ଆଜି ସଂକ୍ଷେପରେ…(୦୫/୧୦)

୧-୨୦୨୧ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ କରୋନା ଟିକା ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସୂଚନା ।

୨-ଉତ୍ତରପ୍ରଦେଶରେ ଆଜି ୧୫ ଲକ୍ଷ ସରକାରୀ କର୍ମଚାରୀ ବିଦ୍ୟୁତ ବିତରଣର ଘରୋଇକରଣକୁ ବିରୋଧ କରି କାର୍ଯ୍ୟ ବନ୍ଦ କରିବେ । ଯଦି କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ ନ କରନ୍ତି, ତେବେ ଏହା ଆଗକୁ ମଧ୍ୟ ବଢ଼ିବା ସମ୍ଭାବନା ରହିଛି ।

୩-ସାତ ମାସ ପରେ ଖୋଲିଲା ନନ୍ଦନକାନନ । ପ୍ରଥମ ଦିନରେ ଚିଡିଆଖାନା ବୁଲିଲେ ୩୦୬ ପର୍ଯ୍ୟଟକ ।

୪-ଯାଜପୁର-ମୋବାଇଲ୍‌ ପାଇଁ ଜୀବନ ଗଲା : ମା’ ବାରଣ କରିବାରୁ ନଦୀକୁ ଡେଇଁପଡ଼ିଲେ ଛାତ୍ର।

୫-ମହୋଦଧୀ କୂଳେ ମହାନିଦ୍ରାରେ ଶୋଇଗଲେ ପ୍ରଦୀପ ମହାରଥୀ, ପୁଅ ରୁଦ୍ର ପ୍ରତାପ ଦେଲେ ମୁଖାଗ୍ନି

୬-୯ ରେ ଆଉ ଏକ ଲଘୁଚାପ! ୧୩ ତାରିଖ ବେଳକୁ ‘ସାମୁଦ୍ରିକ ବାତ୍ୟା’ର ରୂପ ନେଇପାରେ, ଦକ୍ଷିଣ ଓଡ଼ିଶା ଆଡକୁ ଅଗ୍ରସର ହେବାର ସମ୍ଭାବନା।

୭-ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲାଣି ୧୦୦କୋଟି ଦାନ : ଅକ୍ଟୋବର ୧୭ରୁ ନିର୍ମାଣ କାମ ଆରମ୍ଭ।

୮-ଅଯୋଧ୍ୟାରେ ହେବାକୁ ଥିବା ମସଜିଦ ପାଇଁ ହିନ୍ଦୁ ଦେଲେ ସର୍ବପ୍ରଥମ ଦାନ, ମିଳୁଛି ଚାରିଆଡୁ ପ୍ରଶଂସା।

୯-ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୫ କୋଟି ଭାରତୀୟଙ୍କୁ କରୋନା ଟୀକାକରଣ ଯୋଜନା-କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ।

୧୦-ଅକ୍ସଫୋର୍ଡ ବିଶ୍ଵ ବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ଭ୍ୟାକସିନର ସମୀକ୍ଷା ଆରମ୍ଭ କରିବ ୟୁରୋପୀୟ ନିୟାମକ, ଶୀଘ୍ର ଉପଲବ୍ଧ କରାଇବାକୁ ପ୍ରୟାସ ଜାରି।

୧୧-ହାଥରସ ଜିଲ୍ଲାପାଳଙ୍କୁ ହଟାଇବାକୁ ଜୋର ଧରିଲା ଦାବି । କଙ୍ଗନାଙ୍କ ଭଳି ପୀଡିତାଙ୍କ ପରିବାରକୁ ୱାଇ କାଟାଗୋରୀ ସୁରକ୍ଷା ଦେବାକୁ ତେଜିଲା ଦାବି ।

୧୨-ନ୍ୟୁକ୍ଲିୟର ମିଶାଇଲ ସୂର୍ଯ୍ୟର ସଫଳତାପୂର୍ଣ୍ଣ ଟେଷ୍ଟିଂ । ୮୦୦ କିଲୋମିଟର ପର୍ଯ୍ୟନ୍ତ ଭେଦ କରିବ ଲକ୍ଷ୍ୟ ।

୧୩-ପଞ୍ଜାବ କୃଷକମାନଙ୍କୁ ରାହୁଲ୍‌ଙ୍କ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ କଂଗ୍ରେସ ଏହି ତିନି ‘କଳା ଆଇନ’କୁ ରଦ୍ଦ କରିବ।

୧୪-ବିହାର ନିର୍ବାଚନ ପୂର୍ବରୁ ଏନ୍‌ଡିଏରେ ଫାଟ : ନୀତିଶ୍‌ଙ୍କ ନେତୃତ୍ବକୁ ଅସ୍ବୀକାର କଲା ଏଲ୍‌ଜେପି, ଏକାକୀ ଲଢିବ ନିର୍ବାଚନ।

୧୫-ରାଜଧାନୀ ରାଜରାସ୍ତାରେ ଗଡିଲା ମୁଣ୍ଡ । ଦିନ ଦ୍ୱିପହରରେ ଖଣ୍ଡା ଧରି ମିଠା ଦୋକାନୀକୁ ହାଣିଲେ ଦୁର୍ବୃତ୍ତ । ସବୁ ଦେଖିଲା ସିସିଟିଭି । ଭଲ ମିଠା ବନାଉଥିବାରୁ ଭୟଙ୍କର ହତ୍ୟା ।

୧୬-ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଭିଯୋଗ : ବିକାଶକୁ ଚାହୁଁ ନଥିବା ଲୋକେ ସାମ୍ପ୍ରଦାୟିକ ଦଙ୍ଗା କରିବାକୁ ଚାହୁଁଛନ୍ତି ।

୧୭-ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତିମ ବିଦାୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି ।

୧୮-ଚେନ୍ନାଇର ଶାନଦାର୍ କମବ୍ୟାକ୍: ପଞ୍ଜାବକୁ ପାଣି ପିଆଇ କୌଣସି ୱିକେଟ୍ ନହରାଇ ୧୭୯ ରନକୁ ସହଜରେ ହାସଲ କଲା ଧୋନୀ ବାହିନୀ ।

୧୯-ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ପାଇଁ ଆଉ ୪୮ ଘଣ୍ଟା ଅତି ଗୁରୁତ୍ୱପୂର୍ଣ୍ଣ । ହ୍ୱାଇଟ ହାଉସ ଅଧିକାରୀ କହିଲେ ଚିନ୍ତାଜନକ ରହିଛି ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ । ସଂପୂର୍ଣ୍ଣ ସୁସ୍ଥର ବାଟକୁ ଆସି ନାହାନ୍ତି ଟ୍ରମ୍ପ । ମାସକ ପରେ ରାଷ୍ଟ୍ରପତି ନିର୍ବାଚନ ।

୨୦-ଦୁବାଇ ରେ କ୍ୱିଣ୍ଟନ୍ ଡି’କକଙ୍କ ଧୂଆଁଧାର ବ୍ୟାଟିଂ ସାଙ୍ଗକୁ ବୋଲରଙ୍କ ଶୃଙ୍ଖଳିତ ପ୍ରଦର୍ଶନ ବଳରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ରବିବାର ଆଇପିଏଲର ୧୭ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାକୁ ୩୪ ରନରେ ପରାସ୍ତ କରିଛି ।

୨୧-ଶିକ୍ଷା ବ୍ୟବସ୍ଥାରେ ସାଂଘାତିକ କେଳେଙ୍କାରୀ । ବଢ଼ାଚଢ଼ା ବଜେଟ୍ ହେଉଛି, ଖର୍ଚ୍ଚ ହୋଇପାରୁନି । ୬ଟି ବିଶ୍ବବିଦ୍ୟାଳୟରେ ପଡ଼ିଛି କୋଟି କୋଟି ଟଙ୍କା ମାଧ୍ୟମିକ ଶିକ୍ଷା ପରିଷଦରେ ୩୭କୋଟିର ଆପତ୍ତି ।

୨୨-ଜେଇଇ ଆଡ଼ଭାନ୍ସ ପରୀକ୍ଷା ଫଳ ଅକ୍ଟୋବର ୫ ଅର୍ଥାତ ସୋମବାର ପୂର୍ବାହ୍ନରେ ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରକାଶ ପାଇବ। ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀ ଜେଇଇ ଆଡ଼ଭାନ୍ସ ୱେବସାଇଟ୍‍କୁ ଯାଇ ୟୁଜର ଆଇଡି ଏବଂ ପାସ୍‍ୱାର୍ଡ ଲଗ୍‌ଇନ୍‍ କରି ପରୀକ୍ଷା ଫଳ ଦେଖି ପାରିବେ ବୋଲି ଆଇଆଇଟି ଦିଲ୍ଲୀ ପକ୍ଷରୁ କୁହାଯାଇଛି ।

୨୩-ଉତ୍ତରପ୍ରଦେଶରେ ରାମ ମନ୍ଦିର ଟ୍ରଷ୍ଟକୁ ମିଳିଲାଣି ୧୦୦କୋଟି ଦାନ : ଅକ୍ଟୋବର ୧୭ରୁ ନିର୍ମାଣ କାମ ଆରମ୍ଭ ।

୨୪-ଭାରତୀୟ ରେଳବାଇ ୧୭୫ ଟି ଟ୍ରାକ୍ଟର କର୍ଣ୍ଣାଟକର ଦୋଡବଲ୍ଲପୁରରୁ ରାଜସ୍ଥାନର କନକପୁରାକୁ ନେବାକୁ ଲୋଡ୍ କଲା ।

୨୫-ଆଜି JEE ଆଡ଼ଭାନ୍ସ ପରୀକ୍ଷା ଫଳ ପୂର୍ବାହ୍ନରେ ଆଇଆଇଟି ଦିଲ୍ଲୀ ପକ୍ଷରୁ ପ୍ରକାଶ ପାଇବ।

୨୬-ଯୁକ୍ତ୨ ନାମଲେଖା, ଆଜି ୨ଟାରେ ଦ୍ବିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ(ମେଧା ତାଲିକା) ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବ।

୨୭-ଅମ୍ଫାନ ବାତ୍ୟା ବିପନ୍ନଙ୍କୁ ଦେବା ପାଇଁ ଆସିଥିବା ରିଲିଫ୍ ସାମଗ୍ରୀ ଏଯାଏଁ ଲୋକଙ୍କ ପାଖକୁ ପହଞ୍ଚି ପାରୁନି । କେନ୍ଦ୍ରାପଡ଼ା ବ୍ଲକ୍‌ କାର୍ଯ୍ୟାଳୟରେ ଖତ ଖାଉଛି ୧୫ କୁଇଣ୍ଟାଲ ଚୁଡା-ଗୁଡ଼।

୨୮-ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ (ଡିଆରଡିଓ) ପକ୍ଷରୁ ୪ନମ୍ବର ଲଞ୍ଚ୍‌ପ୍ୟାଡରୁ ଆଜି କେ-୪ ଏସ୍‌ଏମ୍‌ବିଏମ୍(ବୁଡ଼ାଜାହାଜ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର) ଉତ୍‌କ୍ଷେପଣ କରାଯିବ । ଗତକାଲି ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ସୌର୍ଯ୍ୟ ବା କେ-୧୫ର ସଫଳ ଭାବରେ ପରିକ୍ଷଣ ହୋଇଛି।

୨୯-ଚଳିତ ବର୍ଷରୁ ବିଶ୍ବର ପ୍ରତ୍ୟେକ ବିମାନବନ୍ଦରରେ ବଡ଼ ଧରଣର ପରିବର୍ତ୍ତନ, ମାସ୍କ ପିନ୍ଧିନଥିବା ଯାତ୍ରୀଙ୍କୁ କ୍ୟାମେରାଗୁଡ଼ିକ ହିଁ ଚିହ୍ନଟ କରିବ। ଏହା ସହ ବିମାନବନ୍ଦରରେ ଯେ କୌଣସି ପ୍ରାନ୍ତରେ ୫ଜଣରୁ ଅଧିକ ଏକତ୍ରିତ ହୋଇ ଛିଡ଼ା ହେଲେ, ସେଠାରେ ସାଇରନ୍ ବାଜିବ।

୩୦-DRDO Vacancy 2020: ଡିଗ୍ରୀ ଓ ଡିପ୍ଲୋମା କରିଥିବା ପିଲାଙ୍କ ପାଇଁ ଡିଆରଡିଓରେ ଟ୍ରେନିଂ ସୁଯୋଗ, ଷ୍ଟାଇପେଣ୍ଡ ମଧ୍ୟ ମିଳିବ । ଡିଆରଡିଓର ଓ୍ଵେବ୍‌ସାଇଟ୍‌ drdo.gov.inରେ ବିଜ୍ଞପ୍ତି ଜାରି ।

୩୧-ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ଆଧିପତ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାକୁ ମୁକାବିଲା କରିବାକୁ ଏଣିକି ଏକାଠି ଲଢ଼ିବେ ଭାରତର ସ୍ଥଳ, ବାୟୁସେନା ।

୩୨. ନୂଆଦିଲ୍ଲୀ : ଅକ୍ଟୋବର ୧ରୁ ଦେଶରେ ଅନ୍‌ଲକ୍‌ ୫ ଆରମ୍ଭ ହୋଇଯାଇଛି । ଏହି ଅନ୍‌ଲକ ପର୍ଯ୍ୟାୟରେ ସ୍କୁଲ ଓ କୋଚିଂ ସେଣ୍ଟର ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଆସନ୍ତା ଅକ୍ଟୋବର ୧୫ ପରେ ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଖୋଲିପାରିବେ ।
୩୩. ଆସୁଛି ଆଉ ଏକ ଲଘୁଚାପ : ୧୩ ରେ ନେଇପାରେ ବାତ୍ୟାର ରୂପ । ସମସ୍ତ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ।
୩୪. ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ଥିବା ଗିଲଗିଟ୍-ବଲ୍‌ଟିସ୍ତାନକୁ ପଞ୍ଚମ ପ୍ରଦେଶ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଚୀନ‌କୁ ସନ୍ତୁଷ୍ଟ କରିବା ସକାଶେ ଇମ୍ରାନ ଏହି ପଦକ୍ଷେପ ନେଉଛନ୍ତି । ଆପତ୍ତି ଉଠାଇଛି ଭାରତ ।
୩୫. ବଲିଉଡ୍‌ ଅଭିନେତ୍ରୀ ତଥା ବାହୁବଳିର ହିରୋଇନ୍‌ ତମନ୍ନା ଭାଟିଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୫/୧୦)