ଆଜି ସଂକ୍ଷେପରେ…(୧୦/୧୦/୨୦)


୧. ପ୍ରଧାନମନ୍ତ୍ରୀ ମୋଦୀ ଟରବାଇନକୁ ବ୍ୟବହାର କରି ପବନରୁ ଅମ୍ଳଜାନକୁୁ ପୃଥକ କରିବା ସମ୍ବନ୍ଧରେ ବୈଜ୍ଞାନିକଙ୍କୁ ପରାମର୍ଶ ଦେବା ବିଷୟକୁ କଟାକ୍ଷ କଲେ ବୁଦ୍ଧିଜୀବୀ । ବରିଷ୍ଠ ଓକିଲ୍ କଟାକ୍ଷ କରି କହିଲେ, ଏ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ବୈଜ୍ଞାନିକ ।

୨. ଉତ୍ତରପ୍ରଦେଶ ପୋଲିସ୍ ହାଥରସ୍ ପୀଡ଼ିତାଙ୍କ ପରିବାରକୁ ଅଯଥାରେ ବନ୍ଦୀ ଭଳି ରଖିଥିବାରୁ ସେମାନଙ୍କୁ ଖୋଲାଖୋଲି ବିଚରଣ କରିବାକୁ ଅନୁମତି ଦେବା ସମ୍ପର୍କରେ ପରିବାରର ନାବାଳକ କରିଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଅଗ୍ରାହ୍ୟ କଲେ ।

୩. କଳାହାଣ୍ଡିରେ ଭୟଙ୍କର ସବସିଡି ସ୍କାମ୍ ; ଧାନରୁଆ ମେସିନ ପରେ ଧାନ କଟା ଓ ଅମଳ ମେସିନରେ ମହାଦୁର୍ନୀତି, ବିପିଏଲ ଲୋକଙ୍କ ନାଁରେ ସବସିଡି ଉଠାଇ ଚଳୁ କରିଛି ମେସିନ ଡିଲର୍ ।

୪. ଆସନ୍ତା ୧୨ରେ ଏକକ ପିଜି ପ୍ରବେଶିକା ପରୀକ୍ଷା, ୮୩ଟି ଷ୍ଟ୍ରିମ୍‌ରେ ନାମ ଲେଖାଇବା ପାଇଁ ଆବେଦନ କରିଛନ୍ତି ୬୨୨୦୦ ଛାତ୍ରଛାତ୍ରୀ ।

୫. ୮୩ ବର୍ଷ ବୟସ୍କ ମାନବାଧୀକାର କମୀ ଫାଦର ଷ୍ଟେନ୍ସ ସ୍ୱାମୀଙ୍କୁ ଗିରଫ କରିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ବ୍ୟାପକ ପ୍ରତିକ୍ରିୟା ।

୬. ନୂଆଦିଲ୍ଲୀ : ଭୀମା କେରେଗାଓଁ ହିଂସା ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ୮ ଜଣଙ୍କ ବିରୁଦ୍ଧରେ ଅଭିଯୋଗ ପତ୍ର ଦାଖଲ କରିଛି ।

୭. ‘ହାଲ୍‌’ ର କର୍ମଚାରୀ ପାକିସ୍ତାନକୁ ଯୁଦ୍ଧ ବିମାନ ସମ୍ପର୍କରେ ଗୁପ୍ତ ତଥ୍ୟ ପ୍ରଦାନ କରୁଥିବାରୁ ପୋଲିସ୍ ଗିରଫ କଲା ।

୮. ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୮୫.୫୨ ପ୍ରତିଶତକୁୁ ବୃଦ୍ଧି ପାଇଛି । ବିଗତ ୩ ସପ୍ତାହ ଧରି ଦେଶରେ କୋଭିଡରେ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ।

୯. ଟିଭି ଦୁନିଆରେ ଟିଆରପି ଝଡ । ଟିଆରପି ଠକେଇ ନେଇ ମୁମ୍ବାଇ ପୋଲିସର ମହାଖୁଲାସା ପରେ ରିପବ୍ଲିକ ଟିଭି ଓ ଇଣ୍ଡିଆ ଟୁଡେ ଭିତରେ ଟଣାଓଟରା ।

୧୦. କଣ୍ଟାବାଞ୍ଜି ରକ୍ତଭଣ୍ଡାର ଦୁର୍ନୀତି ମାମଲା : ବିବାଦୀୟ ଟେକ୍ନିସିଆନ ନରେଶ ମିଶ୍ରଙ୍କ ନାମରେ ରୁଜୁ ହେଲା ମାମଲା ।

୧୧. ଭୁବ‌ନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳରେ ଆଜି ସକାଳେ ସୃଷ୍ଟି ହୋଇଥିବା ଲଘୁଚାପବଳୟ ଆସନ୍ତାକାଲି(ଶନିବାର) ସକାଳ ସୁଦ୍ଧା ଘନୀଭୂତ ହୋଇ ଅବପାତରେ ପରିଣତ ହେବ ।

୧୨. ଜାତିସଂଘର ‘ବିଶ୍ୱ ଖାଦ୍ୟ ଯୋଜନା’କୁ ନୋବେଲ ଶାନ୍ତି ପୁରସ୍କାର ।

୧୩. ବାଲେଶ୍ୱର/ଚାନ୍ଦବାଲି : ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ (ଡିଆର୍‌ଡିଓ) ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣ୍ଟି ରେଡିଏସନ୍‌ କ୍ଷେପଣାସ୍ତ୍ର ‘ରୁଦ୍ରମ୍‌’ର ସଫଳ ପରୀକ୍ଷଣ ହୋଇଛି।

୧୪. ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ୍‌ ଅଧିକାରୀଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ : କଳଙ୍ଗନଗର ଇସ୍ପାତ ହବ୍‌ରେ ପୁଞ୍ଜିନିବେଶ ପାଇଁ ଆହ୍ବାନ ।

୧୫. ଟେଲିଭିଜନ ରେଟିଂ ବଢ଼ାଇବା ନାମରେ ରିପବ୍ଲିବ ଟିଭିର କଳା କାରନାମା : ବିଜେପିର ଅଧ୍ୟକ୍ଷ ଜେ ପି ନଡ୍ଡା ରିପବ୍ଲିକ୍ ଟିଭି ସପକ୍ଷରେ ଛିଡ଼ା ହେଉଥିବା ଅଭିଯୋଗ ।

୧୬. ଶ୍ରୀମନ୍ଦିର ଖୋଲିବା ନେଇ ଭର୍ଚୁଆଲ ବୈଠକ, କାର୍ତ୍ତିକ ମାସ ପୂର୍ବରୁ ନଖୋଲିବା ପ୍ରସ୍ତାବ ।

୧୭. ହାଥରସ ମାମଲାରେ ଉତ୍ତରପ୍ରଦେଶ ସରକାର ପିଏଫଆଇ ଜରିଆରେ ମରିସସ୍‌ରୁ ୧୦୦ କୋଟି ଟଙ୍କା ଆସିଥିବା କଥାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭୁଲ୍ ବୋଲି କହିଲା ।

୧୮. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଲା, ପିଏଫ୍‌ଆଇ ଓ ଭୀମ ଆର୍ମି ମଧ୍ୟରେ କୌଣସି ସମ୍ପର୍କ ନାହିଁ ।

୧୯. ମୁମ୍ବାଇ: ପାକିସ୍ତାନକୁ ତଥ୍ୟ ଦେଉଥିବା ଅଭିଯୋଗରେ ଗିରଫ ହେଲେ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍(ହାଲ୍‌)ର କର୍ମଚାରୀ । ଏହି କର୍ମଚାରୀ ଜଣକ ହାଲ୍‌ ବିଷୟରେ ସମସ୍ତ ଗୋପନ ତଥ୍ୟ ପାକିସ୍ତାନ ଗୋଇନ୍ଦା ସଂସ୍ଥା(ISI)କୁ ଦେଉଥିବା ଅଭିଯୋଗ ହୋଇଛି ।

୨୦. ଭାରତକୁ ମିଳିଲା ସୁଇସ୍ ବ୍ୟାଙ୍କ ଆକାଉଣ୍ଟରେ ଦ୍ୱିିତୀୟ ତାଲିକା । ଭାରତ ସମେତ ୮୬ଟି ଦେଶକୁ ତଥ୍ୟ ଯୋଗାଇଲେ ସୁଇଜରଲ୍ୟାଣ୍ଡ ସରକାର । ମୋଟ୍ ୩୧ ଲକ୍ଷ ଆକାଉଣ୍ଟର ତଥ୍ୟ ଦେଲା ଏଫଟିଏ ।

୨୧. ହାଥରସ୍ ଗଣଦୁଷ୍କର୍ମ ମାମଲାରେ ଏସଆଇଟିର ଜୋରଦାର ତଦନ୍ତ । ପଚରାଉଚରା ପାଇଁ ୪୦ ଜଣ ଗ୍ରାମବାସୀଙ୍କୁ ନୋଟିସ୍ ।

୨୨. ଶୁକ୍ରବାର ରାଜ୍ୟରୁ ଆଉ ୩୪୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮କୁ ବୃଦ୍ଧି ।
୨୩. ରାଷ୍ଟ୍ରୀୟ ଜନତା ଦଳର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ନଭେମ୍ବର ୯ ରେ ଜେଲରୁ ମିଳିବା ସମ୍ଭାବନା ।
୨୪.ମିଳିଲା ଅନୁମତି ,୧୧୨୦ ଔଷଧ ଦୋକାନ ବିକିବେ ଫାଭିପିରାଭିର ।
୨୫.ଦୁବାଇ : ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଦିଲ୍ଲୀ ୪୬ ରନରେ ବିଜୟ ଲାଭ କରିଛି । ୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ରାଜସ୍ଥାନ ୧୩୮ ରନରେ ଅଟକି ଯାଇଥିଲା ।
୨୬.କରୋନା ଆକ୍ରାନ୍ତ ହେବାର ୪ଦିନ ଭିତରେ ସୁସ୍ଥ ହେଲେ ଆମେରିକା ରାଷ୍ଟ୍ରପତି । ୱାଲ୍ଟର ରିଡ ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ହ୍ୱାଇଟ ହାଉସ ଫେରିଲେ ଟ୍ରମ୍ପ । ଚିକିତ୍ସାରେ ଏକ ନୂଆ ପରୀକ୍ଷଣ ହୋଇଥିଲା ।
୨୭.ଭାରତକୁ ସହାୟତା ଦେବା ନିମନ୍ତେ ବିଶ୍ଵର ସବୁଠୁ ମାରାତ୍ମକ ବୁଡ଼ାଜାହାଜ ପଠାଇଲା ଆମେରିକା
୨୮. ପାକିସ୍ତାନରେ ବି ବ୍ୟାନ୍‌ ହେଲା ଟିକଟକ ।
୨୯. ସିଙ୍ଗିଲ ୱିଣ୍ଡୋ ବୈଠକରେ ୫ଟି ପ୍ରକଳ୍ପକୁ ମିଳିଲା ମଂଜୁରୀ, ବିନିଯୋଗ ହେବ ୧୮୫୧ କେଟି ଟଙ୍କା ।
୩୦. ଜିଓ ପୋଷ୍ଟପେଡ୍ ପ୍ଲସ୍ ଆରମ୍ଭ କଲା ପ୍ରଥମ ମାଗଣା ‘କ୍ୟାରି-ଫରୱାର୍ଡ କ୍ରେଡିଟ୍ ଲିମିଟ୍ ବ୍ୟବସ୍ଥା’ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୧୦/୧୦/୨୦)