ଆଜି ସଂକ୍ଷେପରେ…(୦୩/୧୦)

୧-ହଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାରର ଫୋନକଲ୍ ରେକଡ଼ିଂ କରାଯାଉଥିବା ସୋସିଏଲ୍ ମିଡିଆରେ ଭାଇରାଲ୍ । ଇଣ୍ଡିଆ ଟୁଡେ ସହ ପୀଡ଼ିତାଙ୍କ ଭାଇ ସନ୍ଦୀପ ଓ ଇଣ୍ଡିଆ ଟୁଡେର ପ୍ରତିନିଧି ଙ୍କ କଥାବାର୍ତ୍ତା ଟ୍ୟାପ୍ କରାଯାଇଥିବା ଅଭିଯୋଗ ଉଠିଲା ।

୨-ରିପବ୍ଲିକ ଟିଭିର ଅର୍ଣ୍ଣବ ଗୋସ୍ୱାମୀ ସୁଶାନ୍ତ ସିଂ ରାଜପୁତ ଓ ଡ୍ରଗସ ଘଟଣାରେ ପ୍ରବଳ ଚିତ୍କାର କରୁଥିବାବେଳେ ହଥରସ୍ ଗଣଦୁଷ୍କର୍ମ ଘଟଣାରେ କୁଆଡ଼େ ଲୁଚିଗଲେ ବୋଲି ସୋସିଏଲ ମିଡିଆରେ ପ୍ରବଳ ଆକ୍ଷେପ ।

୩-ଆପଣ କପଲ ଚ୍ୟାଲେଞ୍ଜରେ ଫଟୋ ପୋଷ୍ଟ କରୁଛନ୍ତି କି ? ଜୀବନସାଥୀଙ୍କ ଫଟୋ ଛାଡୁଥିଲେ ହୋଇଯାଆନ୍ତୁ ସତର୍କ । ପରାମର୍ଶ ଦେଲା ପୋଲିସ ।

୪-ହାଥରସ୍‌ ଗଣଦୁଷ୍କର୍ମ ମାମଲାରେ ଦେଶବ୍ୟା‌ପୀ ବିରୋଧ ତେଜିଲା : ଅଡ଼ୁଆରେ ଯୋଗୀ ସରକାର।

୫-ଆମେରୀକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପତ୍ନୀ ମିଲେନିଆ କରୋନା ଆକ୍ରାନ୍ତ- ଘୋଷଣା ପରେ,ସାରା ବିଶ୍ୱର ସେୟାର ବଜାର ପ୍ରଭାବିତ, ଖସିଲା ଅନେକ ପ୍ରମୁଖ ବଜାରର ସୂଚକାଙ୍କ।

୬-ମହାନକାର୍ଯ୍ୟ ପାଇଁ ‘ମହାତ୍ମା’ ସମ୍ମାନ ପାଇବେ ସବ୍ୟସାଚୀ । ଭାରତୀୟ ସ୍କାଉଟ ଓ ଗାଇଡ୍ ଫେଲୋସିପ୍ ତରଫରୁ ପାଇବେ ସେବା ସମ୍ମାନ । ପ୍ରବାସୀଠୁ ଅସହାୟ ସଭିଙ୍କୁ ସାହାଯ୍ୟ କରି ହୃଦୟ ଜିଣିଛନ୍ତି ରିୟଲ ହିରୋ ।

୭-ମା ବେକରେ ଛୁରୀ ଲଗାଇଥିବା ପୁଅକୁ ହୋଇଛି ସିଜୋଫେନିଆ ରୋଗ । ଏକ ମାସର ଔଷଧ ନେଇ ଫେରିଗଲେ ମା ଓ ପୁଅ ।

୮-ଭାରତୀୟ ନୌସେନାର ଗର୍ବ ଓ ଗୌରବ ବିମାନ ପରିବହନକାରୀ ଆଇଏନଏସ ବିରାଟ ୧୦୦ କୋଟି ଟଙ୍କାରେ ବିକ୍ରି ହେବ। 

୯- ରାଜ୍ୟରେ ମହିଳାମାନଙ୍କ ଉପରେ ବ୍ୟାପକ ହିଂସା ଓ ଦଳିତ ଲୋକଙ୍କ ଉପରେ ଅମାନୁଷିକ ଅତ୍ୟାଚାର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ପ୍ରଦର୍ଶନକାରୀ ଦାବୀ କଲେ ।

୧୦-ଆଇପିଏଲ ଟକ୍କର: ପୁଣି ଚିତପଟାଙ୍ଗ ମାରିଲା ଚେନ୍ନାଇ…ରୋମାଞ୍ଚକର ମ୍ୟାଚରେ ୭ ରନରେ ବିଜୟ ହାସଲ କଲା ହାଇଦ୍ରାବାଦ ।

୧୧-କୋଭିଡ୍‌-୧୯ ସଂକ୍ରମଣର ସବୁଠୁ ବିଶ୍ବାସଯୋଗ୍ୟ ଲକ୍ଷଣ ହେଉଛି ଘ୍ରାଣ ଶକ୍ତି କିଂବା ସ୍ବାଦ ବାରିବା ଶକ୍ତି ହ୍ରାସ: ଇଂଲଣ୍ଡ୍‌ ଅଧ୍ୟୟନ।

୧୨-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳାହାଣ୍ଡିରେ ତିନିଟି ଶକ୍ତି ପ୍ରକଳ୍ପ ଲୋକାର୍ପିତ।

୧୩-ଦୁଇ ଦେଶ ମଧ୍ୟରେ ବିମାନଯାତ୍ରା କଲେ ବି କ୍ୱାରେଣ୍ଟାଇନର ଆବଶ୍ୟକ ନାହିଁ ବୋଲି କହିଲେ ଉପ-ପ୍ରଧାନମନ୍ତ୍ରୀ । ଅକ୍ଟୋବର ୧୬ ରୁ ନ୍ୟୁଜିଲାଣ୍ଡ ଓ ନ୍ୟୁସାଉଥ୍ ୱେଲ୍‌ସ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବାକୁ ଅଷ୍ଟ୍ରେଲିଆ ଉପ-ପ୍ରଧାନମନ୍ତ୍ରୀଙ୍କ ଘୋଷଣା ।

୧୪-ଚୋରି ଟଙ୍କା ଉଦ୍ଧାରରେ ଓଡିଶା ପୋଲିସ୍ ଫେଲ୍: ଗତବର୍ଷ ଚୋରି ହୋଇଥିଲା ୧୩୦ କୋଟି, ପୋଲିସ୍ ପାଇଛି ତିନି ଭାଗରୁ କମ୍ ।

୧୫-ହାଥରସ କେସ୍: ନୀରବତା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କହିଲେ-ଦୋଷୀଙ୍କୁ ଏମିତି ଦଣ୍ଡ ମିଳିବ ଯାହା ଭବିଷ୍ୟତ ପାଇଁ ଉଦାହରଣ ପାଲଟିବ।

୧୬-ଲକ୍‌ଡାଉନ୍‌ରେ 350ଟି ଅନଲାଇନ୍‌ କୋର୍ସ ସମ୍ପୂର୍ଣ୍ଣ କରି ବିଶ୍ବ ରେକର୍ଡର ଅଧିକାରୀ ହେଲେ କେରଳର ଯୁବତୀ।

୧୭-ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ।

୧୮-ସମ୍ବଲପୁର ଜୟନ୍ତପୁର‌ରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ନିଆଁ; ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ।

୧୯-ଚଳିତ ବର୍ଷ ସବୁଠାରୁ ଅଧିକ ଆୟ କରୁଥିବା ଅଭିନେତାଙ୍କ ତାଲିକାରେ ସାମିଲ ହୋଇଛନ୍ତି ଅକ୍ଷୟ କୁମାର।

୨୦-କ୍ରମାଗତ ଭାବେ ୧୧ ଦିନ ପାଇଁ କରୋନା ସକ୍ରିୟ ମାମଲା ସଂଖ୍ୟା ୧୦ ଲକ୍ଷରୁ କମ- ୧୨ ଦିନରେ ସୁସ୍ଥ ହେଲେ ୧୦ ଲକ୍ଷ ଆକ୍ରାନ୍ତ।

୨୧. ଭାରତର ପ୍ରଥମ ଘରୋଇ କମ୍ପାନୀ ଭାବରେ ଜେଏସପିଏଲକୁ ଭାରତୀୟ ରେଳବାଇର ସାମଗ୍ରୀ ଯୋଗାଣକାରୀର ମାନ୍ୟତା
୨୨. ଉତ୍ତରପ୍ରଦେଶ ପୋଲିସର ୫ ଜଣ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ନିଲମ୍ବିତ କଲେ ।
୨୩. ଯାତ୍ରୀ ପରିବହନ ବିପର୍ଯ୍ୟସ୍ତ, ହାତ ଟେକିଦେଲେଣି ମାଲିକ; ବସ୍‌ ୧୪ହଜାର, ରାସ୍ତାରେ ଗଡ଼ୁଛି ୧୦ %।
୨୪. କେବିସିରେ କିଟ୍‌ ଓ ଦୂତିଙ୍କୁ ପ୍ରଶଂସା କଲେ ବିଗ୍‌ ବି।
୨୫. ଆର୍ମେନିଆ ଓ ଆଜରବୈଜାନ ମଧ୍ୟରେ ଘମାଘୋଟ ଯୁଦ୍ଧ, ପ୍ରାଣ ହରାଇଲେଣି ୯ ହଜାର ଲୋକ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୩/୧୦)