ଆଜି ସଂକ୍ଷେପରେ…(୦୪/୧୦)

୧-ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିବାବେଳେ ପ୍ରିୟଙ୍କାଙ୍କୁ ପୀଡ଼ିତାଙ୍କ ମାଆ କୁଣ୍ଢେଇ ଧରି ପକାଇ କାନ୍ଦି ପକାଇଲେ । ପ୍ରିୟଙ୍କା ଓ ରାହୁଳ କହିଲେ, ଉତ୍ତରପ୍ରଦେଶ ସରକାର ଏବେ ଚାହିଁଲେ ବି ପୀଡ଼ିତାଙ୍କ ପରିବାରର କିଛି କରି ପାରିବ ନାହିଁ । ଏବେ ଦେଶର ଜନତା ପୀଡ଼ିତାଙ୍କ ପରିବାର ସହ ଛିଡ଼ା ଅଛନ୍ତି ।

୨-ଭାରତରେ କରୋନା ଜନତି ମୃତ୍ୟୁସଂଖ୍ୟା ୧ ଲକ୍ଷ ଟପିଲା ।

୩-ସରକାରୀ କ୍ଷମତାର ଅପବ୍ୟବାହର କରି ଆଲବମ୍ ହିରୋ ସାଜିଲେ ଚିତ୍ରକୋଣ୍ଡା ବିଡିଓ । ସରକାରୀ ବାସଭବନରେ ହେଲା ଆଲବମ୍ ସୁଟିଂ, ଅଭିନେତ୍ରୀଙ୍କୁ ନେଇ ବୋଟରେ କଲେ ଅଭିନୟ ।

୪-ବରିଷ୍ଠ ବିଜେଡି ନେତା ତଥା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା।

୫-ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା: ପ୍ରଧାନମନ୍ତ୍ରୀ ମୋଦୀ ଦୁନିଆଁ ସାରା ଲୋକଙ୍କୁ ଟ୍ୱିଟ କରୁଥିବାବେଳେ ହାଥରସ୍ ପୀଡ଼ିତାଙ୍କୁ ନେଇ ଗୋଟିଏ ବି ଟ୍ୱିଟ କରି ନଥିବାରୁ ଚାରିଆଡ଼େ ଲୋକେ ତାଙ୍କୁ ସମାଲୋଚନା କରିଛନ୍ତି ।

୬-ଅବଦୁଲ କଲାମ ଦ୍ବୀପରୁ ଶକ୍ତିଶାଳୀ ‘ଶୌର୍ଯ୍ୟ’ର ସଫଳ ପରୀକ୍ଷଣ; ଲକ୍ଷ୍ୟଭେଦ କ୍ଷମତା ୮୦୦ କିଲୋମିଟର।

୭- ହାଥରସ୍ ଘଟଣାର ସିବିଆଇଦ୍ୱାରା ଯାଂଚ କରାଯିବାକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସ୍ୱୀକୃତି ।

୮-ବଲାଙ୍ଗୀରରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡ଼ିବାରେ ଲାଗିଛି । ମରଣାନ୍ତକ ଆକ୍ରମଣ ଫଳରେ ଜଣେ ଯୁବକ ମୃତ ଓ ଜଣେ ଗୁରୁତର ।

୯-ବିରାଟଙ୍କ ଦମଦାର ଅର୍ଦ୍ଧଶତକ । ୮ ୱିକେଟରେ ବିଜୟ ହାସଲ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।ପୃଥ୍ୱୀ-ଆୟରଙ୍କ ଅର୍ଦ୍ଧଶତକରେ ଦିଲ୍ଲୀ ବିଜୟୀ।

୧୦-କରୋନା କାଳରେ ସୁଧ ଉପରେ ସୁଧ ଛାଡ଼ କରିବେ ସରକାର।

୧୧-ଆହୁରି ୪ ଦିନ ପ୍ରବଳ ବର୍ଷା । ଅସରାଏ ବର୍ଷାରେ ଟ୍ୱିନ୍ ସିଟିର ଅବସ୍ଥା ଘାଇଲା । ରାଜରାସ୍ତା ଉପରେ ଲହଡ଼ି ମାରିଲା ଆଂଠୁଏ ପାଣି, ଯାତାୟତ ପାଇଁ ଲୋକେ ନାକେଦମ୍ ।

୧୨-ପୋର୍ଟବ୍ଲେୟାରରେ ଅସ୍ତ୍ରଶସ୍ତ୍ର ବୋଝେଇ ମାର୍କିନ ପି-୮ ବିମାନ; ଚୀନ ଉଦବିଗ୍ନ।

୧୩-ପ୍ରିୟଙ୍କାଙ୍କ ସହ ରାସ୍ତାରେ ଧସ୍ତାଧସ୍ତିବେଳେ ତାଙ୍କ କୁର୍ତ୍ତାକୁ ଜଣେ ପୁରୁଷ ପୋଲିସ୍‌୍ ଅଧିକାରୀ ଧରିବା ଦୃଶ୍ୟ ଯୋଗୁଁ ଏହାର ପ୍ରବଳ ନିନ୍ଦା ।

୧୪-ଏଣିକି ବିଧାନସଭା କିମ୍ବା ଗୃହରେ ଉପସ୍ଥିତ ଥିବା କୌଣସି ବିଧାୟକଙ୍କ ସମ୍ପର୍କରେ ଭୁଲ ଓ ବିଭ୍ରାନ୍ତିକର ଖବର ପ୍ରକାଶ କଲେ କାର୍ଯ୍ୟାନୁଷ୍ଠାନ ହେବ।

୧୫-ଏଣିକି ଟ୍ରେଜେରିରେ ମିଳିବ ସର୍ବନିମ୍ନ ମୌଳିକ ସୁବିଧା, ଏ ପ୍ରସଂଗ ରେ ଅର୍ଥ ବିଭାଗର ରିପୋର୍ଟ ତଲବ ।

୧୬-ସମ୍ବାଦ’ର ବରିଷ୍ଠ କର୍ମଚାରୀ ପ୍ରମୋଦ ଶତପଥୀଙ୍କ ପରଲୋକ, ବାତିଲ୍‌ ହେଲା ‘ସମ୍ବାଦ’ର ସ୍ୱନକ୍ଷତ୍ର ଉତ୍ସବ ।

୧୭-ଆଜି ସିଭିଲ୍‌ ସର୍ଭିସ୍‌(ପ୍ରିଲିମ୍‌) ପରୀକ୍ଷା,ଚଳିତବର୍ଷ ୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ। ପୂର୍ବାହ୍ନ ୯ଟା ୩୦ରେ ପ୍ରଥମ ସିଟିଂ ପରୀକ୍ଷା ହେବାକୁ ଥିବା ବେଳେ ଅପରାହ୍‌ଣ ସାଢ଼େ ୨ଟା‌ରେ ଦ୍ବିତୀୟ ସିଟିଂ ପରୀକ୍ଷା କରାଯିବ।

୧୮-କରୋନା ମାଡ଼ରେ ଅର୍ଥନୀତି ବିପର୍ଯ୍ୟସ୍ତ,କମୁଛି ରାଜସ୍ବ ଓ କେନ୍ଦ୍ରିୟ ଅନୁଦାନ।

୧୯-ହାଥରସ୍ ଯିବାବେଳେ ଉତ୍ତରପ୍ରଦେଶ ପୋଲିସର ଲାଠିଚାର୍ଜବେଳେ ନିଜ ଦଳର ସହକର୍ମୀଙ୍କୁ ବଂଚାଇବାକୁ ରାହୁଳ ଓ ପ୍ରିୟଙ୍କା ଗାଡ଼ିରୁ ଓହ୍ଲାଇ ପଡ଼ିଲେ ।

୨୦-ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ନୂଆ ମୋଡ । ହତ୍ୟା ଥିଓରୀକୁ ଖାରଜ କଲା ଏମ୍ସ ରିପୋର୍ଟ, ଫରେନସିକ୍ ରିପୋର୍ଟରେ ଆତ୍ମହତ୍ୟା ଆଡକୁ ଇସାରା ।

୨୧-୩୬ ପାହାଚ ଚଢ଼ି ଚାଇନିଜ୍‌ ଆକ୍ରୋବାଟ୍‌ ଲି ଲଙ୍ଗ୍‌ଲଙ୍ଗ୍‌ ନିଜ ଗିନିଜ୍‌ ବିଶ୍ୱ ରେକର୍ଡକୁ ଭାଙ୍ଗିଛନ୍ତି । ହାତ କି ଗୋଡରେ ପାହାଚକୁ ଆଦୌ ସ୍ପର୍ଶ ନ କରି କେବଳ ମୁଣ୍ଡରେ ଏଭଳି କାରନାମା କରି ଦେଖାଇଛନ୍ତି ।

୨୨-ବିହାର ବିଧାନସଭା ନିର୍ବାଚନ ଆଗରୁ ମହାମେଣ୍ଟର ଆସନ ବୁଝାମଣା ଘୋଷଣା । ଏଥର ୭୦ ଆସନରେ ଲଢିବ କଂଗ୍ରେସ, ୧୪୪ ଆସନ ନିଜ ପାଖରେ ରଖିଲା ଆରଜେଡି । ବାମ ଦଳ ଗୁଡିକୁ ମେଣ୍ଟ ଦେଲା ୨୯ ଆସନ ।

୨୩-ଓଟିଭି’ ଜମି ଜାଲିଆତି ଘଟଣା : ଏମ୍‌ଡିଙ୍କ ବାପା ଓ ଭାଇଙ୍କ ନାମରେ ମାମଲା ରୁଜୁ ।

୨୪-ଆଇପିଏଲ୍‌ ୨୦୨୦ର ୧୬ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୧୮ ରନ୍‌ରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲସ୍‌ ।

୨୫. ଆଉ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୧୯୮୧୯୪କୁ ବୃଦ୍ଧି।
୨୬. ଚଳିତ ବର୍ଷ କୋରନା ଯୋଗୁଁ ମୋଟର୍‌ ଯାନ ରାଜସ୍ବ ୪୨% କମିଛି, ସୂଚନା ଦେଲେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
୨୭. ୧୪ ବର୍ଷ ପ୍ରତୀକ୍ଷାର ଘଟିଲା ଅନ୍ତ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଉଦଘାଟିତ ହେଲା ଅଟଳ ଟନେଲ।
୨୮. ହାଥରସ୍ ଗଣଦୁଷ୍କର୍ମର ପ୍ରମୁଖ ଅଭିଯୁକ୍ତ ସନ୍ଦୀପର ବାପା ସହ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଫଟୋ ଭାଇରାଲ୍ ।
୨୯. ଆଜି ୟୁପିଏସ୍‌ସି ପ୍ରିଲିମିନାରୀ; ୧୦.୫୮ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ୟୁପିଏସ୍‌ସି ପ୍ରିଲିମ୍‌ନାରି ପରୀକ୍ଷା ନିମନ୍ତେ ଦୁଇଟି ରୁଟରେ ପରୀକ୍ଷାର୍ଥୀଙ୍କ ପାଇଁ ଯାତାୟତ କରିବ ମୋ ବସ୍।
୩୦. ଫାବିପିରାଭିର ଔଷଧ ବ୍ୟବହାର ପାଇଁ ଆସିଲା SOP, ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୪/୧୦)