ଆଜି ସଂକ୍ଷେପରେ…(୧୦/୯)

୧- ଫୁଲବାଣୀ: ସିରିକ୍ ଜଙ୍ଗଲରେ ଏନକାଉଣ୍ଟର ,୫ ମାଓବାଦୀ ନିହତ।

୨- ଅନୁଭବ-ବର୍ଷା ଟୁଇଟର ଯୁଦ୍ଧ, ବର୍ଷା କହିଲେ ମଥାର ସିନ୍ଦୂର ମୋ ପାଇଁ ଖେଳ ନୂହେଁ।

୩- ପାଣିପାଗ: ୧୩ ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା।

୪- ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ରାଜ୍ୟରେ ପୁଣି ଥରେ ଆରମ୍ଭ ହେବ ଡିଏଲ୍ ଓ ଏଲ୍‌ଏଲ୍ ଆବେଦନ ପ୍ରକ୍ରିୟା।

୫- ଆଜି ବାୟୁସେନାରେ ସାମିଲ ହେବ Rafael, କାର୍ଯ୍ୟକ୍ରମରେ ଯୋଗଦେବେ ରାଜନାଥ।

୬- ଲଦାଖରେ ଗୋଟିଏ ପାଦ ଆଗରେ ଭାରତ, ଫିଙ୍ଗର-୪ ରେ ଚୀନ ସୈନିକଙ୍କଠୁ ଆହୁରି ଉଚ୍ଚରେ ଯାଇ ଡେରା ପକାଇଲେ ଭାରତୀୟ ସୈନିକ

୭- ନୋବେଲ ଶାନ୍ତି ପୁରସ୍କାର ଦୌଡ଼ରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ: ନରୱେ ସାଂସଦ ଦାଖଲ କଲେ ନାମାଙ୍କନ।

୮- ୟୁଜି ଶେଷ ସେମିଷ୍ଟର ପରୀକ୍ଷା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର ବିଜ୍ଞପ୍ତି : ୨୨ରୁ ପ୍ରାକ୍ଟିକାଲ, ୨୯ରୁ ଥିଓରି ପରୀକ୍ଷା ।

୯-୧୨ ତାରିଖରୁ ଓଡ଼ିଶାରୁ ଚାଲିବ ୩ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍‌ ।

୧୦-ଭରସା ଦେଲେ ମୁଖ୍ୟମନ୍ତ୍ରୀ : ସପ୍ତାହକରେ ସ୍ଥିତି ସୁଧୁରିବ ।
କଟକ-ଭୁବନେଶ୍ବରରେ ଅଧିକ ଆମ୍ବୁଲାନ୍‌ସ ଦେବାକୁ ନିର୍ଦ୍ଦେଶ
ଅମାନିଆଙ୍କୁ ଆଉ ବରଦାସ୍ତ କରାଯିବନି ।

୧୧- ପ୍ରଖ୍ୟାତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସାରଦା ପ୍ରସନ୍ନ ନାୟକ ଆଉ ନାହାନ୍ତି। ଓଡ଼ିଆ ଚଳଚ୍ଚିତ୍ର, ରେଡିଓ ଓ ମଞ୍ଚ ନାଟକକୁ କାଳଜୟୀ କାହାଣୀ, ଗୀତ ଓ ନିର୍ଦେଶନା ଭେଟି ଦେଇଥିବା ଏହି କଳାର ପୁରୁଷ ଆଜି ୯୩ ବର୍ଷ ବୟସରେ ଇହଧାମ ଛାଡ଼ିଛନ୍ତି ।

୧୨- ଅବସର ନିଷ୍ପତ୍ତି ବଦଳାଇବେ ଯୁବି, ବିସିସିଆଇଠାରୁ ଅନୁମତି ଲୋଡ଼ିଲେ ।

୧୩-ୟୁଏଇରେ ଜୈବ ସୁରକ୍ଷା ମଧ୍ୟରେ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣର ପ୍ରସ୍ତୁତି ତଦାରଖ କରିବା ପାଇଁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ବୁଧବାର ଦୁବାଇରେ ପହଞ୍ଚିଛନ୍ତି ।

୧୪- ଇପିଏଫ୍‌ଓ ଦୁଇଟି କିସ୍ତିରେ ଦେବ ସୁଧ: ପ୍ରଥମେ ୮.୧୫% , ଡିସେମ୍ବରରେ ୦.୩୫% ସୁଧ ‌ଦେବ ।

୧୫.କଙ୍ଗନା-ମହାରାଷ୍ଟ୍ର ସରକାର ମୁହାଁମୁହିଁ, ବିଏମ୍‌ସି ଭାଙ୍ଗିଲା କଙ୍ଗନାଙ୍କ ଅଫିସ୍ ।

୧୬- ୧୭ ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ୍‌ ବିଶ୍ବକପ୍‌, ଅକ୍ଟୋବର ୧୫ରୁ ଭାରତୀୟ ଶିବିର ।

୧୭-ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ୧୪ରେ, ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିପାରେ ବିଜେଡି ।

୧୮- ୧୩ରେ ଆଉ ଏକ ଲଘୁଚାପ ।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ଗୁରୁବାର ଅପରାହ୍ନ ସୁଦ୍ଧା ଅନେକ ସ୍ଥାନରେ ହାଲୁକା ଓ ମଧ୍ୟମ ବର୍ଷା କିମ୍ବା ବ୍ରଜପାତ ହେବାର ସମ୍ଭାବନା ଅଛି। ତେବେ ଆସନ୍ତା ୧୩ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଛି ।

୧୯- କରୋନାରୁ ସୁସ୍ଥ ହେଲେ ଚେନ୍ନଇ ସୁପର କିଙ୍ଗସ୍‌ର ଦ୍ରୁତ ବୋଲର ଦୀପକ ଚହର ।

୨୦-ଗଡିଲା ଦ୍ଵିତୀୟ କିସାନ ରେଲ, ଏବେ କୃଷକ ଦିଲ୍ଲୀରେ ବିକି ପାରିବେ ଫଳ-ପନିପରିବା ।

୨୧-ସୁପ୍ରିମକୋର୍ଟରେ ଆମିକସ୍ କ୍ୟୁରିଙ୍କ ରିପୋର୍ଟ : ଓଡିଶାର ସାଂସଦ, ବିଧାୟକଙ୍କ ନାମରେ ରହିଛି ୨୨୦ଟି ଅପରାଧିକ ମାମଲା ।

୨୨- ଜିଏସ୍‌ଟି କ୍ଷତିପୂରଣ ପ୍ରସ୍ତାବକୁ ଆନ୍ଧ୍ରର ସମର୍ଥନ, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗେହଲଟ୍ ।
୨୩-ମୁମ୍ବଇରେ କଙ୍ଗନା ଝଡ଼, ଉଦ୍ଧବ ଠାକରେଙ୍କୁ କଙ୍ଗନାଙ୍କ ଖୁଲମଖୁଲା ଚ୍ୟାଲେଞ୍ଜ,ଆଜି ମୋ ଘର ଭାଙ୍ଗିଛି, କାଲି ତୁମ ଗର୍ବ ଭାଙ୍ଗିବ ।

୨୪-ବିଶ୍ୱ ଫୁଟ୍‍ବଲ ଇତିହାସରେ ୨ୟ ପୁରୁଷ ଫୁଟ୍‍ବଲ ଖେଳାଳି ଭାବେ ୧୦୦ ଆନ୍ତର୍ଜାତିକ ଗୋଲ୍‍ ସ୍କୋର୍‍ କରିବାର କୃତିତ୍ୱ ହାସଲ କରିଛନ୍ତି ପର୍ତ୍ତୁଗାଲ୍‍ର କ୍ରିଷ୍ଟିଆନୋ ରୋନାଲ୍‍ଡୋ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୦/୯)