ଆଜି ସଂକ୍ଷେପରେ…(୦୫/୮)

୧-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା, ନିଜେ ଟ୍ଵିଟ କରି ଦେଲେ ସୂଚନା।ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଲେ ଆଶୁ ଆରୋଗ୍ୟ କାମନା।

୨-ଆଜି ଭିମସାର ଓ ଏମ୍‍କେସିଜିରେ ଉଦଘାଟିତ ହେବ ପ୍ଲାଜମା ବ୍ୟାଙ୍କ।

୩-ଆଠଗଡ଼: ଦିବ୍ୟାଙ୍ଗ ବାପାଙ୍କ ସବୁ ଦୁଃଖ ଏବେ ହୋଇଗଲା ସୁଖ: ଆଇଏଏସ୍‌ ହୋଇ ନାମ ସାର୍ଥକ କଲେ ଓମ୍‌ ପ୍ରକାଶ।

୪-ରାଜ୍ୟରେ କୋଭିଡ୍‌ କଟକଣା ଭିତରେ ଖୋଲିବ ହୋଟେଲ୍‌ ଓ ରେଷ୍ଟୁରାଣ୍ଟ, ରେଷ୍ଟୁରାଣ୍ଟରୁ ହୋମ୍‌ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ।

୫-ଜଗତସିଂହପୁର:ମାଆ ମୁଁ IAS ହେଲି: ସିଲେଇ କରି ପରିବାର ପୋଷୁଥିବା ମାଆର ଶ୍ରମ ସାର୍ଥକ କଲେ ବିଶ୍ବରଞ୍ଜନ।

୬-ଫୁଲବାଣୀ:ଆଇଏଏସ୍‍ ପାଇଲେ ଅଙ୍ଗନବାଡ଼ି କର୍ମୀଙ୍କ ପୁଅ ବିଭୁତି ଭୂଷଣ ନାୟକ।

୭-ଅଗଷ୍ଟ ମାସରେ ଓଡ଼ିଶାରେ ଶୀର୍ଷ ଛୁଇଁପାରେ ସଂକ୍ରମଣ । ୫୦ହଜାର କରୋନା ସଂକ୍ରମଣ ବଢିବା ନେଇ ଆକଳନ କଲେ ଡାକ୍ତର ଜୟନ୍ତ ପଣ୍ଡା ।

୮-ସପ୍ତାହରେ ୫ ଦିନ ଖୋଲିବ ଭିସୁଟ, ଅଫିସ ଆସିବେ ଅଧା କର୍ମଚାରୀ।

୯-ଲଘୁଚାପ ଘନୀଭୂତ,୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା।

୧୦-ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶର ସର୍ବୋତ୍ତମ ରାଜ୍ୟ।

୧୧-ଆଜି ସଂଧ୍ୟା ୬ଟାରେ କୋଭିଡ ଯୋଦ୍ଧାଙ୍କ ପାଇଁ ଏକ ମିନଟ୍ ନିରବ ପ୍ରାର୍ଥନା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ।

୧୨-ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ  ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଓ ଶେଷ ସପ୍ତାହରେ ଯୁକ୍ତ ଦୁଇ କଳା ପରୀକ୍ଷା  ଫଳ ପ୍ରକାଶ ପାଇବ-ଗଣଶିକ୍ଷା ମନ୍ତ୍ରୀ।

୧୩-ପ୍ରକାଶ ପାଇଲା ୨୦୧୯ ୟୁପିଏସସି ରେଜଲ୍ଟ : ପ୍ରଦୀପ ସିଂହ ଆଇଏଏସ ଟପ୍ପର, ଓଡିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ; ଦଶମ ସ୍ଥାନରେ ସଞ୍ଜିତା ମହାପାତ୍ର।

୧୪-ଶ୍ରୀ ରାମ ଜନ୍ମଭୂମି ମନ୍ଦିର ପାଇଁ ଦୀର୍ଘ ୫୦୦ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବ , ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଭିତିପ୍ରସ୍ତର ସ୍ଥାପନ ଓ ସାଧାରଣ ସଭାରେ ଯୋଗ ଦେବାକୁ ଯାଉଥିବା କାର୍ଯ୍ୟକ୍ରମ ର ସିଧାପ୍ରସାରଣ ସାରା ବିଶ୍ୱ ଦେଖିବ ଦୂରଦର୍ଶନରେ ।

୧୫-ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଉ ଦୁଇଦିନ ଧରି ବର୍ଷିବ

୧୬-ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ।

୧୭-ସମ୍ବଲପୁରରେ ଫୁଟିଲା ବିରଳ ହଜାରେ ପାଖୁଡା ବିଶିଷ୍ଟ ପଦ୍ମଫୁଲ।

୧୮-ଭିଭୋକୁ ଝଟକା: ଆଇପିଏଲ-୧୩ର ହେବ ନାହିଁ ଟାଇଟଲ୍ ସ୍ପନସର, ଭାରତ-ଚୀନ ବିବାଦରୁ ହଟିଲା ପ୍ରାୟୋଜକଙ୍କ ଲୋଗୋ ।

୧୯-ଭାମ୍ର୍ୟମାଣ ଚିକିତ୍ସା କେନ୍ଦ୍ର ଭ୍ୟାନ୍‌ର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ।

୨୦-ଜାମ୍ମୁ-କାଶ୍ମୀର, ଲାଦାଖ ଓ ଜୁନାଗଡ଼କୁ ନିଜର ଦାବି କଲା ପାକିସ୍ତାନ; ଜାରି କଲା ନୂଆ ନକ୍ସା।

୨୧-ଏଣିକି ଭିନ୍ନକ୍ଷମ ଏବଂ ବରିଷ୍ଠ ନାଗରିକ ଘରେ ରହି ଫୋନ ଯୋଗେ ପାଇପାରିବେ ଡ଼ାକ ଏବଂ ବ୍ୟାଙ୍କ ସେବା,ଏ ନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ।


୨୨-ହ୍ୱାଟସଆପରେ ଏବେ ଜାଣିହେବ ଭାଇରାଲ୍ ମେସେଜର ସତ୍ୟତା, ଆସିଲା ନୂଆ ଫିଚର୍ । ମେସେଜରେ ଥିବା ମ୍ୟାଗ୍ନିଫାଇଂ ଗ୍ଲାସକୁ ଟ୍ୟାପ୍ କରି ଡବଲ୍ ଚେକ୍ କରିହେବ ।

୨୩-IPL-13 ପ୍ରତି ୫ ଦିନରେ ଥରେ ଖେଳାଳିଙ୍କ କରୋନା ଟେଷ୍ଟ , ପଜିଟିଭ ଆସିଲେ ତୁରନ୍ତ ୧୪ ଦିନ କ୍ୱାରାଣ୍ଟାଇନ୍‌ରେ ରହିବେ ।BCCI ପକ୍ଷରୁ ସୂଚନା ।

୨୪-ଏଣିକି ପାର୍ସଲରେ ଚାଟ୍‌ ଗୁପ୍‌ଚୁପ୍‌ : ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଗାଇଡଲାଇନ୍‌ ଜାରି କଲା BMC ।

୨୫-ଏଣିକି ଅନଲାଇନରେ ବୁକିଂ ହେବ ସଂସ୍କୃତି ବିଭାଗର ଉତ୍କଳ, ଭଂଜକଳା ଏବଂ ରବିନ୍ଦ୍ର ମଣ୍ଡପ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ଵାରା ଉଦଯାପିତ ।

୨୬-ହ୍ୱାଟସଆପରେ ଏବେ ଜାଣିହେବ ଭାଇରାଲ୍ ମେସେଜର ସତ୍ୟତା, ଆସିଲା ନୂଆ ଫିଚର୍ । ମେସେଜରେ ଥିବା ମ୍ୟାଗ୍ନିଫାଇଂ ଗ୍ଲାସକୁ ଟ୍ୟାପ୍ କରି ଡବଲ୍ ଚେକ୍ କରିହେବ ।

୨୭-ଲେବାନନରେ ଭୟଙ୍କର ବିସ୍ଫୋରଣ,ଆକାଶକୁ ଉଠିଗଲା ସମୁଦ୍ର ପାଣି, ଦୋହଲିଗଲା ବଡ ବଡ ବିଲ୍ଡିଂ ।୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ।

୨୮-ଅଯୋଧ୍ୟା ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଆଜି – ଘରେ ଘରେ ଦୀପ ଜାଳି ଉତ୍ସବ ପାଳନ ପାଇଁ ବିଶ୍ୱହିନ୍ଦୁ ପରିଷଦର ନିବେଦନ ।

୨୯-ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳ ରାଜି ।

୩୦-ପୂର୍ବ ଲଦାଖରେ ଭାରତର ଦୀର୍ଘମିଆଦୀ ପ୍ରସ୍ତୁତି: ଚୀନ୍‌ର ମୁକାବିଲା ପାଇଁ ଚାଲିଛି ବିଶାଳ ଯୋଜନା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୫/୮)