ଆଜି ସଂକ୍ଷେପରେ…(୧୩/୭)

(୧୩/୭)

୧- ଆଜି ୧୫ ଜିଲ୍ଲାକୁ ୟେଲୋ ୱାର୍ନିଂ – ୫ ଜିଲ୍ଲାରେ ପ୍ରବଳ ବର୍ଷା ୧୦ ଜିଲ୍ଲାକୁ ଝଡ଼ବର୍ଷା – ସତର୍କ ସୁଚନା ଦେଲା ପାଣିପାଗ ବିଭାଗ ।

୨- କଟକ ରୁ ଉଠିଲା ସଟ ଡାଉନ କଟକଣା – ଖୋଲିବ ଦୋକାନ – ତେବେ ଜାରି ରହିବ ଅନ୍ୟ କଟକଣା ।
୩- ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳ ବଲଭଦ୍ରପୁର ରେ ଏକ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ରେ କୋଭିଡ ନିୟମ ଉଲଂଘନ ଅଭିଯୋଗ ରେ ଜଣେ ସରପଞ୍ଚ ଙ୍କ ସମେତ ୪ ଥାନା ରେ ଅଟକ ।

୪- ମୁଖ୍ୟମନ୍ତ୍ରୀ ଙ୍କ ଅଫିସ ଚିଠି ଭୁବନେଶ୍ୱର ରୁ ବାଲେଶ୍ଵର ପହଞ୍ଚିବାକୁ ଲାଗିଲା ୪ ମାସ ! ଜଣେ ବ୍ୟକ୍ତି ଦୁଇଟି ଦାଇତ୍ୱରେ ଥାଇ ପାରିଶ୍ରମିକ ନେଉଥିବା ଅଭିଯୋଗର ତଦନ୍ତ ପାଇଁ ଚିଠି ରେ ଥିଲା ନିର୍ଦେଶ ।
୫- ମୟୁରଭଂଜ ରାଜମାତା ଶ୍ରୀମତୀ ଭାରତୀ ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ ଙ୍କ ଦେହାନ୍ତ ।

୬- ମାଲକାନଗିରି ପୋଲିସ ଆଗରେ ଦୁଇ ମାଓବାଦୀ ଙ୍କ ଆତ୍ମସମର୍ପଣ ।

୭- ନବରଙ୍ଗପୁର ର ଏକ ଟିଏମସି ରୁ ଜଣେ ଅନ୍ତେବାସୀ ଜବାନ ଫେରାର ସୂଚନା ।

୮- ଓଡିଶା ରେ ପିସିସି ସଭାପତି ପରିଵର୍ତ୍ତନ ନେଇ କଳ୍ପନା ଜଳ୍ପନା ଆରମ୍ଭ – ସଭାପତି ହେବା ନେଇ ପ୍ରଦୀପ ମାଝୀ ଅନିଛୁକ ।

୯- ରାଜସ୍ଥାନ ରାଜନୀତି ରେ ଝଡ଼ – ପଟ ପରିବର୍ତ୍ତନ ନେଇ ଚର୍ଚ୍ଚା – ଆଜି କଂଗ୍ରେସ ବିଧାୟକ ଦଳ ବୈଠକ – ଯୋଗଦେଇ ନ ପାରନ୍ତି ସଚିନ ପାଇଲଟ ଏବଂ ୩୦ ସମର୍ଥକ ବିଧାୟକ।

୧୦- କରୋନା ସଂକ୍ରମଣ ପରେ ବିଗ ବି – ଅମିତାଭ ଙ୍କ ୪ ବଙ୍ଗଳା ସିଲ – ଅନୁପମ ଖେର ଙ୍କ ପରିବାର ର କିଛି ଲୋକ ମଧ୍ୟ କରୋନା ସଂକ୍ରମିତ ସୁଚନା । ଆରୋଗ୍ୟ କାମନା କଲେ ଫେନ୍ସ।

୧୧- ସଫଳତା ର ସହ କରୋନା ଟୀକା ର କ୍ଲିନିକାଲ ଟେଷ୍ଟ ନେଇ ରୁଷ ର ଏକ ବିଶ୍ୱ ବିଦ୍ୟାଳୟ ର ସୂଚନା – ବୁଧବାର ଡିସଚାର୍ଜ ହେବେ ଟୀକା ନେଇଥିବା ସ୍ବେଛାସେବୀ

୧୨-ଚାରି ଦିନର ବ୍ୟବଧାନ ପରେ ଡିଜେଲ ଦର ପୁଣି ବୃଦ୍ଧି,୧୨ ପଇସା ବୃଦ୍ଧି ଫଳରେ ଡିଜେଲ ଦର ୭୯ଟଙ୍କା ୪ ପଇସା ଛୁଇଁଲା ।*

୧୩-ଆଜିଠୁ ରାଉରକେଲା ସରକାରୀ ଡାକ୍ତରଖାନାର OPD ୩ ଦିନ ବନ୍ଦ ।*

୧୪-ଶ୍ରୀମନ୍ଦିର ରତ୍ନ ସିଂହାସନ ସୁରକ୍ଷିତ ରହିଛି : କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର । ରତ୍ନ ସିଂହାସନ ର ପଦ୍ମ ପାଖୁଡାର ଖଣ୍ଡିଆ ଅଶଂ ଘଟଣା, ସ୍ଥିତି ଜାଣିବାକୁ ପୂର୍ନ୍ନବାର ସର୍ଭେ କରାଯିବ।*

୧୫-COVID-19 ର ପ୍ରଭାବ, ରାଜଧାନୀରେ ଦୁର୍ଘଟଣା ୬୬ ପ୍ରତିଶତ ହ୍ରାସ, ପ୍ରଥମ ତ୍ରୈମାସରେ ୧୮୯, ଦ୍ବିତୀୟରେ ୬୪ ପ୍ରତିଶତ ହ୍ରାସ ।*

୧୬-BPUT ପରୀକ୍ଷା ସର୍ତ୍ତାବଳୀରେ ପରିବର୍ତ୍ତନ,ଗୋଟାଏ ସପ୍ତାହ ଘୁଞ୍ଚାଇବା ଫଳରେ ଜୁଲାଇ ୨୨, ୨୩, ୨୪, ୨୭ ଏବଂ ୨୮ ତାରିଖରେ ପରୀକ୍ଷା କରିବାର ନିଷ୍ପତ୍ତି ।*

୧୭-ସୁପ୍ରିମକୋର୍ଟରେ ଆଗେଇ ପାରୁନି ପୋଲାଭରମ ଶୁଣାଣି : ଯୁଦ୍ଧକାଳୀନ ଭିତ୍ତିରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଆନ୍ଧ୍ରର ତତ୍ପରତା ।*
୧୮-ଏଣିକି ନୂଆଗାଡି କିଣିଲେ ଫାଷ୍ଟଟ୍ୟାଗ କ୍ୟାପଚର୍ସ ହେବ ବାଧ୍ୟତାମୂଳକ, ସଡକ ପରିବହନ ମନ୍ତ୍ରଣାଳୟର ନିର୍ଦ୍ଦେଶ ।*

୧୯-ବଦଳିଲା ବିମାନ ଯାତ୍ରା ନିୟମ, ଯାତ୍ରା କରିବାର ୩ ସପ୍ତାହ ପୂର୍ବରୁ ଯାତ୍ରୀ କୋଭିଡ ପଜିଟିଭ ନ ଆସିଥିଲେ ହିଁ ଯାତ୍ରା କରିପାରିବେ ।*

୨୦-ବିଶ୍ବର ପ୍ରଥମ କୋଭିଡ୍-୧୯ ଟିକାର ପରୀକ୍ଷା ସଫଳତାର ସହ ସମ୍ପୂର୍ଣ୍ଣ କଲା ରୁଷୀୟ ବିଶ୍ବବିଦ୍ୟାଳୟ ।*
୨୧-ଚୀନ୍‌ରେ ପୁଣି ବ୍ୟାପିଲା କରୋନା, ସମସ୍ତ ୭ ପଜିଟିଭ୍ ଫେରିଥିଲେ ବିଦେଶରୁ ।*

୨୨-ପ୍ରଥମ ଥର ପାଇଁ ଭାରତୀୟ ରେଳ ବାଂଲାଦେଶକୁ ପଠାଇଲା ସ୍ୱତନ୍ତ୍ର ପାର୍ସଲ ଟ୍ରେନ, ଗଲା ଶୁଖିଲା ଲଙ୍କା ।*

୨୩-ଇଂଲିଶ୍ ଟିମ୍‌କୁ ତା’ ଘରେ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍।ଯେସନ ହଲଡର ଦଳ ୪ ୱିକେଟ୍‌ରେ ହରାଇ 3 ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ ଆଗୁଆ। ଅନ୍ତର୍ଜାତୀୟ କ୍ରିକେଟ୍‌ରେ କ୍ୱିବି ଦଳର ଚମତ୍କାର ପ୍ରତ୍ୟାବର୍ତନ, ପ୍ରଥମ ନେତୃତ୍ବରେ ବେନ୍ ଷ୍ଟୋକ୍ସ ବିଫଳ ।*

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୩/୭)