ଆଜି ସଂକ୍ଷେପରେ…(୧୧/୯)


୧-ସାମାଜିକ ଦୂରତା ବଜାୟ ନ ରଖି ମଦ ପିଉଥିବାରୁ କଲମ୍ବିଆ ପୋଲିସର ନିର୍ଯ୍ୟାତନାରେ ଜଣେ ବ୍ୟକ୍ତି ମୃତ । ଘଟଣାର ପ୍ରତିବାଦ କରୁଥିବା ଲୋକଙ୍କ ଉପରକୁ ପୋଲିସ ଗୁଳି ଚାଳନା ଯୋଗୁଁ ୭ ଜଣ ମୃତ ଓ ୫୮ ଜଣ ଆହତ ।
୨-ନିକଟରେ ହୋଇଥିବା ଜେଇଇ ମେନ୍ ପରୀକ୍ଷାର ଆଜି ଫଳାଫଳ ବାହାରିବ ବୋଲି ସୂଚନା ।
୩-ରାଷ୍ଟ୍ରୀୟ ଶିକ୍ଷାନୀତିର ଏକ ଅଂଶ ବିଶେଷ ଭାବରେ ‘ଏକବିଂଶ ଶତାଦ୍ଦୀରେ ସ୍କୁଲ ଶିକ୍ଷା’ ବିଷୟ ଉପରେ ପ୍ରଧାନମନ୍ତ୍ରୀ ଆଜି ଦିନ ୧୧ ଟାରେ ଭିଡିଓ କନଫେରେନ୍ସ ମାଧ୍ୟମରେ ଏକ ବୈଠକକୁ ଉଦବୋଧନ ଦେବେ ।
୪- ମାଉବାଦୀଙ୍କ ସହ କନ୍ଧମାଳ-କଳାହାଣ୍ଡି ସୀମାରେ ହୋଇଥିବା ଲଢେଇରେ ସହୀଦ ହୋଇଥିବା ସ୍ପେସିଏଲ ଅପରେସନ ଗ୍ରୁପର ଜବାନ ଅନୁଗୁଳର ଦେବାଶିଷ ସେଠୀ ଓ ମୟୁରଭଞ୍ଜର ସୁଧିର କୁମାର ଟୁଡୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଲାମ କଲେ । କହିଲେ, ଉଭୟ ସଦୀଦଙ୍କୁ ରାଜ୍ୟ ମନେ ରଖିବ ।
୫-ଗତକାଲି ରାଜ୍ୟରେ ୩୯୯୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ, ଯାହାକି ଏଯାଏଁ ରାଜ୍ୟରେ ଚିହ୍ନଟ ହୋଇଥିବା ସଂଖ୍ୟାରୁ ବି ଅଧିକ ।
୬-ଭାରତ-ଚୀନ ମନ୍ତ୍ରୀ ସ୍ତରୀୟ ବୈଠକରେ ଉଭୟ ଦେଶ ସୀମାରେ ଶାନ୍ତି ବଜାୟ ରଖିବା ସହ ସୀମାରେ ନିୟୋଜିତ ଥିବା ସୈନିକଙ୍କୁ ହଟାଇବାକୁ ରାଜି ହେଲେ ।
୭-କୂଟନୈତିକ ସମ୍ପର୍କ, ଅର୍ଥନୀତିକ, ଜନସମ୍ପର୍କ ଅଭିଯାନ ଓ ବେଜିଂର ସମର୍ଥନରେ ଚୀନ ଲଗାତାର ଆମେରିକାର ଅଧିକାରୀଙ୍କୁ ପ୍ରଭାବିତ କରୁଛି ବୋଲି ଆସିଲା ଅଭିଯୋଗ ।
୮-ଆଗାମୀ ପୂଜାପାର୍ବଣ ପାଇଁ ନିୟମ ଜାରି କଲେ ରାଜ୍ୟ ସରକାର । ଏଥର କୌଣସି ମଣ୍ଡପରେ ଜନସାଧାରଣଙ୍କୁ ଦର୍ଶନ ପାଇଁ ଅନୁମତି ନାହିଁ ।
୯-ଦୈତ ନଗରୀର ଗୁରୁତର ରୋଗୀଙ୍କ ପାଇଁ ଅଧିକ ଆଇସିୟୁର ବ୍ୟବସ୍ଥା ସହ ଅଧିକ ଆମ୍ବୁଲାନ୍ସ ମୁତୟନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଲେ ।
୧୦-ଆଇପିଏସ୍ ଅଫିସର ସଞ୍ଜିବ ଭଟ୍ଟଙ୍କୁ ଜେଲରେ ରହିବାର ୨ ବର୍ଷ ପୂର୍ତ୍ତି ଅବସରରେ ତାଙ୍କୁ ଜେଲରୁ ଶୀଘ୍ର ମୁକ୍ତି ଦେବାକୁ ସମର୍ଥନ କରି ବାହାରିଲେ ତାଙ୍କ ସମର୍ଥକ ।
୧୧- କରୋନା ଚିକିତ୍ସା ପାଇଁ ଅଧିକ ପରିମାଣର ବିଲ କରୁଥିବାରୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହାର ୍‌ପ୍ରତିବାଦ କଲେ ହାଇଦ୍ରାବାଦ ବିଜେପିର ମହିଳା ସଂଗଠନ ।
୧୨-କରୋନା ଟୀକାର ଆଗାମୀ ସପ୍ତାହରେ ହେବାକୁ ଥିବା ପରୀକ୍ଷଣକୁ ଭାରତ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଲା ।
୧୩-ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ଇନ୍ଦୋରଠାରେ ବିଜେପି ଦ୍ୱାରା ଆୟୋଜିତ ହୋଇଥିବା ‘କଳସ ଯାତ୍ରା’ ରେ ସାମାଜିକ ଦୂରତାକୁ କେହି ମାନିଲେ ନାହିଁ ବୋଲି ଆସିଲା ଅଭିଯୋଗ । ଶତାଧିକ ସଂଖ୍ୟାରେ ମହିଳାମାନେ ବିନା ସାମାଜିକ ଦୂରତା ବଜାୟ ରଖି ଯାତ୍ରା କରୁଥିବା ଭିଡିଓ ଦେଖିବାକୁ ମିଳିଲା ।
୧୪-ଟୋକିଓରେ ଏ ବର୍ଷ ହେବାକୁ ଥିବା ଅଲିମ୍ପିକ ଖେଳ ଆଗାମୀ ଜୁଲାଇ ୨୦୨୧ ରେ ହେବ ବୋଲି ଘୋଷଣା କଲେ ଆନ୍ତର୍ଜାତୀୟ ଅଲିମ୍ପିକ କମିଟିର ଉପାଧ୍ୟକ୍ଷ ।
୧୫-ମହାରାଷ୍ଟ୍ରରେ ରିପବ୍ଲିକ ଟିଭିର ପ୍ରସାରଣକୁ ବନ୍ଦ କରିବାକୁ କେବୁଲ ଅପରେଟରମାନେ ଙ୍କୁ ଖୋଲାଖୋଲି ଧମକ ମିଳୁଥିବା ଅଭିଯୋଗ କଲେ ରିପବ୍ଲିକ ଟିଭିର କର୍ମକର୍ତ୍ତା ।
୧୬-ରାଷ୍ଟ୍ରୀୟ ସରସଂଘଚାଳକ ଡକ୍ଟର ମୋହନ ଭାଗବତଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣେଇଲେ ତାଙ୍କ ସମର୍ଥକ ।

୧୭-ଦୁର୍ଗାପୂଜା ଓ କାଳୀପୂଜା ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର : ଅନୁମତି ନେଇ ନିରାଡମ୍ବର ଭାବେ ପୂଜା ପାଳନ କରିବାକୁ ନିର୍ଦ୍ଦେଶ, ଭକ୍ତଙ୍କୁ ଦର୍ଶନ ମନା; ପୂଜାରୀଙ୍କୁ ମିଶାଇ ପେଣ୍ଡାଲରେ ସର୍ବାଧିକ ରହିପାରିବେ ୭ ଜଣ,ଭାଷାଣି ଉତ୍ସବ ମନା।

୧୮-ଅନୁଭବ ଓ ବର୍ଷାଙ୍କୁ ଭେଟିଲେ ମାନବାଧିକାର କର୍ମୀ : ବିବାହ ବିଚ୍ଛେଦ ନୁହେଁ, ସେ ସମାଧାନ ଚାହାନ୍ତି ବୋଲି କହିଲେ ବର୍ଷା।

୧୯–ଲକ୍ଷଣ ଅଛି, ହେଲେ ରିପୋର୍ଟ ନେଗେଟିଭି; ଏପରି କ୍ଷେତ୍ରରେ ଆରଟିପିସିଆର ଟେଷ୍ଟ ପାଇଁ କେନ୍ଦ୍ର ଦେଲା ନିର୍ଦ୍ଦେଶ।

୨୦-ବାୟୁସେନାରେ ସାମିଲ ହେଲା ‘ରାଫେଲ’।

୨୧-ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମାମଲା । ଉଦ୍ଧବ ଠାକରେଙ୍କ ବିରୋଧରେ ମନ୍ତବ୍ୟ ନେଇ ମୁମ୍ବାଇର ବିକ୍ରୋଲି ଥାନାରେ ଏତଲା।

୨୨-ହାତ ବାନ୍ଧି ମହାନଦୀକୁ ଡେଇଁଲେ ପ୍ରେମୀଯୁଗଳ, ତିନି ଦିନ ପରେ ଲୁଣା ନଦୀରୁ ଶବ ଉଦ୍ଧାର।

୨୩-DCGI ର ନୋଟିସ୍ ପରେ ଭାରତରେ କରୋନା ଟିକା ପରୀକ୍ଷଣରେ ଲାଗିଲା ବିରାମ – ସେରମ୍ ଇନଷ୍ଟିଚ୍ୟୁଟ୍ ବନ୍ଦ କଲା ପରୀକ୍ଷଣ।

୨୪-କରୋନା ମହାମାରୀ କାରଣରୁ ଚଳିତବର୍ଷ ଇପିଏଫଧାରୀମାନଙ୍କୁ ଦୁଇଟି କିସ୍ତିରେ ମିଳିବ ସୁଧ ଟଙ୍କା। ପ୍ରଥମେ ୮.୧୫ ପ୍ରତିଶତ ଓ ଚଳିତ ବର୍ଷ ଶେଷକୁ ୦.୩୫ ପ୍ରତିଶତ ସୁଧଟଙ୍କା ସେମାନଙ୍କର ଖାତାରେ ଜମା କରାଯିବ। 

୨୫-‘ନିଟ୍‌’ ୨୦୨୦: ପରୀକ୍ଷା ପରିଚାଳନା ନିମନ୍ତେ ସଂଶୋଧିତ ‘ଏସ୍ଓପି’ ଜାରି କଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ।

୨୬-ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଫୋନ୍ କରି ଦ୍ବିପାକ୍ଷିକ ସମ୍ପର୍କରେ ହାସଲ ହୋଇଥିବା ସଫଳତା କଥା କହିଲେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ।

୨୭-ସେପ୍ଟେମ୍ବର ୨୮ ତାରିଖଯାଏ ଋଣ ପରିଶୋଧ ସ୍ଥଗିତ ଅବଧି ବୃଦ୍ଧି କଲେ ସୁପ୍ରିମକୋର୍ଟ,ଋଣ ସୁଧ ଉପରେ ସୁଧ ଲାଗୁ ନ କରିବାକୁ ସରକାରଙ୍କୁ ନିର୍ଦେଶ।

୨୮-ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ: ସମର୍ଥନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କଲେ ନୀତିଶ କୁମାର।

୨୯-ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା,୨୦ ହଜାର କୋଟି ହେବ ନିବେଶ,୫୫ଲକ୍ଷ ଲକ୍ଷ୍ୟ ନିଯୁକ୍ତି ସମ୍ଭାବନା।

୩୦-‌କରୋନା କାଳରେ ଅକ୍ସିମିଟର ଓ ଥର୍ମୋମିଟର ଦୁର୍ନୀତି: ତଦନ୍ତ ଲାଗି ଏସଆଇଟି ଗଠନ କଲେ ଯୋଗୀ ସରକାର।

୩୧-ଆଜି ସଂସଦରେ ହେବ ଆରଟି-ପିସିଆର ଟେଷ୍ଟ ।

୩୨-ଭାରତ ଚାପରେ କୁଲଭୂଷଣ ଯାଦବ ମାମଲାରେ ପାକିସ୍ତାନ ସରକାର ଆଇନ ପରିବର୍ତ୍ତନ କରିବେ ନାହିଁ, ଭାରତକୁ ପାକିସ୍ତାନ କୋର୍ଟ ସହ ସହଯୋଗ କରିବାକୁ ପଡିବ ବୋଲି ପାକିସ୍ତାନ କହିଛି ।

୩୩-୩୦% ପର୍ଯ୍ୟନ୍ତ କମିପାରେ ରାଜ୍ୟର ଓଡ଼ିଆ ଓ ଇଂରାଜୀ ମାଧ୍ୟମ ଘରୋଇ ବିଦ୍ୟାଳୟ ଗୁଡିକର ଫି ।

୩୪-ମର୍ଯ୍ୟାଦାଜନକ ଥୋମାସ କପ୍‌, ଉବେର କପ୍‌ ତଥା ଡେନ୍‌ମାର୍କ ଓପନ ଓ ମାଷ୍ଟର ପ୍ରତିଯୋଗିତା ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି ।

୩୫-କନ୍ଧମାଳ-କଳାହାଣ୍ଡି ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀ ଗୁଳି ବିନିମୟ ଘଟଣା; ୪ର୍ଥ ଘଟଣାରେ ୨ ଯବାନ୍‍ ସହିଦ୍‍ ।

୩୬-ବୌଦ୍ଧରେ ନିର୍ମାଣ ହେବ ୩୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ।

୩୭-ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଦେବ ଆଉ ଏକ ଟିମ୍ ! ସ୍ବିଡେନ୍ ଦଳର ମୁଖ୍ୟ କୋଚ୍ ହେବେ ଏହି ମହାନ୍‌ ଫିଲ୍ଡର ।

୩୮-ଦିଲ୍ଲୀ ବିମାନ ବନ୍ଦରରେ ୫୧ ଜଣ ଯାତ୍ରୀଙ୍କ ଠାରୁ ଅସ୍ତ୍ର ଜବତ ।

୩୯-ଓଡ଼ିଶାର ୬ ସହର ଆକାଶ ହେବ ନିର୍ମଳ, ତାଲିକାରେ ଦେଶର ୧୨୨ ବାୟୂ ପ୍ରଦୂଷିତ ସହର ।

୪୦-କୋଭିଡ କଟକଣାରେ ଚାଲିବ ଆରଟିଓ, ୧୮ରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ପରୀକ୍ଷା , ସ୍ଲଟ ବୁକିଂ ୧୪ ତାରିଖଠାରୁ ଆରମ୍ଭ ।

୪୧-ଆସନ୍ତା ୧୩ରେ ପୁଣି ଏକ ଲଘୁଚାପ; ୧୨ରୁ ବର୍ଷା ଆରମ୍ଭ ।

୪୨-ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ ସିଏନ୍‍ଜି ଷ୍ଟେସନକୁ ଉତ୍ସର୍ଗୀକୃତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

୪୩-ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ ବିଜ୍ଞପ୍ତି : ୨୩ ଓ ୨୪ରେ ୟୁଜି, ୨୮ରେ ପିଜି ପରୀକ୍ଷା।

୪୪-ଲଦାଖ ସୀମାରେ ଦମ ଦେଖାଇଲା ଭାରତୀୟ ସେନା । ଫିଙ୍ଗର ଫୋର୍ ଠୁ ଅଧିକ ଉଚ୍ଚ ସ୍ଥାନକୁ କଲା କବଜା , ସେପଟେ ସାଂଘାଇ ସହଯୋଗ ସଂଗଠନ ବୈଠକରେ ଆଲୋଚନା କଲେ ଭାରତ ଓ ଚୀନର ବିଦେଶ ମନ୍ତ୍ରୀ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୧/୯)