(୦୬/୬) ୧. ଆଜି ଗୋଟିଏ ଦିନରେ ରାଜ୍ୟରେ ୧୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଗଞ୍ଜାମରେ ସର୍ବାଧିକ ୬୪ ଜଣ । ରାଜ୍ୟରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ ହେଲା । ୨. ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସୁବ୍ରତ ବାଗଚୀ ଓ ତାଙ୍କ ସ୍ତ୍ରୀ ସୁସ୍ମିତା ବାଗଚୀଙ୍କ ଅଢେଇ କୋଟି ଟଙ୍କା ଦାନ । ୩. ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି, ଜୁଲାଇ ୨୦ ସୁଦ୍ଧା ନାମଲେଖା ସାରିବାକୁ ନିର୍ଦ୍ଦେଶ । ୪. କରୋନା ପ୍ରଭାବ : ବର୍ଷକ ପାଇଁ ଦେଶରେ ଲାଗୁ ହେବ ନାହିଁ କୌଣସି ନୂଆ ଯୋଜନା । ୫. କିଟ୍ ଓ କିସ୍ ପକ୍ଷରୁ ପାଳିତ ହେଲା ବିଶ୍ୱ ପରିବେଶ ଦିବସ । ପ୍ରତିଷ୍ଠାତା ଡଃ. ଅଚ୍ୟୁତ ସାମନ୍ତ କଲେ ବୃକ୍ଷ ରୋପଣ । ଯୁବପିଢି ମଧ୍ୟ ଗଛ ଲଗାନ୍ତୁ ବୋଲି ଆହ୍ୱାନ ଦେଲେ । ୬. ସପ୍ତାହରେ ୫ ଦିନ ଗଡିବ ରାଉରକେଲା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ । ୭. ବିଏମ୍ସି ଲଂଚ କଲା ‘ସଚେତକ’ ନାମକ ଏକ ଆପ୍ । ରାଜଧାନୀରେ ରୋଗଗ୍ରସ୍ତ ଥିବା ବ୍ୟକ୍ତି ଓ ବୃଦ୍ଧମାନଙ୍କର ଯତ୍ନ ନେବା ପାଇଁ ହେବ ସହାୟକ । ୮. ସଟଡାଉନରେ ଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା ଜାରି : ଜରୁରୀ ଥିଲେ ଯାତ୍ରା କରିବାକୁ ମିଳିବ ଅନୁମତି ଔଷଧ ଦୋକାନୀଙ୍କ ପାଇଁ ପୁରୁଣା ପୋଲିସ ପାସ, ଟ୍ରେଡ୍ ଲାଇସେନ୍ସ ଜରୁରୀ । ୯. ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ଗଡିବନି ‘ମୋ ବସ୍’ । ୧୦. ଦେଶରେ ବଢୁଛି କରୋନା ଚିନ୍ତା । ୨ ଲକ୍ଷ ୨୬ ହଜାର ୭୭୦ ରେ ପହଂଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗଲାଣି ୬ ହଜାର ୩୪୮ ଜଣଙ୍କ ଜୀବନ । ୧୧. ଠକୁଛି ଚୀନ ମୋବାଇଲ କମ୍ପାନୀ । ଗୋଟିଏ ଆଇଏମ୍ଇଆଇ ନମ୍ବରରେ ୧୩ ହଜାରରୁ ଅଧିକ ମୋବାଇଲ: ଉତ୍ତର ପ୍ରଦେଶ ଅପରାଧ ନିୟନ୍ତ୍ରଣ ଶାଖା । ୧୨. ଲକ୍ଷ୍ନୌ: ଜଣେ ଶିକ୍ଷୟିତ୍ରୀଙ୍କ ୨୫ ସ୍କୁଲରୁ ଦରମା ମିଳୁଛି । ୧୩ ମାସରେ କୋଟିଏ ଟଙ୍କା, ତଦନ୍ତବେଳେ ଶିକ୍ଷୟିତ୍ରୀ ନିଖୋଜ୍ ।
ଆଜି ସଂକ୍ଷେପରେ…(୦୬/୬)
