ଆଜି ସଂକ୍ଷେପରେ…(୦୭/୧୦)



୧-ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲା ପରିଷଦ ଦ୍ୱାରା ପରିଚାଳିତ ଏକ ଗାଁ ସ୍କୁଲର ଛାତ୍ରଛାତ୍ରୀ ଜାପାନୀ ଭାଷାରେ କଥାବାର୍ତ୍ତା କରିପାରନ୍ତି । ଜିଲ୍ଲାରେ ଥିବା ଅଜନ୍ତା ଓ ଏଲୋରା ଗୁମ୍ଫା ବୁଲିବାକୁ ଜାପାନରୁ ବହୁ ମାତ୍ରାରେ ପର୍ଯ୍ୟଟକ ଆସୁଥିବାରୁ ଛାତ୍ରଛାତ୍ରୀଙ୍କୁ କର୍ମ ଯୋଗାଇବାରେ ଏହା ସହାୟକ ହେବ ବୋଲି କହିଲେ ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ ।

୨-ହାଥରସ୍ ଘଟଣାର ୭ ଦନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ଗଠନ କରାଯାଇଥିବା ଏସଆଇଟି ଆହୁରି ୧୦ ଦିନ ସମୟ ନେଇଥିବା ଉତ୍ତରପ୍ରଦେଶ ଅତିରିକ୍ତ ମୁଖ୍ୟ ସଚିବଙ୍କ ସୂଚନା ।

୩-ପ୍ରତି ପଂଚାୟତରେ ଆସନ୍ତା ଏପ୍ରିଲ ମାସ ସୁଦ୍ଧା ଉଚ୍ଚ କ୍ଷମତା ସମ୍ପନ୍ନ ଇଣ୍ଟରନେଟ ସଂଯୋଗ ଯୋଗାଇ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନିର୍ଦ୍ଦେଶ ।

୪-ସରିଲା ମୌସୁମି ଅଧିବେଶନ: ୭ଦିନରେ ୭ ବିଧେୟକ ପାରିତ,ଶେଷ ଦିନରେ ବିରୋଧୀ ଙ୍କ ବିରୋଧ ଭିତରେ ପାସ ହେଲା ବିଶ୍ୱ ବିଦ୍ୟାଳୟ ସଂଶୋଧନ ବିଲ,କଂଗ୍ରେସ କହିଲା କଳା ବିଲ।ମନ୍ତ୍ରୀ କହିଲେ ସ୍ୱଚ୍ଛତା ଓ ନିରପେକ୍ଷତା କୁ ଦିଆଯାଇଛି ଗୁରୁତ୍ୱ।

୫-ଗୋରଖପୁରର ମୂର୍ତ୍ତୀ ନିର୍ମାତା କହିଲେ, କରୋନା ଯୋଗୁଁ ସେମାନଙ୍କ ବ୍ୟବସାୟ ବହୁଳ ଭାବେ ପ୍ରଭାବିତ ହୋଇଛି । ୧୦,୦୦୦ ଟଙ୍କାରେ ବିକ୍ରି ହେଉଥିବା ମୂର୍ତ୍ତୀକୁ ବର୍ତ୍ତମାନ ୩୦୦୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

୬-ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ପ୍ରଦାନ ମାମଲା: ସରକାରଙ୍କ ସତ୍ୟପାଠକୁ ନେଇ ହାଇକୋର୍ଟ ଅସନ୍ତୁଷ୍ଟ ।

୭-କଟକ ବଡ଼ ମେଡ଼ିକାଲ ଏସସିବି ଆଇସୋଲେସନ ୱାର୍ଡରେ ଅଭାବନୀୟ ସ୍ଥିତି, ଶବ ବେକରୁ ସୁନା ଚୋରି ।

୮-ହାଥରସ ଘଟଣାରେ ନୂଆନୂଆ ତଥ୍ୟ ସାମ୍ନାକୁ ଆସିଲା : ପୀଡିତାଙ୍କ ପରିବାର ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ୧୦୪ ଥର ଫୋନରେ କଥାବାର୍ତ୍ତା ।

୯-ଏଣିକି ଦୈନିକ ୩୦ମି ଦୂରଦର୍ଶନର କିସାନ୍ ଚ୍ୟାନେଲ୍ ରେ କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୂତନ କୃଷି କୌଶଳ ପ୍ରୟୋଗ ବିଷୟରେ ଦୁଇଟି କାର୍ଯ୍ୟକ୍ରମ ପ୍ରସାରଣ କରିବ।

୧୦-ଡାକ୍ତରଙ୍କ କଥା ମାନିଲେନି ଟ୍ରମ୍ପ୍‌: ୭ଦିନ ପୂର୍ବରୁ ହସ୍ପିଟାଲ ଛାଡ଼ି ପଳାଇଲେ । କେବଳ ଏତିକି ନୁହେଁ, ବିନା ମାସ୍କରେ ହ୍ବାଇଟ୍ ହାଉସ୍ ଫେରି କରୋନାକୁ ନଡରିବା ଲାଗି ପରାମର୍ଶ ଦେଇଛନ୍ତି।ଏବେ ସଙ୍ଗରୋଧ ରେ ରହି ହେବେ ଚିକିତ୍ସା।

୧୧-ରୟାଲ୍ସକୁ ମାତ୍ ଦେଲା ରୋହିତ ବାହିନୀ। ବୁମରାହଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇଲା ସ୍ମିଥ ସେନା, ୫୭ ରନରେ ବଡ ବିଜୟ ହାସଲ କଲା ମୁମ୍ବାଇ ଇଣ୍ଡିଆନ୍ସ ।

୧୨-ମୁମ୍ବେ ଇଣ୍ଡିଏନ୍ସ ବିପକ୍ଷରେ ଗତକାଲି ଆପିଏଲ୍‌ରେ ମନ୍ଥର ଗତିରେ ମ୍ୟାଚ ଖେଳିବା ଯୋଗୁଁ ରାଜସ୍ଥାନ ରଏଲସ୍‌ର କ୍ୟାପ୍ଟେନ୍ ଷ୍ଟିଭେନ୍ ସ୍ମିଥଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ।

୧୩-ବିହାର ନିର୍ବାଚନ, ଏଥର ବିଜେପି ୧୨୧ ଓ ଜେଡ଼ିୟୁ ୧୨୨ଟି ଆସନରେ ଲଢ଼ିବେ ।

୧୪-ହାଥରସ ମାମଲା: ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ରାତିରେ ନ କରାଯାଇ ଥିଲେ ସକାଳେ ବଡ଼ ଧରଣର ହିଂସା ହୋଇଥାନ୍ତା, ସୁପ୍ରିମକୋର୍ଟରେ କହିଲେ ଯୋଗୀ ସରକାର।

୧୫-କରୋନା ନିୟମାବଳୀକୁ ଉଲଂଘନ କରିବା ଅଭିଯୋଗରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମରେ ଏଫଆଇଆର୍ ହେଲା ।

୧୬-‘ଆୟୁଷ-୬୪’ ଔଷଧ ସେବନ ପାଇଁ ଆୟୁଷ ମନ୍ତ୍ରାଳୟର ନୂଆ ନିର୍ଦ୍ଦେଶାବଳି ଜାରି । ପ୍ରତିଦିନ ଅଶ୍ବଗନ୍ଧା ଚୂର୍ଣ୍ଣ ୧-୩ ଗ୍ରାମ କିମ୍ବା ଏହାର ୫୦୦ ଏମ୍‌ଜି ବଟିକା ସେବନ କରିବାକୁ ହେବ। ଏହା ବ୍ୟତୀତ ଗରମ ପାଣି କିମ୍ବା ଖିର ସହିତ ପ୍ରତିଦିନ ୧୦ ଗ୍ରାମ ଚ୍ୟବନପ୍ରାସ ଖାଇବାକୁ କୁହାଯାଇଛି।

୧୭-ସାତ ମାସ ପରେ ପୁରୀରୁ ଟ୍ରେନ ଚଳାଚଳ ଆରମ୍ଭ, ଯାତ୍ରୀଙ୍କୁ ସଚେତନ କରୁଛି ରେଳବାଇ ପୋଲିସ୍।

୧୮-ଅକ୍ଟୋବର ଶେଷ ସପ୍ତାହରେ ସ୍କୁଲ ଖୋଲିବା ନେଇ ବିଚାର ହେବ : ଗଣଶିକ୍ଷା ମନ୍ତ୍ରୀ।

୧୯-ଶ୍ରବଣ ବାଧିତ ଶିକ୍ଷାର୍ଥୀଙ୍କ ପାଇଁ ଆସିବ ସାଙ୍କେତିକ ପାଠ୍ୟ, ଏମଓୟୁ ସ୍ୱାକ୍ଷରିତ।

୨୦-ବିହାର ବିଧାନସଭା ନିର୍ବାଚନ : ବିଜେପି ଏବଂ ୟୁନାଇଟେଡ୍ ‌ଆସନ ବଣ୍ଟନ ବୁଝାମଣା ଚୂଡ଼ାନ୍ତ , ୨୪୩ଟି ଆସନରୁ ଜେଡି(ୟୁ)କୁ ୧୨୨ଟି ଆସନ ଓ ବିଜେପି ୧୨୧ଟି ଆସନ।

୨୧-ଭାରତୀୟ ଓକିଲଙ୍କୁ ମାମଲା ଲଢ଼ିବାକୁ ପାକିସ୍ତାନ ଅନୁମତି ଦେଉ ନଥିବା ବେଳେ କୁଲଭୂଷଣଙ୍କ ପାଇଁ ଲଢ଼ିବାକୁ ରାଜି ହେଉନାହାନ୍ତି ପାକ୍ ଓକିଲ।

୨୨-ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର ଭୁବନେଶ୍ବରରେ ପହଞ୍ଚିଲେ, ଶୋଭାଯାତ୍ରାକୁ ଅନୁମତି ଦେଲା ନାହିଁ ପୁଲିସ।

୨୩. ହାଥରସ୍ ଘଟଣାର ୭ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ଗଠନ କରାଯାଇଥିବା ଏସଆଇଟି ଆହୁରି ୧୦ ଦିନ ସମୟ ନେଇଥିବା ଉତ୍ତରପ୍ରଦେଶ ଅତିରିକ୍ତ ମୁଖ୍ୟ ସଚିବଙ୍କ ସୂଚନା ।

୨୪-ରିୟା ଚକ୍ରବର୍ତୀଙ୍କ ରିମାଣ୍ଡ ୧୪ ଦିନ ବୃଦ୍ଧି, ଜାମିନ ଆବେଦନର ଶୁଣାଣି ବୁଧବାର।
୨୫-ଦୀନେଶ କୁମାର ଖରା ଏସବିଆଇର ନୂଆ ଅଧ୍ୟକ୍ଷ ନିଯୁକ୍ତ ।
୨୬-ଅଭିନେତ୍ରୀ କାଜଲ ଅଗ୍ରୱାଲ ବ୍ୟବସାୟୀ ଗୌତମ କିଚଲୁଙ୍କୁ ବିବାହ କରିବେ ।
୨୭-ଅକ୍ଟୋବର ୧୭ରୁ ଆମାଜନ ‘ଗ୍ରେଟ୍ ଇଣ୍ଡିଆ ଫେଷ୍ଟିଭାଲ ସେଲ୍’, ବଡ଼ ଅଫର ସାଙ୍ଗକୁ ମିଳିବ ଡିସ୍କାଉଣ୍ଟ
୨୮-ଆସନ୍ତା ୧୫ ତାରିଖରୁ ଦେଶରେ ସିନେମା ହଲ୍, ଥିଏଟର ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ଯାଉଥିବାବେଳେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଜି ଏଥିଲାଗି ଏସଓପି ଘୋଷଣା କରାଯାଇଛି । 
୨୯-ରାଜ୍ୟ କର୍ମଚାରୀଙ୍କୁ ଅବସର ମାସରେ ହିଁ ମିଳିବ ଚୂଡ଼ାନ୍ତ ଜିପିଏଫ୍‌।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୭/୧୦)