ଆଜି ସଂକ୍ଷେପରେ….(୦୪/୮)

୧-ରେଳବାଇ ଆଣିଲା ରେଳବାଇ-ସାଇକେଲ: ସହଜ ହେବ ରେଳ ଧାରଣା ଯାଞ୍ଚ , ବେଗ ଘଣ୍ଟା ପ୍ରତି ୧୫ କିମି

୨–ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସର୍ବାଧିକ ୫୦ ପ୍ରତିଶତ କର୍ମଚାରୀରେ ବ୍ୟାଙ୍କ, ବୀମା ଓ ଫାଇନାନ୍ସ କମ୍ପାନୀଗୁଡ଼ିକ କାର୍ଯ୍ୟ କରିପାରିବେ।

୩-ରାଜ୍ୟରେ ଆଜିଠାରୁ ଖୋଲିବ ରେଷ୍ଟୁରାଣ୍ଟ ଓ ହୋଟେଲ । SOP ଜାରି, କୋଭିଡ ଗାଇଡ ଲାଇନ ମାନିବା ବାଧ୍ୟତାମୂଳକ । ହୋଟେଲରେ ବସି ଖାଇବା ମନା, କେବଳ ପାର୍ସଲକୁ ଅନୁମତି।

୪-ଆଜିଠୁ ପୁଣି ଚାଲିବ ‘ମୋ ବସ୍’, ୮ଟି ରୁଟ୍‌ରେ କରିବ ଚଳାଚଳ।

୫ଆସନ୍ତା ୫ ତାରିଖରୁ ଖୋଲିବ ଜିମ୍ ଓ ଯୋଗ କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କଲା ନୂଆ ଗାଇଡଲାଇନ୍, ବିଶୋଧନ ଓ ସାମାଜିକ ଦୂରତାକୁ ଗୁରୁତ୍ୱ । ୬୫ ବର୍ଷରୁ ବୟସ୍କ ଓ ୧୦ ବର୍ଷରୁ କମଙ୍କ ପାଇଁ ବାରଣ ।

୬-କୋଭିଡ ଟେଷ୍ଟରେ ଭାରତର ଉଲ୍ଲେଖନୀୟ ସଫଳତା; ଦୁଇ କୋଟିରୁ ଅଧିକ କରାଯାଇଛି କୋଭିଡ ଟେଷ୍ଟ – ପ୍ରତି ୧୦ ଲକ୍ଷରେ ୧୪, ୬୪୦ଙ୍କ ପରୀକ୍ଷା।

୭-କୋରୋନା ଆକ୍ରାନ୍ତଙ୍କୁ ମୋବାଇଲ ବ୍ୟବହାର ପାଇଁ ଅନୁମତି । ଏଣିକି ମେଡିକାଲ ଭିତରେ ମୋବାଇଲ ବ୍ୟବହାର କରିପାରିବେ ରୋଗୀ।

୮-DCGI ର ଅନୁମତି ପ୍ରଦାନ : COVID-19 ଟିକା “କୋଭିସିଲ୍”‌ର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷା ପୁଣେ ସ୍ଥିତ ଭାରତୀୟ ସେରମ୍‌ ପ୍ରତିଷ୍ଠାନ ରେ ହେବ ।

୯-ଅଯୋଧ୍ୟା ଭୂମି ପୂଜନରେ ପଶିପାରିବେନି ନକଲି ଅତିଥି, କାର୍ଡରେ ରହିଛି କୋଡ ବ୍ୟବସ୍ଥା ।

୧୦-ପିଏମ ଶ୍ରମଯୋଗୀ ମାନଧନ ଯୋଜନା: ଏଥିରେ ୪୪ ଲକ୍ଷ ଶ୍ରମିକଙ୍କୁ ମାସିକ ମିଳିବ ୩୦୦୦ ଟଙ୍କା ପେନସନ।

୧୧-୨୪ଘଣ୍ଟାରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ହେବ ଲଘୁଚାପ : ୬ ଯାଏଁ ବର୍ଷିବ,୧୨ ଜିଲ୍ଲାକୁ ୟେଲ ଓ୍ବାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

୧୨-‌କେନ୍ଦ୍ରାପଡ଼ା ଜିଲ୍ଲା ବିଧାୟକମାନଙ୍କ ଦାବି: ହରିଦାସପୁର-ପାରାଦୀପ ଲାଇନ୍‌ରେ ଯାତ୍ରୀ ବାହୀ ଟ୍ରେନ୍ ଚଳାଚଳ ହେଉ।

୧୩-ଫୁଲବାଣୀ: ଅନ୍ ଲାଇନ୍ ରେ ପାଠପଢ଼ା-ଗାଇ ଓ ଛେଳି ବିକି ହେଉଛି ମୋବାଇଲ୍ କିଣା।

୧୪-ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ନାମଲେଖା ଓ ପାଠପଢ଼ା ପାଇଁ ସରକାରୀ ଶିକ୍ଷାନୁଷ୍ଠାନର ଶିକ୍ଷକଙ୍କୁ ଅନ୍‌ଲାଇନ୍‌ ତାଲିମ।

୧୫-ଏଣିକି ନିୟମିତ ହେବ ବ୍ୟାଙ୍କ ସେବା,୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବ୍ୟାଙ୍କ କାର୍ଯ୍ୟ।

୧୬-ଦୀର୍ଘ ୧୯ ଦିନ ପରେ ଆଜି ଠାରୁ ଭୁବନେଶ୍ବର ଗଡ଼ିବ 60 ‘ମୋ ବସ୍’, ୮ଟି ରୁଟ୍‌ରେ ଚାଲିବ।

୧୭-ଆସନ୍ତା ୫ ତାରିଖରୁ ଖୋଲିବ ଜିମ୍‌ ଓ ଯୋଗ ସେଣ୍ଟର,ଜାରି ହଲା SOP।

୧୮-ଖୋର୍ଦ୍ଧାର ନୂଆ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଲେ ସନତ କୁମାର ମହାନ୍ତି।

୧୯-ଅଯୋଧ୍ୟା:ରାମ ମନ୍ଦିର ଭୂମିପୂଜା ପାଇଁ ରୂପା ଇଟା,ରୂପା ପାନ ଓ ରତ୍ନ ଖଚିତ ପୋଷାକ ପ୍ରସ୍ତୁତ। ଆସନ୍ତା ୫ତାରିଖ ୧୨ଟା ୧୫ ମିନିଟ୍ ୧୫ ସେକେଣ୍ଡରେ ହେବ ଶିଳାନ୍ୟାସ।

୨୦-ଦିଲ୍ଲୀ ଦଙ୍ଗା ଲାଗି ୫ ଜଣଙ୍କୁ ମିଳିଥିଲା ୧ କୋଟି ୬୨ ଲକ୍ଷ ଟଙ୍କା; ବିଦେଶରୁ ବି ଆସିଥିଲା ଅର୍ଥ।

୨୧-ଭାରତ-ଚୀନ ଉତ୍ତେଜନା: ସୀମାରେ ଟି-୯୦ ଟ୍ୟାଙ୍କ ଓ ମାଉଣ୍ଟେନ ରେଜିମେଣ୍ଟ ମୁତୟନ।

୨୨-୬୦ ଦିନ ପ​‌​‌ରେ ପୃଥିବୀ ଫେରିଲା ସ୍ପେସ୍-ଏକ୍ସ: ଦୁଇ ମହାକାଶଚାରୀ ସମ୍ପୂର୍ଣ୍ଣ ସୁସ୍ଥ।

୨୩-ସରିଲା ଶ୍ରାବଣ,ହେଲେ ଏ ଯାଏଁ ସରିନି ଭକ୍ତଙ୍କ ଭାବ : ଏବର୍ଷ ଜଳାଭିଷେକରୁ ବଂଚିତ ସହସ୍ର କାଉଡ଼ିଆ ।

୨୪-ରାଜ୍ୟରେ ସବୁ ମନ୍ଦିର ଖୋଲିବା ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା । ଯଦି ମନ୍ଦିର ନ ଖୋଲାଯାଏ ସେବାୟତଙ୍କୁ ମାସିକ ୧୫ ହଜାର ଟଙ୍କା ସହାୟତା ଦେବାକୁ ଅନୁରୋଧ।

୨୫-ଦୁଇ ତୃତୀୟାଂଶ ପ୍ରବାସୀ ଶ୍ରମିିକ ପୁଣି ସହର ମୁହାଁ: ମନରେଗା କାମ ଚାହିଦା କମିଲା, ୨୯% ଶ୍ରମିକ ସହର ଫେରିଲେଣି ।

୨୬-ରାଜ୍ୟରେ ଜନ ଧନ ଆକାଉଣ୍ଟ ସଂଖ୍ୟା ୪୦ କୋଟି ଟପିଲା, ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ (DFS)ର ଟୁଇଟ ଯୋଗେ ସୂଚନା ।

୨୭-ଟିକ୍‌ଟକ୍‌କୁ କିଣିବା ପାଇଁ ଟ୍ରମ୍ପ୍‌ଙ୍କ ସହ ଆଲୋଚନା କରିଲେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା । ଟିକ୍‌ଟକ୍‌କୁ ଆମେରିକୀୟ କଂପାନିରେ ପରିଣତ କରିବାର ଯୋଜନାର ପ୍ରସ୍ତୁତି ।

୨୮-ଚୀନକୁ ମୁହଁତୋଡ ଜବାବ ଦେବାକୁ ଭାରତ ପ୍ରସ୍ତୁତ, ଡେଫସଙ୍ଗରେ ମୁତୟନ କଲା ଟ୍ୟାଙ୍କ୍ ଓ ପାରା କମାଣ୍ଡୋ ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ….(୦୪/୮)