ଆଜି ସଂକ୍ଷେପରେ…(୦୮/୯)

୧-ଜେଇଇ ଦେଲେନି ୧୧ ହଜାର ପରୀକ୍ଷାର୍ଥୀ, ଦେଶରେ ଆଶାନୁରୂପ ହେଲାନି ପରୀକ୍ଷାର୍ଥୀଙ୍କ ଉପସ୍ଥାନ।

୨-ଦୀର୍ଘ ଦିନର ପ୍ରତୀକ୍ଷା ପରେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହୋଇଛି ମୋବାଇଲ ସେବା। 

୩-ବନ୍ଦ ହୋଇଯିବ ଓଡ଼ିଶା ଜେଲ୍ ଟ୍ରେନିଂ ସ୍କୁଲ୍‌: ପ୍ରିଜନ୍ ଏକାଡେମିକୁ କର୍ମଚାରୀ, ସାମଗ୍ରୀ ସ୍ଥାନାନ୍ତର।

୪-ମୌସୁମୀ ଅଧିବେଶନରେ ବିଧାୟକଙ୍କ ପାଇଁ ଧାର୍ଯ୍ୟ ହେଲା ଗାଇଡଲାଇନ୍ : ୫ ଦିନ ବ୍ୟବଧାନରେ ହେବ ଦୁଇ ଥର କୋଭିଡ୍ ଟେଷ୍ଟ୍, ନେଗେଟିଭ୍ ରେଜଲ୍ଟ ଆସିଲେ ବିଧାନସଭାକୁ ପାସ୍।

୫-ଅନୁଭବ-ବର୍ଷା ବିବାଦରେ ନୂଆମୋଡ଼: ବର୍ଷା ସୁରକ୍ଷା ଲୋଡ଼ିବା ପରେ ଅନୁଭବଙ୍କ ଘରେ ପହଞ୍ଚିଲା ପୁଲିସ।ଅକ୍ଟୋବର ୧୨ ରେ ଶୁଣାଣି।

୬-ରାଜ୍ୟକୁ ଜିଏସଟି କ୍ଷତିପୂରଣର ପୂରା ଅର୍ଥ ପ୍ରଦାନ କରିବ କେନ୍ଦ୍ର ସରକାର, ଶୀଘ୍ର ଜାରି ହେବ ୯୭ ହଜାର କୋଟି ଟଙ୍କା।

୭-ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା କୌଣସି କରୋନା ଟୀକା ୫୦ ପ୍ରତିଶତ ପ୍ରଭାବୀ ନୁହେଁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।

୮-କରୋନା ପାଇଁ ଘୁଞ୍ଚିଲା ଓଜେଇଇ ଅନଲାଇନ୍ ପରୀକ୍ଷା.।

୯-୧୬୯ ଦିନ ପରେ ଗଡିଲା ଦିଲ୍ଲୀ ମେଟ୍ରୋ । ୟେଲୋ ୟେଲୋ ଲାଇନ ଉପରେ କରୋନା ମହାମାରୀ ଭିତରେ ଗଡିଲା ଟ୍ରେନ : ପ୍ରଥମ ଦିନରେ ଯାତ୍ରା କଲେ ସାଢେ ସାତ ହଜାର ଯାତ୍ରୀ।

୧୦-ଋଷିଆ ପରେ ଆସୁଛି ଚୀନ୍ ଭ୍ୟାକସିନ । ସାରା ବିଶ୍ୱ ସମ୍ମୁଖରେ କରୋନା ଟିକାର ଚିତ୍ର ପ୍ରଦର୍ଶନ କଲା ଚୀନ୍ : ତୃତୀୟ ଫେଜ ଟ୍ରାୟଲ ଶେଷ ହେବା ପରେ ଡିସେମ୍ବର ଶେଷ ସୁଦ୍ଧା ଆସିବ ସିନୋଭେକ ବାୟୋଟେକ ଓ ସିନୋଫାର୍ମା ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ।

୧୧-ଦିନ ସାଢ଼େ ୧୦ରୁ ରାତି ସାଢ଼େ ୧୦ ଯାଏ ରାଜ୍ୟରେ ମଦ ଦୋକାନ ଖୋଲା ରହିବ।

୧୨-ଭାରତକୁ ମିଳିଲା ଆମେରିକା ସମେତ ୪ ବଡ ଦେଶର ସମର୍ଥନ, ଚୀନ ଛାଡି ଭାରତ ଆସିଲେ Appleର ୮ ଫ୍ୟାକ୍ଟ୍ରି।

୧୩-ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ଷାଠିଏ ବର୍ଷୀୟ ବୃଦ୍ଧ ପଡୋଶରେ ରହୁଥିବା 4 ବର୍ଷ ନିରୀହ ଶିଶୁକୁ ଇଲେକ୍ଟ୍ରିକ୍‌ ହିଟରର ଝଟ୍‌କା ଦେଇଥିବାର ସୂଚନା ମିଳିଛି । 

୧୪-ଆସନ୍ତା ୧୦ରେ ବାୟୁସେନାରେ ସାମିଲ ହେବ ରାଫେଲ।

୧୫-ସେପ୍ଟେମ୍ବର ୨୧ରୁ ଦର୍ଶକମାନଙ୍କ ଲାଗି ଖୋଲିବ ତାଜମହଲ ଓ ଆଗ୍ରା ଦୁର୍ଗ।

୧୬-ସେପ୍ଟେମ୍ବର ୧୯ ରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍‌ରେ ୪ର୍ଥ ଥର ଲାଗି ଉଦ୍‌ଘାଟନୀ ମ୍ୟାଚ୍‌ ଖେଳିବେ ଚେନ୍ନାଇ-ମୁମ୍ବାଇ ।

୧୭-ବିହାର ନିର୍ବାଚନ ପୂର୍ବରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ବିଜେପି ରାଜନୀତି କରୁଛି: ଅଭିଯୋଗ ଆଣିଲା କଂଗ୍ରେସ ।

୧୮-ବେଜିଙ୍ଗ୍ ବାଣିଜ୍ୟ ମେଳାରେ ପ୍ରଥମ ଥର ଲାଗି କୋଭିଡ୍-୧୯ ଟିକା ପ୍ରଦର୍ଶନ କଲା ଚୀନ୍ ।

୧୯-ସୁଦାନରେ ସମାପ୍ତ ହେଲା ୩୦ ବର୍ଷର ଇସଲାମି ଶାସନ, ଏବେ ହେବ ଗଣତାନ୍ତ୍ରିକ ରାଷ୍ଟ୍ର ।

୨୦-ମାନସିକ ସ୍ବାସ୍ଥ୍ୟ କାଉନ୍‌ସେଲିଂ ପାଇଁ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ର ଶୁଭାରମ୍ଭ କଲେ ମୋଦି ସରକାର ।

୨୧-ରାଜ୍ୟରେ ଆଜି ୩୦୩୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ୯୯୩୯୮କୁ ବୃଦ୍ଧି ପାଇଛି ।

୨୨-ସ୍ଥାୟୀ କର୍ମଚାରୀ ଙ୍କୁ ରାତିଅଧିଆ ଛଟେଇ କୁ ନେଇ କର୍ମଚାରୀ ମାନଙ୍କର optcl ଗେଟ ସମୁଖରେ ଗଣଧାରଣା ।

୨୩-ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବଢିଲା ସୁରକ୍ଷା । ମୁମ୍ବାଇରେ ଦିଆଯିବ ୱାଇ କାଟୋଗୋରୀ ସୁରକ୍ଷା : ଜଗିବେ ୧୧ କମାଣ୍ଡୋ ।

୨୪-ବିଧାନସଭା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି, ମୌସୁମୀ ଅଧିବେଶନର ୨ ଦିନ ପୂର୍ବରୁ ସବୁ ବିଧାୟକଙ୍କ ହେବ କୋଭିଡ୍‌ ଟେଷ୍ଟ ।

୨୫-ଓପିଏସସି କରିବ ବିଶ୍ୱବିଦ୍ୟାଳୟ ନିଯୁକ୍ତି, ଅବଗତ କରାଇଲା ଉଚ୍ଚଶିକ୍ଷା ବିଭାଗ ।

୨୬-ଜାପାନର ନାଓମି ଓସାକା ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

୨୭-ବଦଳିଲା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା : ଏଣିକ କୌଣସି ପ୍ରକାରର ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଓ ପ୍ରଫେସର ନିଯୁକ୍ତି କରିପାରିବେନି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୮/୯)