ଆଜି ସଂକ୍ଷେପରେ…(୦୫/୧୧)

୧-ଆମେରିକା ଉପ-ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଥିବା କମଳା ହାରିଶଙ୍କ ପୈତୃକ ଗ୍ରାମ ତାମିଲନାଡ଼ୁର ଥୁଲାସେନ୍ଦ୍ରପୁରମରେ ଲୋକେ ଶୁଭେଚ୍ଚା ଜଣାଇ ପୋଷ୍ଟର ଲଗାଇଲେ ।

୨-ଆନ୍ଧ୍ରପ୍ରଦେଶ : ବିଶାଖାପାଟଣାର ନରସିପାଟଣା ଉପ-ଜିଲ୍ଲାପାଳ ନାରାପୁ ରେଡ୍ଡୀ ମୌର୍ଯ୍ୟା ପାହାଡ଼ ଉପରେ ୪ କିଲୋମିଟର ଚାଲିଚାଲି ଚାଲିସିଙ୍ଗମ୍ ଗାଁର ଲୋକଙ୍କୁ ଭେଟିବାକୁ ଗଲେ ।

୩-ଝାରଖଣ୍ଡରେ ଛାତ୍ରବୃତ୍ତିକୁ ନେଇ ବିଜେପି ସରକାର ସମୟରେ ବଡ଼ ଧରଣର ଘୋଟାଲା ହୋଇଥିବା ଘଟଣାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟ ସଚିବଙ୍କୁ ଆଦେଶ ଦେଲେ । ବର୍ତ୍ତମାନ ମଧ୍ୟ ରାଜ୍ୟରେ ଯେପରି କୌଣସି ଏପରି ଘୋଟାଲା ନ ହେବ, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏ ପଦକ୍ଷେପ ନେଇଥିବା ପ୍ରକାଶ କଲେ ।

୪-ବାଲେଶ୍ୱର ଓ ତିର୍ତ୍ତୋଲ ଉପ-ନିର୍ବାଚନ ମତଦାନ ନେଇ ସୂଚନା : ଷ୍ଟ୍ରଙ୍ଗ ରୁମରେ ସୁରକ୍ଷିତ ଭାବେ ରହିଛି ଇଭିଏମ; ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ।

୫-ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହେଲେ ରିପବ୍ଲିକ ଟେଲିଭିଜନର ମୁଖ୍ୟସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ।14 ଦିନ ପାଇଁ ନ୍ୟାୟିକ ହେପାଜତକୁ ଗଲେ ସାମ୍ବାଦିକ ଅର୍ଣ୍ଣବ ଗୋସ୍ବାମୀ ।

୬-ନଭେମ୍ୱରରେ ଖୋଲିବ ସ୍କୁଲ : ମନ୍ତ୍ରୀ କହିଲେ, ଡ୍ରାଫ୍ଟ ଷ୍ଟେଜରେ ଅଛି ଏସଓପି; ନବମରୁ ଯୁକ୍ତ ଦୁଇ ଯାଏଁ ହେବ ସବୁ କ୍ଲାସ୍ ।

୭-ଇସ୍ତାନବୁଲ: ତୁର୍କୀରେ ଭୂମିକମ୍ପର ୪ଦିନ ପରେ ଭଙ୍ଗା ଅବଶେଷ ଭିତରୁ ୩ବର୍ଷର ଶିଶୁ କନ୍ୟାଙ୍କୁ ଜୀବିତ ଉଦ୍ଧାର କରାଯାଇଥିଲା।

୮-ପଞ୍ଜାବ : ‘ଲକଡାଉନ୍‌’ ଯୋଗୁଁ ଭାରତରେ ରହି ଯାଇଥିବା ପାକିସ୍ତାନର ୧୨୫ ଜଣ ନାଗରିକ ୱାଘା ସୀମା ଦେଇ ନିଜ ଦେଶକୁ ଗଲେ । ଏହା ସହ ୨୬୯ ଜଣ ପାକିସ୍ତାନୀ ଛାତ୍ର ମଧ୍ୟ ନିଜ ଦେଶକୁ ଫେରିଥିବା ବିଭାଗୀୟ ଅଧିକାରୀ ଅରୁଣପାଲ ସିଂ ପ୍ରକାଶ କରିଛନ୍ତି ।

୯-ଆମେରିକା ଡେମୋକ୍ରେଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବାଇଡେନ୍ ନିର୍ବାଚନରେ ଜିତିବାକୁ ଆଉ ଅଳ୍ପ ଦୂରରେ । ଭୋଟ୍ ଗଣତି ଭିତରେ ରାଷ୍ଟ୍ରପତି ଟ୍ରମ୍ପ ଆଣିଲେ ବଡ ଅଭିଯୋଗ: କହିଲେ, ଫଳାଫଳକୁ ଚୋରି କରିବାକୁ ଉଦ୍ୟମ କରୁଛନ୍ତି ବିରୋଧୀ । ଆରିଜୋନା ରୁ ଜିତି ଦୀର୍ଘ ୨୪ ବର୍ଷର ରେକର୍ଡ ଭାଙ୍ଗିଲେ ବାଇଡେନ।

୧୦-ଦୀପାବଳି ପୂର୍ବରୁ ଆଳୁ-ପିଆଜ ଦର ନିୟନ୍ତ୍ରଣ କରିବାକୁ ଆକ୍ସନ୍ ମୋଡରେ ରାଜ୍ୟ ସରକାର: ନିୟମ ଉଲଙ୍ଘନ କଲେ ହେବ କାର୍ଯ୍ୟାନୁଷ୍ଠାନ ।

୧୧-ଶିମଳାରୁ ଦିଲ୍ଲୀକୁ ୫ ଟି ବସ୍ ଚାଲିଲା । କରୋନା ମହାମାରୀ ଯୋଗୁଁ ବସ୍ ସେବା ବାଧାପ୍ରାପ୍ତ ହୋଇଥିଲା ।

୧୨-ବ୍ରିଟିଶ ସମୟର ‘ଭାରତୀୟ ଦଣ୍ଡସଂହିତା ‘ର ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର ଗଠନ କଲେ କମିଟି ।

୧୩-ଆହତ ରୋହିତଙ୍କ ଆଇପିଏଲ ଖେଳିବା ନେଇ ଉଠିଲା ପ୍ରଶ୍ନ : ପ୍ରଥମେ ଦେଶ, ନା ପ୍ରଥମେ କ୍ଲବ; ଆଘାତ ପାଇଁ ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡିଛନ୍ତି ରୋହିତ ।

୧୪-ପେନସନଧାରୀଙ୍କ ପାଇଁ ମଇ ପର୍ଯ୍ୟନ୍ତ ବଢ଼ିଲା ‘ଲାଇଫ ସାର୍ଟିଫିକେଟ୍’ ଦାଖଲ ଅବଧି।କରନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ପେନସନ ଭୋଗୀ ଙ୍କ ଅନୁପସ୍ଥିତି ରେ ଦିଆଯିବ ପେନସନ।

୧୫-ଦ୍ବିତୀୟ ପର୍ଯ୍ୟାୟରେ ଭାରତୀୟ ବାୟୁସେନାର ତିନୋଟି ରାଫେଲ୍‌ ଲଢୁଆ ବିମାନ ସିଧାସଳଖ ଫ୍ରାନ୍‌ସ୍‌ରୁ ଆସି ବୁଧବାର ଦିନ ଭାରତରେ ପହଞ୍ଚିଛି ।

୧୬-କିଙ୍ଗ୍‌ଷ୍ଟନ୍‌: ୱେଷ୍ଟ୍‌ଇଣ୍ଡିଜ୍‌ ବ୍ୟାଟ୍ସମ୍ୟାନ୍‌ ମାର୍ଲନ ସାମୁଏଲ୍ସ ସମସ୍ତ କ୍ରିକେଟ୍‌ରୁ ଅବସର ନେଇଛନ୍ତି ।

୧୭-ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଆଶଙ୍କା । ଡିସେମ୍ବର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା, ସର୍ତକ କରାଇଲେ ସରକାର ।

୧୮-ନଭେମ୍ବର ୨୦ରୁ ବିଧାନସଭାର ଶୀତକାଳୀନ ଅଧିବେଶନ ।

୧୯-୨୦୨୧ ହେବ ଦରମା ବୃଦ୍ଧିର ବର୍ଷ, ୮୭% କଂପାନି କର୍ମଚାରୀଙ୍କ ବେତନ ବଢ଼ାଇବେ ।

୨୦.କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ବିନୟ କୁଲକର୍ଣ୍ଣିଙ୍କୁ ସିବିଆଇ ବିଜେପି ନେତା ଯୋଗେଶ ଗୌଡ଼ା ହତ୍ୟା ମାମଲାରେ ଅଟକ ରଖିଲା ।
୨୧. ଆଇପିଏଲ ର ପ୍ଲେ ଅଫ୍ ଚୂଡାନ୍ତ ରେ : ଗୁରୁବାର ମୁମ୍ୱାଇ-ଦିଲ୍ଲୀ ଟକ୍କର ହେବାକୁ ଥିବା ବେଳେ ଶୁକ୍ରବାର ବାଙ୍ଗାଲୋର-ହାଇଦ୍ରାବାଦ୍ ମୁକାବିଲା ହବ ।
୨୨. ଅଦାଲତ ଅବମାନନା ମାମଲା: ହାଇକୋର୍ଟରେ ଶିକ୍ଷା ନିର୍ଦ୍ଦେଶକ, ୩ ଡିଇଓ ଦୋଷୀ ।
୨୩. ଭୁବନେଶ୍ୱର : ରାଜ୍ୟରେ ଆରୋଗ୍ୟ ହେଲେ ୧୫୨୦ କରୋନା ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୮୨୦୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି ।
୨୪. ଫେବ୍ରୁଆରି ପର୍ଯ୍ୟନ୍ତ ୬୦% ବିମାନ ଉଡ଼ିବ ।
୨୫. ସାରଜା: ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍‌ ତୃତୀୟ ସଂସ୍କରଣର ପ୍ରଥମ ମୁକାବିଲାରେ ଭେଲୋସିଟି ଦଳ ସୁପରନୋଭାସ୍‌କୁ ୫ ୱିକେଟ୍‌ରେ ପରାସ୍ତ କରି ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୫/୧୧)