ଆଜି ସଂକ୍ଷେପରେ…(୧୦/୮)

୧-ଦେଶରେ କରୋନା ସଂକ୍ରମଣ ୨୨ ଲକ୍ଷ ଓ ମୃତ୍ୟୁ ସଂଖ୍ୟା ବି ୪୪ ହଜାରକୁ ଟପିଲା ।

୨-ଅଗଷ୍ଟ ୧୫ ର ପ୍ୟାରେଡ୍‌ରେ ଅଂଶ ଗ୍ରହଣ କରିବାକୁ ଥିବା ସୁରକ୍ଷାବଳର ଅଧିକାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଗଲା ।

୩-ଚଳିତ ସପ୍ତାହରେ ଯୁକ୍ତ୨ ବିଜ୍ଞାନ ରେଜଲ୍ଟ, ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଅଗଷ୍ଟ ୧୫ ସୁଦ୍ଧା ବିଜ୍ଞାନ ବିଭାଗ ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଛି ପ୍ରସ୍ତୁତି ।


୪-୧୭୪ କୋଭିଡ୍ ହସ୍ପିଟାଲ ଓ କେୟାର ସେଣ୍ଟରରେ ଯାଞ୍ଚ ଶେଷ, ନିଆଁ ଲାଗିଲେ ମୁକାବିଲା ନେଇ ତାଲିମ ଦେଲା ଅଗ୍ନିଶମ ଟିମ୍‌ ।

୫-ଦୀର୍ଘ ୫ ବର୍ଷର ଘୋଷଣା ପରେ ଆଜି ଘରେ ଦିଆଯିବ ଧର୍ମପଦ ପୁରସ୍କାର,କିନ୍ତୁ ଦୁଃଖର କଥା ଧର୍ମପଦ ପୁରସ୍କାର ପାଇବାକୁ ମନୋନୀତ ୭ଜଣ ଶିଳ୍ପୀଙ୍କ ମଧ୍ୟରୁ ୩ ଜଣ ଆଉ ଇହଧାମରେ ନାହାନ୍ତି।

୬-ଫୋକସ୍‌ରେ ‘ସ୍କିଲଡ୍‌ ଇନ୍‌ ଓଡ଼ିଶା’ ବ୍ରାଣ୍ଡ୍‌ : ଦେଶର ଶ୍ରେଷ୍ଠ ଶହେ ITI ରେ ଆସନ୍ତାବର୍ଷ ରାଜ୍ୟରୁ ୨୦ ସାମିଲ ଲକ୍ଷ୍ୟ ।

୭-ରାମ ମନ୍ଦିର ପାଇଁ ୨୧୦୦ କିଲୋଗ୍ରାମ ଓଜନର ଘଣ୍ଟି ତିଆରି କରୁଛନ୍ତି ହିନ୍ଦୁ-ମୁସଲମାନ ଉତ୍ତରପ୍ରଦେଶର କାରିଗର ।

୮-କନ୍ଧମାଳର ପ୍ରଥମ କରୋନା ଯୋଦ୍ଧା ଏଏସଆଇ ମହାଜନ ପ୍ରଧାନଙ୍କ ମୃତ୍ୟୁ,ଜିଲା ପ୍ରଶାସନ ପକ୍ଷରୁ ଦିଆଗଲା ଗାର୍ଡ଼ ଅର୍ଫ ଅନର୍ ।

୯-ରାଜସ୍ଥାନରେ ବିଜେପି ଦୁଇ ଭାଗରେ ବିଭକ୍ତ । ଗୁଜରାତରେ ୨୦ ବିଜେପି ବିଧାୟକ ଥିବାବେଳେ ବସୁନ୍ଧରା ରାଜେ ସିନ୍ଧିଆଙ୍କ ସମର୍ଥକ ୫୦ ବିଜେପି ବିଧାୟକ ରାଜସ୍ଥାନରେ ।

୧୦-କେରଳ ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨ ।

୧୧-ବିହାରରେ ବନ୍ୟାର କରାଳ ରୂପ । ଜୀବନ ଜୀବିକା ଉପରେ ଦାଉ ସାଧିଲା ବନ୍ୟା । ୭୩ଲକ୍ଷ ଲୋକ ବନ୍ୟା ପ୍ରଭାବିତ, ୧୨୨୩ ପଂଚାୟତରେ ପଶିଲା ପାଣି ।

୧୨-ପ୍ରଧାନମନ୍ତ୍ରୀଙ୍କ ୧ ଲକ୍ଷ କୋଟି କୃଷି ଭିତ୍ତିଭୂମି ପାଣ୍ଠିର ଶୁଭାରମ୍ଭକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା, କହିଲେ ଦେଶର କୃଷି ଶିଳ୍ପକୁ ତ୍ୱରାନ୍ୱିତ କରିବ ।

୧୩-ଚତୁର୍ଥବାର ଶପଥ ଗ୍ରହଣ କଲେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ।

୧୪-IPL ପୂର୍ବରୁ ଚେନ୍ନାଇରେ ଅଭ୍ୟାସ କରିବେ ଧୋନୀ, ରାଇନା ।

୧୫-ନୂଆ ଦିଲ୍ଲୀ:ହଳ ଷଷ୍ଠୀରେ ପିଏମ୍ କିଷାନର ଷଷ୍ଠ କିସ୍ତି,୮.୫୫କୋଟି ଚାଷୀଙ୍କୁ ମିଳିବ ୧୭ହଜାର କୋଟି।

୧୬-ମନ ବଦଳାଇଲେ ସରକାର : ‘କାଳିଆ’ ଟଙ୍କା ଆଦାୟ ସ୍ଥଗିତ, କରୋନା ସ୍ଥିତି ପାଇଁ ପୂର୍ବ ନିଷ୍ପତ୍ତିରେ ବ୍ରେକ୍‌।

୧୭–କ୍ରାନ୍ତି ଦିବସରେ ଅଦମ୍ୟ ତ୍ୟାଗ ଓ ସାହସ ପ୍ରଦର୍ଶନ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି।

୧୮-ଆଉ ୧୫୪୩ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୩୧,୭୮୪କୁ ବୃଦ୍ଧି।

୧୯-ଖୁଣ୍ଟା:ସଟଡାଉନ ବେଳେ ଚାଲିଥିଲା କୁକୁଡା ଲଢେଇ; ପୁଲିସର ଚଢଉ, ୪୦୦ରୁ ଅଧିକ ଲୋକଙ୍କ ଛତ୍ରଭଙ୍ଗ,୨୩ ବାଇକ ୫ ସାଇକେଲ ଜବତ।

୨୦-ଆଜିଠାରୁ ବ୍ରହ୍ମପୁର ମେଡିକାଲରେ ପୁଣି ଆରମ୍ଭ ହେବ ଓପିଡି ସେବା।

୨୧-ସ୍କୁଲ ଖୋଲିବା ନେଇ ଅନିଶ୍ଚିତତା; ଅଭିଭାବକଙ୍କ ମତାମତ ଆଧାରରେ ନିଷ୍ପତ୍ତି।

୨୨-ବ୍ରହ୍ମପୁର:କରୋନା ସମୟରେ ଚାଲିଥିଲା ଏକାଦଶାହ ଭୋଜି, ପ୍ରଶାସନକୁ ଚାଳିଶି ହଜାର ଫାଇନ୍ ଗଣିଲେ ମୃତକଙ୍କ ପରିବାର।

୨୩-ଯୋଡା ଆଶ୍ୱିନରେ ମଳମାସ, ଏ ବର୍ଷ ୧୬ ଦିନ ନୁହେଁ ବରଂ ୪୫ ଦିନ ଧରି ଚାଲିବ ଦୁର୍ଗାପୂଜା।

୨୪-ଏବେ ସ୍କୁଲର ୫୦ ମିଟର ଭିତରେ ଆଉ ବିକ୍ରି ହୋଇପାରିବନି ଜଙ୍କ ଫୁଡ : FSSAI

୨୫-ହରିୟାଣା:ମାଟ୍ରିକ ପରୀକ୍ଷାରେ, ଦିିବ୍ୟାଙ୍ଗ ଛାତ୍ରୀ ସୁପ୍ରିୟାଙ୍କୁ ଗଣିତରେ ପ୍ରଥମେ ମିଳିିଥିଲା ୨ ମାର୍କ, କିନ୍ତୁ ପୁନଃମୂଲ୍ୟାୟନ ପରେ ମିଳିଛି ୧୦୦ରୁ ୧୦୦।

୨୬-ICC ବୋର୍ଡ ବୈଠକ ଆଜି : ନୂଆ ଅଧ୍ୟକ୍ଷ ନିଯୁକ୍ତି ନିମନ୍ତେ ଆରମ୍ଭ ହେବ ପ୍ରକ୍ରିୟା ।

୨୭-ଭାରତ ବଜାରରେ ଖୁବ୍‌ ଶୀଘ୍ର ମିଳିବ କରୋନା ଭ୍ୟାକ୍‌ସିନ୍‌ କୋଭାସିଲ୍ଡ, ଏହାର ମୂଲ୍ୟ ମାତ୍ର ୨୨୫ ଟଙ୍କା।

୨୮-ଆଣ୍ଡାମାନ୍‍ ନିକୋବର ଦ୍ୱୀପକୁ ଅତ୍ୟାଧୁନିକ ଟେଲିକମ୍‍ କେବୁଲ୍‍ ବ୍ୟବସ୍ଥାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

୨୯-ଇସ୍ରାୟେଲ ପ୍ରଧାନମନ୍ତ୍ରୀଙ୍କ ଘର ଆଗରେ ହଜାରହଜାର ସଂଖ୍ୟାରେ ବିକ୍ଷୋଭକାରୀଙ୍କ ପ୍ରତିବାଦ । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କରୋନା ପରିଚାଳନା କରିବାରେ ଅସମର୍ଥ, ତୁରନ୍ତ ଇସ୍ତଫା ଦେବାକୁ ଦାବୀ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୦/୮)