ଆଜି ସଂକ୍ଷେପରେ…(୦୮/୬)

୧. ଆଜି ରାଜ୍ୟରେ ଆହୁରି ୧୩୮ ଜଣ କରୋନା ପଜିଟିଭ ଚିହ୍ନଟ । ଆକ୍ରାନ୍ତଙ୍କ ସଂଖ୍ୟା ୨୯୯୪ ହେଲା । ୨. ରାଜ୍ୟ ସଂଗୀତର ମାନ୍ୟତା ପାଇଲା ’ବନ୍ଦେ ଉତ୍କଳ ଜନନୀ’ । ଏଣିକି ଏହି ସଂଗୀତ ଗାନବେଳେ ଠିଆ ହେବାକୁ ପଡ଼ିବ-ଅନ୍ୟାନ୍ୟ ନିୟମ ଜାରି କଲେ ସରକାର । ୩. ଆଜିଠୁ ରାଜ୍ୟରେ ଗଡ଼ିଲା ୬ ଟି ସ୍ୱତନ୍ତ୍ର ଟ୍ରେନ । ରାଉରକେଲାରୁ ଭୁବନେଶ୍ୱର ବାହାରିଲା ପ୍ରଥମ ଟ୍ରେନ । ଶନିବାର ଓ ରବିବାର ଟ୍ରେନ ଚଳାଚଳ ବନ୍ଦ । ୪. ଆଜିଠୁ ୬୬ ଟି ପରୀକ୍ଷା କେନ୍ଦ୍ରରେ ଯୁକ୍ତ ୨ ଖାତା ଦେଖା ଆରମ୍ଭ ହେଲା । ୫. ଆଜିଠୁ ରାଜ୍ୟର ୬୬ ଟି ରୁଟରେ ୯୬ ଟି ବସ୍ ଚଳାଚଳ ଆରମ୍ଭ । ୬.ଟିଟିଲାଗଡ଼ରେ ଜାତି ଭାଇଙ୍କୁ ମିଶାଇବା ମହଙ୍ଗା ପଡ଼ିଲା । ଜଣକୁ କରୋନା ପଜିଟିଭ ବାହାରିବା ପରେ ୨୦ ଜଣ ରହିଲେ କ୍ୱାରେଣ୍ଟାଇନ ସେଣ୍ଟରରେ । ୭. ଖ଼ଡ଼ିଆଳରେ ଅଭାବନୀୟ ଘଟଣା । ଜନ୍ମଦିନରେ ଟ୍ରକଚାପାରେ ବାଳିକା ମୃତ । ୮. ଆଜିଠାରୁ କଟକଣା ମଧ୍ୟରେ ୮୨୦ ଧର୍ମସ୍ଥଳୀ ଖୋଲିବାକୁ କେନ୍ଦ୍ରର ଅନୁମତି । ତେବେ ଓଡ଼ିଶାରେ ଜୁନ ୩୦ ଯାଏଁ କୌଣସି ଧର୍ମସ୍ଥଳୀ ନ ଖୋଲିବାକୁ ଏସଆରସିଙ୍କ ନିର୍ଦ୍ଦେଶ । ୯. ଆଜିଠୁ ଦିଲ୍ଲୀ ସମେତ ଅନେକ ରାଜ୍ୟରେ ଖୋଲିବ ସପିଂମଲ୍ ଓ ହୋଟେଲ । ୧୦. ମଧ୍ୟପ୍ରଦେଶ ସାଜାପୁରରେ ଡାକ୍ତରଖାନା ବିଲ ଦେଇ ନ ପାରିବାରୁ ବେଡରେ ବାନ୍ଧିଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୮/୬)