ଆଜି ସଂକ୍ଷେପରେ…(୦୫/୯)

୧-ପବ-ଜି ବଦଳରେ ଆସୁଛି FAU-G, ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ବଲିଉଡ଼ ଅଭିନେତା ଅକ୍ଷୟ କୁମାର ।

୨-ରାଜ୍ୟର ୩ ଜିଲ୍ଲାରେ ୬ ନୂଆ କୋଭିଡ୍‌ ହସ୍ପିଟାଲ, ଏସ୍‌ସିବିକୁ ମିଶାଇ କଟକରେ ୩ । କୋରାପୁଟ୍‌ ମେଡିକାଲ କଲେଜ ଓ ରାଜଧାନୀରେ ୨ଟି, ସମ୍ପ୍ରସାରଣ ହେବ ଆଦିତ୍ୟ ଅଶ୍ବିନୀ।

୩-ଆଦାନୀ ଧାମରା ପୋର୍ଟକୁ ‘ପରିବେଶ ସଂରକ୍ଷଣ’ ପାଇଁ ଏକ୍ସିଡ୍ ଗୋଲ୍ଡ ଆୱାର୍ଡ ।

୪-ଭାରତର ସର୍ବକନିଷ୍ଠ ଜୀବାଶ୍ମ ବିଜ୍ଞାନୀ ଚେନ୍ନାଇର ଅଶ୍ୱଥା ବିଜୁ। ବୟସ ମାତ୍ର ୧୩ବର୍ଷ, କିନ୍ତୁ ବର୍ଷକ ଭିତରେ ସେ ୧୧୪ରୁ ଅଧିକ ଜୀବାଶ୍ମ ଠାବ କରିସାରିଛନ୍ତି।

୫-କୁଏତ୍‌ରୁ ପାରାଦ୍ବୀପ ତୈଳ ବିଶୋଧନାଗାର ଅଭିମୁଖେ ଆସୁଥିବା ଭାରତୀୟ ତୈଳ ନିଗମ(ଆଇଓସି)ର ତୈଳ ଜାହାଜ ‘ନିଉ ଡାଇମଣ୍ଡ୍‌’ରେ ନିଆଁ ଲାଗିବା ଫଳରେ ଜାହାଜରୁ ୨୩ ଜଣ ନାବିକ ଙ୍କୁ ଉଦ୍ଧାର।

୬-ରୁଷ ରେ ‘ସ୍ପୁଟନିକ୍‌-ଭି’ର ପ୍ରାରମ୍ଭିକ ପରୀକ୍ଷଣ ଫଳପ୍ରଦ : ଆସନ୍ତା ସପ୍ତାହରେ ୪୦ ହଜାର ବ୍ୟକ୍ତିଙ୍କ ଠାରେ ହେବ ପରୀକ୍ଷଣ ।

୭-ସୀମାରେ ବିସ୍ଫୋରକ ସ୍ଥିତି : ଲଦାଖରେ ପୁଣି ଭାରତ-ଚୀନ୍‌ ମୁହାଁମୁହିଁ, ଦୁଇ ଦିନିଆ ଲଦାଖ ଗସ୍ତରେ ଯାଇଥିବା ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଵଣେଙ୍କ ସୂଚନା ।

୮-ନିଜର ପ୍ରଥମ ବାର୍ଷିକୀ ପାଳନ କରିବା ଅବସରରେ ନାଭାଲ ଟାଟା ହକି ଏକାଡେମି ପକ୍ଷରୁ ସେପ୍ଟେମ୍ବର ୫ରେ ଆୟୋଜନ ହେବ “ଭାରତୀୟ ଫୁଲବଲର ଅଭ୍ୟୁଦୟ”

୯-ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା ବିଭାଗ ପରୀକ୍ଷାଫଳ ପ୍ରକାଶ ପାଇବ। ଉକ୍ତ ଦିନ ଅପରାହ୍ନ ୪ ଘଟିକାରେ ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରାଯିବା ପରେ ପରୀକ୍ଷାର୍ଥୀ www.orissaresults.nic.in କିମ୍ବା http://www.orissaresults.nic.in ୱେବସାଇଟ୍‌ ମାଧ୍ୟମରେ ସେମାନଙ୍କ ଫଳ ଜାଣିପାରି‌ବେ ।*

୧୦-ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ଗିରଫ, ସୌଭିକ୍‌ଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ, ଅଭିନେତା ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡା ମଧ୍ୟ ଗିରଫ!!*

୧୧-ଗଞ୍ଜାମର ଗୋପାଳପୁରରେ ପ୍ରତିଷ୍ଠା ହେବ ବୄହତ ଔଷଧ ପାର୍କ, ସ୍ବତନ୍ତ୍ର ଅର୍ଥନୈତିକ ଜୋନରେ ହଜାରେ ଏକର ଜମିରେ ହେବ ପାର୍କ, ଭିତ୍ତିଭୂମି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଗାଇବେ ୧୫ ଶହ କୋଟି, ପ୍ରକଳ୍ପରେ ୫ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି ସୁଯୋଗ, ସେପ୍ଟେମ୍ବର ୨୫ ସୁଦ୍ଧା ପ୍ରକଳ୍ପର ପ୍ରସ୍ତାବ ଚୂଡ଼ାନ୍ତ କରିବାକୁ ନିର୍ଦ୍ଦେଶ!!*

୧୨-ବଲାଙ୍ଗୀର ଉପଜିଲ୍ଲାପାଳ ସଂଜୟ କୁମାର ମିଶ୍ର ନିଲମ୍ବିତ ହୋଇଛନ୍ତି। ଶ୍ରୀ ମିଶ୍ରଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହା ସ୍ପଷ୍ଟ କରିଛନ୍ତି। ଉପଜିଲ୍ଲାପାଳ ଶ୍ରୀ ମିଶ୍ରଙ୍କ ନାଁରେ ଜଣେ ମହିଳା କର୍ମଚାରୀ ଅସଦାଚରଣ ଅଭିଯୋଗ ଆଣିଥିଲେ*।

୧୩-ରାଜ୍ୟରେ +3 ନାମଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି, ସେପ୍ଟେମ୍ବର ୮ରୁ ୨୨ ଯାଏ ନାମଲେଖା ପାଇଁ ଅନ୍‌ଲାଇନ୍‌ ଆବେଦନ, ସେପ୍ଟେମ୍ବର ୨୮ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା, ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୩ ଯାଏ ଚାଲିବ ପ୍ରଥମ ପର୍ଯ୍ୟାୟ ନାମଲେଖା l ଅକ୍ଟୋବର ୮ରେ ପ୍ରକାଶ ପାଇବ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା, ଅକ୍ଟୋବର ୯ରୁ ୧୩ ଯାଏ ଚାଲିବ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା, ସ୍ପଟ୍‌ ସିଲେକ୍ସନ ପାଇଁ ଅଲଗା ନିର୍ଦେଶନାମା ଜାରି କରିବ ଉଚ୍ଚଶିକ୍ଷା ବିଭାଗ*

୧୪-ଖୁସି ଖବର-ରାଜ୍ଯରେ ୯୦ ହାଜର ପାର୍ କଲା କରୋନା ଆରୋଗ୍ୟ ସଂଖ୍ୟା ।ଆଜି ରାଜ୍ଯରେ ୨୯୮୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ରାଜ୍ଯରେ ଏଯାବତ୍ ୯୦,୩୩୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି ।ରାଜ୍ଯ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି!!*

୧୫-ଜେନିଭାଠାରେ WHOର ମୁଖପାତ୍ର ମାର୍ଗାରେଟ୍ ହ୍ୟାରିସ୍ କହିଛନ୍ତି, ୨୦୨୧ ମଝି ପୂର୍ବରୁ ପର୍ଯ୍ୟାପ୍ତ ଲୋକଙ୍କୁ ଟିକାକରଣ ବା ଭ୍ୟାକସିନ୍ ସମ୍ଭବ ନୁହେଁ। ଅଗଷ୍ଟରେ ରୁଷ୍ କରୋନା ଭ୍ୟାକସିନ୍ ବାହାର କରିସାରିଛି ସତ, କିନ୍ତୁ ଏହାର ସଫଳତା ଅସ୍ପଷ୍ଟ ରହିଛି। ଉକ୍ତ ଭ୍ୟାକସିନର ସୁରକ୍ଷା ଓ ସଫଳତା ଦିଗରେ କୌଣସି ସ୍ପଷ୍ଟତା ମିଳିନାହିଁ।*

୧୬-ତେବେ ଆଦିତ୍ୟଙ୍କ ମୃତ୍ୟୁ ପଛର ଅସଲ କାରଣ କଣ???? ପ୍ରେମ, ସଂଗଠନର ଆର୍ଥିକ କାରବାର ନା ଆଉ କିଛି???? ଆଦିତ୍ୟଙ୍କ ମୃତ୍ୟୁର କାରଣ ନେଇ କିଏ ସତ କହୁଛନ୍ତି???? ସବୁ ଦିଗକୁ ଧରି ତଦନ୍ତ ଜାରି ରହିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି। ଯେଉଁମାନଙ୍କ ନାଁ ସାମ୍ନାକୁ ଆସୁଛି ଆମେ ଉଚିତ ପଦକ୍ଷେପ ନେବୁ ବୋଲି କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି!!*

୧୭-ବାରିପଦା ବିଜେପି ବିଧାୟକ ପ୍ରକାଶ ସୋରେନଙ୍କୁ ଗିରଫ କଲା ସଦର ଥାନା ପୁଲିସ, ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ; ବିଧାୟକଙ୍କ ବିରୋଧରେ ୨୯୪, ୩୪୧, ୩୨୩, ୫୦୬ ଦଫା ଲଗାଇ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ.*

୧୮-ଲଦ୍ଦାଖରେ ଉତେଜନା ପରେ ଏଲଏସିରେ ଚୀନ ଠୁଳ କରୁଛି ସେନା : ଚୁସୁଲର ଅପରପାଶ୍ୱର୍ରେ ସଂଖ୍ୟାଧିକ ସଶସ୍ତ୍ର ସେନା ମୁତୟନ କରିଛି ବେଜିଂ; ଆଜି ଏଲଏସିର ଆଗୁଆ ଘାଟି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ସ୍ଥଳ ସେନାମୁଖ୍ୟ*

୧୯-ଗିରଫ ହେଲେ ଫ୍ୟାକ୍ଟ୍ରି ଓ ବଏଲର୍ସ ଉପନିର୍ଦ୍ଦେଶକ । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ । ରମେଶ ଚନ୍ଦ୍ର ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ଜବତ ହୋଇଥିଲା ଦେଢକୋଟିରୁ ଅଧିକ ଟଙ୍କାର ସମ୍ପତ୍ତି*

୨୦-ମହାରାଷ୍ଟ୍ର: ଉତ୍ତର ମୁମ୍ବାଇରେ ୨.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ, ୯୧ କିମି ଦୂରରେ ଓ ୧୦ କିମି ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ*

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୫/୯)