ଆଜି ସଂକ୍ଷେପରେ…(୦୩/୮)

୧-ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ରକ୍ଷାବନ୍ଧନ ଅଭିନନ୍ଦନ, କହିଲେ ମହିଳାଙ୍କ ସମ୍ମାନ ଲାଗି ସଂକଳ୍ପର ଦିନ।

୨-ଯୁକ୍ତ ୨ ଆଡମିଶନ ପାଇଁ ଦିନେ ଦୁଇ ଦିନ ଭିତରେ ପ୍ରକାଶ ପାଇବ ବିଜ୍ଞପ୍ତି, ଶିକ୍ଷକଙ୍କୁ ଦିଆଯିବ ଅନଲାଇନ୍ ତାଲିମ୍।

୩-ଏଣିକି ଡ୍ରପ୍ ବକ୍ସ ଜରିଆରେ ହାଇକୋର୍ଟରେ ଦାୟର ହେବ ମାମଲା, ଇ-ଫାଇଲିଂ ପୋର୍ଟାଲ କିମ୍ବା ଇ-ମେଲ୍‌ରେ ବି ଆବେଦନ।

୪-ରାତି 9 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ହେଲା ନାଇଟ୍ କର୍ଫ୍ୟୁ।

୫-ଗଣଶିକ୍ଷା ବିଭାଗର ଚିନ୍ତା ବଢାଇଛି ୩୧ ସ୍କୁଲର ଜିରୋ ରେଜଲ୍ଟ, ପ୍ରଧାନଶିକ୍ଷକମାନଙ୍କ ସହ ବୈଠକ କରିବେ ମନ୍ତ୍ରୀ ସମୀର ଦାସ।

୬-ରାଜ୍ୟରେ ୧୬୦୨ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ, ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୬୮ କରୋନା ରୋଗୀ ଚିହ୍ନଟ।

୭-କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କରୋନା, ଟ୍ୱିଟ କରି ଦେଲେ ସୂଚନା।

୮-କରୋନା ସଂକ୍ରମଣ : ଆରୋଗ୍ୟ ଲାଭ କରି ଘରକୁ ଫେରିଲେ ବିଗ୍‍-ବି ଅମିତାଭ ବଚ୍ଚନ।

୯-ଗୁରୁ ବାଜପେୟୀଙ୍କ ରେକର୍ଡ଼ ଭାଙ୍ଗିଲେ ମୋଦୀ; ସର୍ବାଧିକ କାଳ ପ୍ରଧାନମନ୍ତ୍ରୀ ହେବାରେ ଅଣକଂଗ୍ରେସୀ ନେତା।

୧୦-ଭେଣ୍ଟିଲେଟର ନିର୍ମାଣରେ ଆତ୍ମନିର୍ଭର ବନିଲା ଭାରତ, ଏଣିକି ବିଦେଶରେ ମଧ୍ୟ ଭେଣ୍ଟିଲେଟର ବିକ୍ରି କରିବେ ଭାରତୀୟ କମ୍ପାନୀ।

୧୧-ବିହାରରେ ପ୍ରଳୟଙ୍କରୀ ବନ୍ୟା : ୫୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ,ରିଲିଫ୍‍ ଏବଂ ଉଦ୍ଧାର କାର୍ଯ୍ୟ ଜୋର୍‍ଦାର।

୧୨-ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ପଞ୍ଜୀକରଣ ସମୟ ବଢ଼ିଲା : ଅଗଷ୍ଟ ୫ ଯାଏ ଚାଷୀ ବୀମାଭୁକ୍ତ ହୋଇପାରିବେ।

୧୩-ସିନେପ୍ରେମୀଙ୍କ ପାଇଁ ଖୁସି ଖବର । କରୋନାରୁ ସୁସ୍ଥ ହେଲେ ବିଗ୍ ବି’, ରିପୋର୍ଟ ନେଗେଟିଭ୍ ଆସିବାପରେ ହସ୍ପିଟାଲରୁ ହେଲେ ଡିସଚାର୍ଜ, ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ହୋଇଛନ୍ତି । 
୧୪-‘ମନ୍ଦିରର ପୁନଃ ନିର୍ମାଣ ଏବଂ ମୂଲ୍ୟବୋଧର ପ୍ରତିଷ୍ଠା’: ରାମମନ୍ଦିର ଭୂମିପୂଜା ପୂର୍ବରୁ ଓଡିଆରେ ଲେଖିଲେ ଉପରାଷ୍ଟ୍ରପତି ।

୧୫-୧୦୦ ବର୍ଷରେ ଥରେ ଉପୁଜେ କରୋନା ଭଳି ମହାମାରୀ, ଦଶନ୍ଧୀ ଧରି ରହେ ପ୍ରଭାବ: WHO

୧୬-ପ୍ରତିରୋଧକ ଶକ୍ତି ବଢାଉଛି ବିସିଜି ଟୀକା । ବିଶେଷଜ୍ଞ କହିଲେ, କରୋନା ସଂକ୍ରମଣର ଜଟିଳ ପରିସ୍ଥିତିରୁ ବଞ୍ଚାଇଦେଉଛି ବିସିଜି ଟୀକା । କମୁଛି କରୋନା ସଂକ୍ରମଣ ଏବଂ ମୃତ୍ୟୁର ହାର ।

୧୭-ଚାଷୀଙ୍କ ପାଇଁ ଖୁସି ଖବର, ବର୍ଷା ଆଣିବ ଆଶ୍ୱସ୍ତି । ଆସନ୍ତା ୪ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ସାରା ଓଡ଼ିଶାରେ ପ୍ରବଳ ବର୍ଷା ପୂର୍ବାନୁମାନ । ଏପଟେ ରାଜ୍ୟର ୧୩ ଜିଲ୍ଲାରେ ସ୍ୱାଭାବିକ୍ ଠାରୁ କମ୍ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ।

୧୮-୩ ରାଷ୍ଟ୍ରାୟତ ବ୍ୟାଙ୍କ ପଞ୍ଜାବ ଏଣ୍ଡ ସିନ୍ଧ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଘରୋଇ କରଣ ଲାଗି ସରକାରଙ୍କୁ ନୀତି ଆୟୋଗଙ୍କ ପରାମର୍ଶ

୧୯-ଲୋକେଟ ହୋଇ ପାରୁନାହାନ୍ତି ରିୟା : ବିହାର ଡିଜିପି କହିଲେ, ‘ପ୍ରମାଣ ମିଳିଲେ ମାଟି ତଳୁ ବି ଖୋଜି ବାହାର କରିବୁ ।

୨୦-ଆସନ୍ତାବର୍ଷ ସୁଦ୍ଧା ଚେନାବ ନଦୀର ୩୫୯ ମିଟର ଉପରେ ପ୍ରସ୍ତୁତ ହୋଇଯିବ ବିଶ୍ବର ଉଚ୍ଚତମ ରେଳପୋଲ ।

୨୧-ଭାରତକୁ ଆସୁଥିବା ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ନୂଆ ନିର୍ଦ୍ଦେଶାବଳୀ – ୭୨ ଘଣ୍ଟା ପୂର୍ବରୁ ୱେବସାଇଟରେ ସୂଚନା ଦେବାକୁ ପଡ଼ିବ।

୨୨-ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ କରୋନା ପଜିଟିଭ୍ ।

୨୩-ନିଷ୍ପତ୍ତି ବଦଳାଇଲା ନେପାଳ ସରକାର। ମାସେ ହେବ ଭାରତୀୟ ନ୍ୟୁଜ୍ ଚ୍ୟାନେଲ ଗୁଡିକ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଛନ୍ତି ନେପାଳ ସରକାର।

୨୪-ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ମହାନଦୀ ଗଣ୍ଡରେ ମଗର କୁମ୍ଭୀର ଦେଇଥିବା ଅଣ୍ଡାରୁ ଜନ୍ମ ନେଇଛନ୍ତି ୫ ଶହରୁ ଊର୍ଦ୍ଧ୍ୱ ଛୁଆ।

୨୫-ଆଜି ସୋମବାର ରାକ୍ଷୀ ପୂର୍ଣ୍ଣିମା; ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ, ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା

୨୬-କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦୁରପ୍ପା କରୋନା ସଂକ୍ରମିତ ।

୨୭-ଶ୍ରୀରାମ ମନ୍ଦିର ଭୂମି ପୂଜନ ପାଇଁ ସଜେଇ ହେଉଛି ଅଯୋଧ୍ୟା ନଗରୀ…

୨୮-ପାକିସ୍ତାନ ଟିଭି ଚ୍ୟାନେଲର ଭାରତର ଜାତୀୟ ପତାକା ‘ତ୍ରିରଙ୍ଗା’ ଉଡୁଥିବା ଦେଖିବାକୁ ମିଳିଛି। ଡନ ନାମକ ନ୍ୟୁଜ ଚ୍ୟାନେଲରେ ହ୍ୟାକର ସାଇବର ଆଟାକ କରିଥିବା ସୂଚନା ରହିଛି।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୩/୮)