନ ଆସନ ବୁଝାମଣା ପାଇଁ ପାଟନାରେ ଏନଡିଏର ବୈଠକ, ଏଲଜେପି ଯୋଗ ଦେଲା ନାହିଁ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୩/୯)