ଆଜି ସଂକ୍ଷେପରେ…(୧୧/୭)

୧-ପ୍ରକାଶ ପାଇଲା ଚଳିତ ବର୍ଷର ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ପାସ୍‌ ହାର ୯୯.୩୩ ପ୍ରତିଶତ ରହିଛି। ସେହିପରି ଦ୍ୱାଦଶ ପାସ୍‌ହାର ୯୬. ୮୪ ପ୍ରତିଶତ ରହିଛି। 

୨-ଓଡ଼ିଆ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ୨୨ ଜଣ ସାହିତ୍ୟିକ ୨୦୧୫ ଓ ୨୦୧୬ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ।

୩-ସର୍ବୋଚ୍ଚ ନ୍ୟାୟାଳୟଙ୍କ ଅନୁମତି ପରେ ସୋସିଆଲ ନେଟୱାର୍କିଂ ସାଇଟ୍‌ ହ୍ୱାଟସ୍‌ ଆପ ଓ ଟେଲିଗ୍ରାମରେ ଏବେ ସମନ୍‌ ଓ ଲିଗାଲ ନୋଟିସ୍ ମିଳିବ। 

୪-କାନପୁରରେ ୮ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅପରାଧୀ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ନିହତ।

୫-ଦୂରଦର୍ଶନକୁ ଛାଡ଼ି ଭାରତର ବାକି ସବୁ ‌ଘରୋଇ ଟିଭି ନିଉଜ୍ ଚାନେଲ ପ୍ରସାରଣ ବନ୍ଦ କଲା ନେପାଳ ।

୬-ଦେଶ ପାଇଁ ଏସିଆର ବୃହତମ ସୌର ପ୍ରକଳ୍ପକୁ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କହିଛନ୍ତି- ଇତିହାସ ସୃଷ୍ଟି କରିଛି ରେୱା ।

୭-ଆଇଏନଏସ ଚିଲିକାର ପ୍ରଶିକ୍ଷାର୍ଥୀଙ୍କ ପାଠ୍ୟକ୍ରମ ସମାପନ ସମାରୋହ,କର୍ତ୍ତବ୍ୟ ପରାୟଣ ହେବାକୁ ଆହ୍ବାନ।

୮-ରାଜ୍ୟ ସରକାର ଶୁକ୍ରବାର ୫ଟି ଜିଲାକୁ ମାଓବାଦୀ ହିଂସା ମୁକ୍ତ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲା ସମେତ ଦେବଗଡ଼ ଓ ବୌଦ୍ଧ ଏବଂ ନୟାଗଡ଼ ଓ ଅନୁଗୋଳ ଜିଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯିବା ସହ ନିରାପତ୍ତା ସଂପର୍କୀତ ଖର୍ଚ୍ଚ (ଏସଆରଇ) ସ୍କିମ ପ୍ରତ୍ୟାହୃତ ହୋଇଛି।

୯-ଆଜିଠାରୁ ରଥଯାତ୍ରା ରେ ସାମିଲ ସମସ୍ତ ସେବାୟତ ଙ୍କ କୋଭିଡ ଟେଷ୍ଟ ତିନୋଟି ପର୍ଯ୍ୟାୟ ରେ ହେବ -କୋର୍ଟ ଙ୍କୁ ଦିଆଯିବ ରିପୋର୍ଟ ।

୧୦-ରାଜ୍ୟ ସରକାର ଶୁକ୍ରବାର ୫ଟି ଜିଲାକୁ ମାଓବାଦୀ ହିଂସା ମୁକ୍ତ ଘୋଷଣା କରିଛନ୍ତି। ପଶ୍ଚିମ ଓଡ଼ିଶାର ସମ୍ବଲପୁର ଜିଲା ସମେତ ଦେବଗଡ଼ ଓ ବୌଦ୍ଧ ଏବଂ ନୟାଗଡ଼ ଓ ଅନୁଗୋଳ ଜିଲାକୁ ମାଓବାଦୀ ମୁକ୍ତ ଘୋଷଣା କରାଯିବା ସହ ନିରାପତ୍ତା ସଂପର୍କୀତ ଖର୍ଚ୍ଚ (ଏସଆରଇ) ସ୍କିମ ପ୍ରତ୍ୟାହୃତ ହୋଇଛି।

୧୧- ସମ୍ବଲପୁର ଶାସନ ଥାନା ଅଞ୍ଚଳରୁ ଅପହୃତ ବ୍ୟବସାୟୀ ନରେଶ ଅଗ୍ରୱାଲ ଙ୍କୁ ଉଦ୍ଧାର କଲା ପୋଲିସ ।

୧୨- ଦୁଇ ବର୍ଷ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ – ୯ ଟି ଵର୍ଗ ରେ ୨୦ ଜଣ ହେବେ ପୁରସ୍କୃତ।

୧୩- ହଟସ୍ଟଟ ଜିଲ୍ଲା ରୁ କୋରାପୁଟ , କଟକ ଆସିଲେ ସରକାରୀ କ୍ବାରେନଣ୍ଟାଇନ ବାଧ୍ୟତାମୂଳକ । ଗଜପତିବାସୀ ଙ୍କୁ ଗଞ୍ଜାମ , ଶ୍ରୀକାକୁଲମ ମନା ।

୧୪-ରାଜ୍ୟ ର ୫ ଜିଲ୍ଲା ମାଓ ମୁକ୍ତ – ବୌଦ୍ଧ , ଅନୁଗୁଳ , ସମ୍ବଲପୁର , ନୟାଗଡ଼ , ଦେବଗଡ଼ ମାଓ ମୁକ୍ତ ହେଇଥିବା ପୋଲିସ ଡିଜି ଙ୍କ ସୂଚନା।

୧୫- ଝାରସୁଗୁଡା ର ଅପରାଧୀ ନମିଶ ଯାଦବ ବିରୁଦ୍ଧ ରେ ଲାଗିଲା NSA ।

୧୬- କଳାହାଣ୍ଡି ଲାଞ୍ଜିଗଡ଼ ଜେଇ ସୁବ୍ରତ ମଲ୍ଲିକ ୩୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସଦ୍ୱାରା ଧରାପଡିଲେ । ଆୟ ବହିର୍ଭୁତ ସମ୍ପତ୍ତି ମାମଲା ରେ ସୁନ୍ଦରଗଡ଼ – ବଣାଇ ବିଇଓ ପ୍ରଫୁଲ୍ଲ ନାୟକ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ।

୧୭- ପ୍ରଧାନ ବିଚାରପତି ଙ୍କ ବିରୁଦ୍ଧ ରେ ମନ୍ତବ୍ୟ ଦେଇ ଦାରା ସେନା ମୁଖ୍ୟ ମୁକେଶ ଜୈନ ଗିରଫ।

୧୮- ICSE ପରୀକ୍ଷା ରେ ୯୯.୩୩ ଏବଂ ISC ପରୀକ୍ଷା ରେ ୯୬.୮୩ ଛାତ୍ରଛାତ୍ରୀ କୃତକାର୍ଯ୍ୟ – ଛାତ୍ରୀ ଆଗରେ ।

୧୯- ଓଡିଶା – ଛତିଶଗଡ଼ – ମହାନଦୀ ଜଳ ବିବାଦ ପ୍ରସଙ୍ଗ – ଆଜି ଟ୍ରିବ୍ୟୁନାଲ ରେ ଶୁଣାଣି ।

୨୦- କାନପୁର ଗ୍ୟାଙ୍ଗ ଷ୍ଟାର ବିକାଶ ଦୁବେ ଏନକାଉଣ୍ଟର କୁ ନେଇ ଜାତୀୟ ସ୍ତର ରେ ଚହଳ – କିଛି ମହଲ ଆଶ୍ୱସ୍ତ , ଆଉ କିଛି ମହଲ ରେ ଉଠୁଛି ନାନା ପ୍ରଶ୍ନ।

୨୧- ଆଜିଠାରୁ ୪୮ ଘଣ୍ଟା ପାଇଁ ବନ୍ଦ ରହିବ ପୋଲିସ ସେବା ଭବନ,ସକାଳ ୯ଟାରୁ ୧୩ ଜୁଲାଇ ସକାଳ ୯ଟା ଯାଏ ବନ୍ଦ, କୌଣସି କର୍ମଚାରୀ କିମ୍ବା ବାହାର ଲୋକଙ୍କୁ ପ୍ରବେଶ ମନା, ଏହି ସମୟରେ ପୋଲିସ ସେବା ଭବନକୁ ସାନିଟାଇଜ କରାଯିବ।*

୨୨-ଆଜିଠାରୁ ଅନିର୍ଦ୍ଧିଷ୍ଠ କାଳ କାଳ ଯାଏ ବସ ଚଳାଚଳ ବନ୍ଦ, ଜାରି କଲେ ଜିଲ୍ଲା ପ୍ରଶାସନ : କନ୍ଧମାଳରୁ ବାହାର ଜିଲ୍ଲାକୁ ଯିବ ନାହିଁ କି ଆସିବ ନାହିଁ ।*

୨୩-ଗତକାଲି ୫୬୫ ଜଣ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିବା ସହ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାମାନଙ୍କୁ ପ୍ରଶଂସା କରିଛନ୍ତି ।*

୨୪-ଉତ୍ତରପ୍ରଦେଶର ପୂର୍ବାଞ୍ଚଳରୁ ଛତିଶଗଡ଼ ଦେଇ ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଏକ ଟ୍ରଫଲାଇନ ସୃଷ୍ଟି ଯୋଗୁଁ ଆଗାମୀ ୪ଦିନ ସ୍ବଳ୍ପବର୍ଷା ସମ୍ଭାବନା,ପାଣିପାଗ ବିଭାଗ ସୂତ୍ରରୁ ସୂଚନା ।*

୨୫-ଚୌଦ୍ୱାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୮ ଜଣ କଏଦୀ କରୋନାରେ ସଂକ୍ରମିତ। ଏହାକୁ ମିଶାଇ ସେଠାରେ ମୋଟ ୧୦ ଜଣ ସଂକ୍ରମିତ ହେଲେଣି ।*

୨୬-୨ ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ଘୋଷିତ, ୯ଟି ବିଭାଗରେ ୨୦ ଜଣ ପୁରସ୍କୃତ ହେବେ ।*

୨୭-ନେପାଳରେ ଭାରତୀୟ ନ୍ୟୁଜ୍ ଚାନେଲ୍ ବ୍ୟାନ୍, ବିଭ୍ରାନ୍ତିକର ଖବର ପ୍ରସାରଣ କରୁଥିବା ସନ୍ଦେହ ରେ ବ୍ୟାନ୍ କରିବା ପାଇଁ ନେପାଳ ସରକାରଙ୍କ ନିଷ୍ପତ୍ତି ।*

୨୮-ବୋଲିଭିଆ ରାଷ୍ଟ୍ରପତି ଜିନୀନ ଆଞ୍ଜ ମହାମରୀ କୋରନା ଆକ୍ରାନ୍ତ ।*

୨୯-ଶେଷରେ ମୁଣ୍ଡ ନୁଆଇଁଲା ଡ୍ରାଗନ,ସଂପୂର୍ଣ୍ଣ ସେନା ପ୍ରତ୍ୟାହାର ପାଇଁ ଭାରତ-ଚୀନ୍ ସହମତି, ପୂର୍ବ ଲଦାଖ୍ ସ୍ଥିତି ସମୀକ୍ଷା କଲେ ରାଜନାଥ ।*

୩୦-ଖାଲି ଆଖିରେ ଦେଖାଯିବ ଧୂମକେତୁ, ୨୩ ବର୍ଷ ପରେ ଶତାବ୍ଦୀର ପ୍ରଥମ ସୁଯୋଗ । ୧୨ ତାରିଖ ସନ୍ଧ୍ୟାରେ ପ୍ରାୟ ଅଧଘଣ୍ଟା ଧରି ଉତ୍ତର-ପଶ୍ଚିମ ଦିଗବଳୟରେ ଦୃଶ୍ୟମାନ ହେବ ।*

୩୧-ନୂଆ କୋଭିଡ-୧୯ ଗାଇଡଲାଇନ ଜାରି କଲା ‘WHO’,ନାଇଟ କ୍ଲବ, କର୍ମସ୍ଥଳୀ, ରେସ୍ତାରାଁ ଏବଂ ବଡ଼ ପାଟିରେ କଥାବାର୍ତ୍ତା କରୁଥିବା ସ୍ଥାନ, ଗୀତ ବୋଲନ୍ତି, ଚିତ୍କାର କରନ୍ତି, ହସନ୍ତି, ସେସବୁ ସ୍ଥାନରେ କୋଭିଡ-୧୯ ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ।*

୩୨-ଭାରତରେ ଆକ୍ରାନ୍ତ ସଂଖ୍ୟା ୮ ଲକ୍ଷ ଟପିଲା, ୨୪ ଘଣ୍ଟାରେ ୨୬,୫୦୬ ଆକ୍ରାନ୍ତ ।*

୩୩-କରୋନା ଟିକା ବିକାଶ ପାଇଁ, ଲକ୍ଷ୍ମୀ ମିତ୍ତଲ ଦେଲେ ୩୩୦୦ କୋଟି ।*

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୧/୭)