ଆଜି ସଂକ୍ଷେପରେ…(୦୮/୧୦)



୧-ରାଜ୍ୟରେ ଓଡ଼ିଶାର ଓକିଲମାନଙ୍କ କଲ୍ୟାଣ ନିମନ୍ତେ ପାସ ହେଲା ‘ଓଡ଼ିଶା ଲେଜିସଲେଟିଭ୍ ଆଡଭୋକେଟ୍ ୱେଲଫେୟାର ଫଣ୍ଡ ୨୦୨୦’ । ଏଥିପାଇଁ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ।

୨-୧୬ ବର୍ଷୀୟ ଯୁବତୀ ଗୋଟିଏ ଦିନ ପାଇଁ ହେଲେ ଫିନଲାଣ୍ଡର ପ୍ରଧାନମନ୍ତ୍ରୀ, ମହିଳା ସଶକ୍ତିକରଣ ଉପରେ ଦେଲେ ଜୋର।

୩-ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିବା ଅଟଳ ଶୁଡ଼ଙ୍ଗରେ ସେନାର ଟ୍ରକ ଚାଲିଲା । ମନାଲି ଓ ଲେହକୁ ଯିବାରେ ଏହି ଶୁଡ଼ଙ୍ଗ ଦ୍ୱାରା ୪ ରୁ ୫ ଘଣ୍ଟା ସହ ୪୬ କିଲୋମିଟର କମ୍ ‌୍ଦୂରତା ପଡ଼ିବ ।

୪-ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ-୨୦୨୦ ପ୍ରତ୍ୟାହାର ଦାବି : ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି।

୫-ୟୁଜିସି ଜାରି କଲା ଦେଶର ୨୪ଟି ବିଶ୍ବବିଦ୍ୟାଳୟ ତାଲିକା : ଓଡ଼ିଶାରେ ଦୁଇଟି ନକଲି ବିଶ୍ୱବିଦ୍ୟାଳୟ।

୬–ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ଚରିତ୍ରହାନୀ କରାଯାଉଥିବା ହେଲା ଅଭିଯୋଗ ।

୭-ଉତ୍ତରପ୍ରଦେଶରେ ଅନର କିଲିଂ: ଗର୍ଭବତୀ ନାବାଳିକାଙ୍କୁ ନିର୍ମମ ହତ୍ୟା।

୮-ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପୁଣ୍ୟତିଥିରେ ବହୁବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ।

୯-୨୮ ଦିନ ଜେଲ୍ ପରେ ମୁକୁଳିଲେ ରିୟା । କିନ୍ତୁ ସେହି ସମାନ ଦିନ ସ୍ୱେଚ୍ଛାକ୍‌ୃତ ଭାବେ ବିହାରର ଡିଜିପି ପଦବୀରୁ ଅବସର ନେଇଥିବା ଗୁପ୍ତେଶ୍ୱର ପାଣ୍ଡେଙ୍କୁ ଜେଡିୟୁ ବା ବିଜେପି କେହି ବି ଟିକଟ ନ ଦେବାରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଆଶା ମଉଳିଲା ବୋଲି ସୋସିଏଲ୍ ମିଡିଆରେ ଚର୍ଚ୍ଚା ।

୧୦-ଗାଁ ଛାଡ଼ିବାକୁ ଚାହୁଁଛନ୍ତି ହାଥରସ ପୀଡ଼ିତାଙ୍କ ପରିବାର; କେହି ପଚାରୁ ନଥିବା ବେ‌ଳେ ମିଳୁଛି ଧମକ।

୧୧-ସୁରକ୍ଷା ପାଇଁ ସିସିଟିଭି । ସୁପ୍ରିମକୋର୍ଟଙ୍କ ତାଗିଦ ପରେ ହାଥରସ ପୀଡିତା ପରିବାରକୁ କଡା ସୁରକ୍ଷା । ଘରେ ଲାଗିଲା ମେଟାଲ ଡିଟେକ୍ଟର ଓ ସିସି କ୍ୟାମେରା ।

୧୨-କାଲିକଟ୍ ବାୟୁସେନାର ଗୋଇନ୍ଦା ବିଭାଗର ସୂଚନାନୁଯାୟୀ ଦୁଇ ଜଣ ବିମାନଯାତ୍ରୀଙ୍କଠାରୁ ୩.୭୦୧ କିଲୋଗ୍ରାମ ସୁନା ଜବତ ହୋଇଛି ଯାହାର ମୂଲ୍ୟ ୧.୬୫ କୋଟି ହେବ ବୋଲି କୁହାଯାଇଛି ।

୧୩-୫ଜି ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲାଗି ଗୁରୁତ୍ବପୂର୍ଣ୍ଣ ସାଇବର୍ ସିକ୍ୟୁରିଟି ଚୁକ୍ତି ଚୂଡ଼ାନ୍ତ କଲେ ଭାରତ ଓ ଜାପାନ।

୧୪-୨୦ ବର୍ଷରେ ମୋଦୀଙ୍କ ‘୨୦ ଯୋଜନା’: ବିଜେପି ପ୍ରକାଶ କଲା ’ହର ସାଲ୍ ଖାସ’ ଶୃଙ୍ଖଳା

୧୫-ଆୟକର ବିଭାଗର ନଜରରେ ଶଶିକଳାଙ୍କ ସଂପତ୍ତି, ପୁଣି ଜବତ କଲା ୨ ହଜାର କୋଟିର ମୂଲ୍ୟବାନ ଜମି।

୧୬-ପେଟ୍ରୋଲ୍‌ ପମ୍ପରେ ଭୟଙ୍କର ବିସ୍ଫୋରଣ : ଥରିଲା ରାଜଧାନୀ-: ନିଜ ତରଫରୁ ଅପରାଧିକ ମାମଲା ରୁଜୁ କଲା କମିସନରେଟ୍‌ ପୁଲିସ୍‌।

୧୭-ଷ୍ଟାର୍ ଦମ୍ପତି ଅନୁଭବ-ବର୍ଷା ବିବାଦ : ଶୁଣାଣି ପାଇଁ ପିଟିସନ ଗ୍ରହଣ କଲେ ଦିଲ୍ଲୀର ପଟିଅ‌ାଲା କୋର୍ଟ।

୧୮-ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୦ : ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ୍‌ ରାଇଡର୍ସ‌।

୧୯-ତାମିଲନାଡ଼ୁରେ ୩୬ ବର୍ଷ ବୟସ୍କ ଜଣେ ଦଳିତ ବିଧାୟକ ୧୯ ବର୍ଷ ବୟସ୍କ ଜଣେ ବ୍ରାହ୍ମଣ ଝିଅକୁ ବାହା ହେବା ନେଇ ଚାରିଆଡ଼େ ଚର୍ଚ୍ଚା ।
୨୦-ରାମମନ୍ଦିର ପାଇଁ ଅଯୋଦ୍ଧାରେ ପହଞ୍ଚିଲା ୬୧୩ କିଲୋଗ୍ରାମ ଓଜନର ଘଣ୍ଟି; ୮ କିମି ପର୍ଯ୍ୟନ୍ତ ଶୁଭିବ ଧ୍ୱନି।
୨୧-ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ସଂଘର ଅଧ୍ୟକ୍ଷ ପଦବୀରେ ସ୍ୱର୍ଗତ ଅରୁଣ ଜେଟଲୀଙ୍କ ପୁତ୍ର ରୋହନ ଜେଟଲୀଙ୍କ ନାମ ଏକ ପ୍ରକାର ଚୂଡ଼ାନ୍ତ ।
୨୨-ପୂଜା ଉତ୍ସବକୁ ଦୃଷ୍ଟିରେ ରଖି ତେଜସ୍ ଏକ୍ସପ୍ରେସ ଅକ୍ଟୋବର ୧୭ ରୁ ଟ୍ରାକକୁ ଫେରିବ।
୨୩-ପୂର୍ବତନ ସିବିଆଇ ନିର୍ଦେଶକ ତଥା ନାଗାଲାଣ୍ଡ୍‌ର ପୂର୍ବତନ ରାଜ୍ୟପାଳ ଅଶ୍ବିନୀ କୁମାରଙ୍କ ଆତ୍ମହତ୍ୟା: ପୁଲିସ।
୨୪-ଗୁୱାଙ୍ଗଝୋରୁ ଫେରିବେ ଭାରତୀୟ ; ୨୩ରେ ଯିବ ଏୟାର୍‍ ଇଣ୍ଡିଆ ବିମାନ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୮/୧୦)