ଆଜି ସଂକ୍ଷେପରେ…(୦୨/୯)

୧-ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାରେ ଆପୋସ ସମାଧାନ ପାଇଁ ପରାମର୍ଶ ଦେଲେ ହାଇକୋର୍ଟ। ଏଥିପାଇଁ ଗଣ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରିବା ପାଇଁ କୋର୍ଟ କହିଛନ୍ତି।

୨-ଆରମ୍ଭ ହେଲା ଜେଇଇ ମେନ୍‌ ପରୀକ୍ଷା : ପ୍ରଥମ ଦିନରେ ଓଡ଼ିଶାରୁ ପରୀକ୍ଷା ଦେଲେ ୮ ହଜାYର, ମାସ୍କ, ଗ୍ଲୋଭ୍‌ସ ପିନ୍ଧିଲେ, ସାମାଜିକ ଦୂରତ୍ୱ ମାନିଲେ।

୩-କରୋନା ଚିତ୍ର : ଘାତକ ହେଲା ଅଗଷ୍ଟ, ମାସକରେ ୭୧ହଜାରରୁ ଅଧିକ ସଂକ୍ରମିତ, ୩୧୫ ମୃତ।

୪-ଆଇପିଏଲରେ ୨୦ ହଜାର କରୋନା ଟେଷ୍ଟ, ବିସିସିଆଇ ଖର୍ଚ୍ଚ କରିବ ୧୦ ହଜାର କୋଟି ଟଙ୍କା ।

୫-ବିଦ୍ୟୁତ ରାଜସ୍ବ ଆଦାୟ କ୍ଷତି ୩୦%କୁ ବୃଦ୍ଧି; ଡିସେମ୍ବର ସୁଦ୍ଧା ଘରୋଇକରଣ ହେବ ତିନି ବିଦ୍ୟୁତ ବିତରଣକାରୀ କମ୍ପାନୀ

୬-ବନ୍ୟା ତାଡ଼ନା ଆଉ ତିନି ଦିନ, ପୂର୍ଣ୍ଣିମା କାରଣକୁ ପାଣି ଟାଣୁନି ସମୁଦ୍ର।

୭-ପଇସା ନାହିଁ ତ ପାଣି ନାହିଁ । ଚାରିଆଡେ ପାଣି, କିନ୍ତୁ ପିଇବାକୁ ମୁନ୍ଦେ ପାଣି ମିଳୁନି । ବନ୍ୟା ବିଭୀଷିକା ଭିତରେ ଗରାଏ ପାଣି ପାଇଁ ଦେବାକୁ ପଡୁଛି ୧୦୦ ଟଙ୍କା । କେନ୍ଦ୍ରାପଡା ଆଳିରୁ ଆସିଲା ଅଭାବନୀୟ ଦୃଶ୍ୟ ।

୮-ରାଜ୍ୟରେ ପୁଣି ୩ ଜଣ ବିଧାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା। କୌଣସି ଲକ୍ଷଣ ନଥାଇ ସମସ୍ତଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି।

୯-ଦେଶର ନୂତନ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ରାଜୀବ କୁମାର ।

୧୦-ଏଣିକି ସପ୍ତାହର ସାତ ଦିନ ଯାକ ଚଳାଚଳ କରିବ ’ମୋ  ବସ’

୧୧-ସରକାରଙ୍କୁ ପୁଣି ଝଟକା, ଅଗଷ୍ଟ ମାସରେ ଜିଏସଟି ସଂଗ୍ରହ କମିଲା ୧୨ ପ୍ରତିଶତ।

୧୨- ୨୦୧୯ ରେ ସଡ଼କ ଦୁର୍ଘଟଣା ନେଇଛି ୧.୫୪ ଲକ୍ଷ ଜୀବନ: ଏନସିଆରବି

୧୩- ବିଦ୍ୟୁତ ରାଜସ୍ବ ଆଦାୟ କ୍ଷତି ୩୦ ଶତକଡାକୁ ବୃଦ୍ଧି; ଡିସେମ୍ବର ସୁଦ୍ଧା ଘରୋଇକରଣ ହେବ ତିନି ବିଦ୍ୟୁତ ବିତରଣକାରୀ କମ୍ପାନୀ

୧୪- ସେପ୍ଟେମ୍ବର ୩୦ ଯାଏଁ ସ୍ୱର୍ଗଦ୍ୱାରରେ କଟକଣା ବୃଦ୍ଧି କଲେ ପ୍ରଶାସନ

୧୫- ଖୋଲିଲା କୋଣାର୍କ ମନ୍ଦିର, ପ୍ରତିଦିନ ୪୫୦୦ ପର୍ଯ୍ୟଟକଙ୍କୁ ଭିତରକୁ ଯିବାକୁ ମିଳିବ ଅନୁମତି

୧୬- ଘରୋଇ ସ୍କୁଲ୍‌ ଫି ବୃଦ୍ଧି ପ୍ରସଙ୍ଗକୁ ଆପୋସ ବୁଝାମଣାରେ ସମାଧାନ ପାଇଁ ପରାମର୍ଶ ଦେଲେ ହାଇକୋର୍ଟ।

୧୭- ଉତ୍କଳ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ପିଜି ପରୀକ୍ଷା ଅନ୍‌ଲାଇନ୍‌ରେ ହେବ

୧୮- ଲଦାଖ: ବ୍ଲାକ୍ ଟପ୍ ପୋଷ୍ଟକୁ କବଜା କଲା ଭାରତୀୟ ସେନା, ହଟାଇଲା ଚୀନର ସିସିଟିଭି କ୍ୟାମେରା ଓ ସେନ୍ସର

୧୯- ଆରମ୍ଭ ହେଲା ଜେଇଇ ମେନ୍‌ ପରୀକ୍ଷା : ପ୍ରଥମ ଦିନରେ ଓଡ଼ିଶାରୁ ପରୀକ୍ଷା ଦେଲେ ୮ ହଜାର, ମାସ୍କ, ଗ୍ଲୋଭ୍‌ସ ପିନ୍ଧିଲେ, ସାମାଜିକ ଦୂରତ୍ୱ ମାନିଲେ
◆ଭୁବନେଶ୍ୱର : ଆଜିଠାରୁ ସାରା ଦେଶରେ ଜେଇଇ ମେନ୍‌ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନରେ କଡ଼ା ସୁରକ୍ଷା, ସାମାଜିକ ଦୂରତା ରକ୍ଷା ମଧ୍ୟରେ ଦେଶର ୧ ଲକ୍ଷ ୭୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଅନୁରୂପ ଭାବେ ଓଡ଼ିଶାର ପ୍ରାୟ ୮ ହଜାର ପିଲା ପରୀକ୍ଷା ଦେଇଛନ୍ତି। ଭୁବନେଶ୍ୱରରେ ସର୍ବାଧିକ ୨୫୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ବ୍ରହ୍ମପୁର, କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ୱର, ଢେଙ୍କାନାଳ ସହରରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶ ଗ୍ରହଣ କରିଛନ୍ତି।

୨୦- ହାଇକୋର୍ଟରେ ସ୍କୁଲ ଫି’ ଛାଡ଼ ପ୍ରସଂଗ : ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ପରାମର୍ଶ
◆କଟକ : ସ୍କୁଲ ଫି ଛାଡ ପ୍ରସଂଗ ସଂପର୍କିତ ମାମଲା ଆଜି ନୂଆ ମୋଡ ନେଇଛି। ଏହି ପ୍ରସଂଗକୁ ଆଲୋଚନା ମାଧ୍ୟମରେ ଆପୋସ ସମାଧାନ ପାଇଁ ହାଇକୋର୍ଟ ସମସ୍ତ ପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।

୨୧- କରୋନା ଚିତ୍ର : ଘାତକ ହେଲା ଅଗଷ୍ଟ, ମାସକରେ ୭୧ହଜାରରୁ ଅଧିକ ସଂକ୍ରମିତ, ୩୧୫ ମୃତ
◆ଭୁବନେଶ୍ୱର : କରୋନା ଲଢ଼େଇ ଜୋରଦାର ହେଉଥିବା ବେଳେ ଘାତକ ସାଜିଲା ଅଗଷ୍ଟ ମାସ। କେବଳ ଏହି ମାସରେ ହିଁ ରାଜ୍ୟରେ ୭୧ହଜାରରୁ ଅଧିକ ‌କରୋନା ଆକ୍ରାନ୍ତ ହୋଇଛନ୍ତି। ଯାହାକି ରାଜ୍ୟର ସମୁଦାୟ ସଂକ୍ରମଣର ୬୭ ପ୍ରତିଶତ ବୋଲି ଜଣାପଡ଼ିଛି।

୨୨-ଭୁବନେଶ୍ୱର : ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ଶହ ଟପିଛି। ଆଜି ସରକାରୀ ଭାବେ ଆଉ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ଘୋଷଣା ପରେ ରାଜ୍ୟରେ ଏହି ସଂଖ୍ୟା ୫୦୩ରେ ପହଞ୍ଚିଛି।

୨୩- ଭାରତର ପ୍ରତିରୋଧକୁ ଚୀନ୍‌ର ପ୍ରତିବାଦ, ଭାରତୀୟ ସେନା ଅତିକ୍ରମଣ କରିଛି ବୋଲି ପାଲଟା ଅଭିଯୋଗ
◆ନୂଆଦିଲ୍ଲୀ : ପାଙ୍ଗଙ୍ଗ ସୋ ହ୍ରଦର ଦକ୍ଷିଣ ପାର୍ଶ୍ବରେ ଗତ ୨୯ ତାରିଖ ରାତିରେ ଚୀନ ସେନା ଦ୍ବାରା ପ୍ରକୃତ ନିୟନ୍ତ୍ରଣ ରେଖାର ସ୍ଥିତାବସ୍ଥାରେ ପରିବର୍ତ୍ତନ ଉଦ୍ୟମକୁ ଭାରତୀୟ ଯବାନମାନେ ଦୃଢ଼ ପ୍ରତିରୋଧ କରିଥିଲେ। ଚୀନ ସୈନିକମାନଙ୍କ ଏକତରଫା ଭାବେ ନିରପେକ୍ଷ ଅଞ୍ଚଳ ଅତିକ୍ରମଣ ଉଦ୍ୟମକୁ ଭାରତୀୟ ସୈନିକମାନେ ପଣ୍ଡ କରି ଦେଇଛନ୍ତି ବୋଲି ସୋମବାର ଭାରତୀୟ ସେନା ପକ୍ଷରୁ ଘୋଷଣା କରାଯାଇଥିଲା।

୨୪- ଚୀନକୁ ସବୁକ୍ଷେତ୍ରରେ ବିରୋଧ କରିବ ଆମେରିକା
◆ନୂଆଦିଲ୍ଲୀ : ଭାରତ ସହିତ ଏପରି ବିସ୍ତାରିତ ସୀମା ଦାବି ସମେତ ଚୀନ୍‌ର ଯାବତୀୟ ଆକ୍ରାମଣାତ୍ମକ କାର୍ଯ୍ୟକ୍ରମକୁ ଆମେରିକା ବିରୋଧ କରିବ ବୋଲି ଆମେରିକା ବୈଦେଶିକ ମନ୍ତ୍ରଣାଳୟର ଉପସଚିବ ଷ୍ଟିଫେନ୍‌ ବିଗେନ୍‌ କହିଛନ୍ତି।

୨୫- ରାଜନାଥ ଡାକିଲେ ଉଚ୍ଚସ୍ତରୀୟ ବୈଠକ
◆ନୂଆଦିଲ୍ଲୀ : ଚୀନ ସେନାର ଅତିକ୍ରମଣ ଉଦ୍ୟମ ଯୋଗୁଁ ପୂର୍ବ ଲଦାଖରେ ଦେଖାଦେଇଥିବା ଅପ୍ରୀତିକର ପରିସ୍ଥିତିର ସମୀକ୍ଷା ଏବଂ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଡକାଇଥିଲେ। ଏଥିରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର, ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ୍‌ ଡୋଭାଲ, ସିଡିଏସ୍‌ ବିପିନ୍‌ ରାଵତ, ସ୍ଥଳସେନା ମୁଖ୍ୟ ଏମ୍‌ ଏମ୍‌ ନରଵଣେ ଏବଂ ସାମରିକ ଅଭିଯାନର ମହାନିର୍ଦ୍ଦେଶକ ଲେ. ଜେ. ପରମଜିତ୍‌ ସିଂହ ପ୍ରମୁଖ ଯୋଗଦେଇଥିଲେ।

୨୬- ନିର୍ବାଚନ ଆୟୁକ୍ତ ଦାୟିତ୍ବ ନେଲେ ରାଜୀବ କୁମାର
◆ନୂଆଦିଲ୍ଲୀ : ପୂର୍ବତନ ଅର୍ଥ ସଚିବ ତଥା ୧୯୮୪ ବ୍ୟାଚ୍‌ ଝାଡ଼ଖଣ୍ଡ କ୍ୟାଡର ଆଇଏଏସ୍‌ ଅଧିକାରୀ ରାଜୀବ କୁମାର ମଙ୍ଗଳବାର ଦେଶର ନୂତନ ନିର୍ବାଚନ ଆୟୁକ୍ତ ଭାବେ ଯୋଗଦେଇଛନ୍ତି।

୨୭- ଏଲ୍‌ପିଜି ସବ୍‌ସିଡି ବନ୍ଦ
◆ନୂଆଦିଲ୍ଲୀ : ଏଲ୍‌ପିଜି ସିଲିଣ୍ଡର ଉପରେ ଆଉ ସବ୍‌ସିଡି ମିଳୁନାହିଁ। ଏହା ବନ୍ଦ ହୋଇଯାଇଛି। ସିଲିଣ୍ଡର ପିଛା ଦରରେ ନିୟମିତ ବୃଦ୍ଧି ଘଟିବା ଓ ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ ପାଇବାରୁ ଏଲ୍‌ପିଜି ଉପରେ ଆଉ ସବ୍‌ସିଡି ଦେବାକୁ ପଡ଼ୁନାହିଁ। ଅଣ-ସବ୍‌ସିଡି ଏଲ୍‌ପିଜି ସିଲିଣ୍ଡର ଦାମ୍ ଏବେ ୫୯୪ ଟଙ୍କାକୁ ହ୍ରାସ ପାଇଛି।

୨୮- ଡିଜେଲ ବିକ୍ରି କମିଲା, ପେଟ୍ରୋଲ୍ ବଢ଼ିଲା
◆ନୂଆଦିଲ୍ଲୀ : ଅଗଷ୍ଟ ମାସରେ ଦେଶରେ ଡିଜେଲ୍ ବିକ୍ରି ୧୨ ପ୍ରତିଶତ ହ୍ରାସ ପାଇଥିବା ବେଳେ ପେଟ୍ରୋଲ୍ ବିକ୍ରିରେ ବୃଦ୍ଧି ଘଟିଛି। ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଲକ୍‌ଡାଉନ୍‌ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା, ଦରରେ ବୃଦ୍ଧି ଓ ଅର୍ଥନୈତିକ କାର୍ଯ୍ୟକଳାପ ମନ୍ଥର ରହିଥିବାରୁ ଡିଜେଲ୍ ବିକ୍ରି ହ୍ରାସ ପାଇଛି। ମାତ୍ର ପେଟ୍ରୋଲ୍ ବିକ୍ରିରେ ୫.୫ ପ୍ରତିଶତର ବୃଦ୍ଧି ହୋଇଛି। କ୍ରମାଗତ ଦ୍ବିତୀୟ ମାସ ପାଇଁ ଡିଜେଲ୍ ବିକ୍ରି ହ୍ରାସ ପାଇଛି। ମାତ୍ର ଗତବର୍ଷର ଅଗଷ୍ଟ ତୁଳନାରେ ଚଳିତ ବର୍ଷ ପେଟ୍ରୋଲ୍ ବିକ୍ରି ୮.୫ ପ୍ରତିଶତ ଓ ଡିଜେଲ୍ ବିକ୍ରି ୨୨ ପ୍ରତିଶତ କମ୍ ରହିଛି। ଦେଶରେ ବିକ୍ରି ହୋଇଥିବା ମୋଟ ତୈଳ ମଧ୍ୟରୁ ୪୦ ପ୍ରତିଶତ ହେଉଛି ଡିଜେଲ୍।

୨୯- ଅଗଷ୍ଟରେ ୮୬,୪୪୯ କୋଟି ଜିଏସ୍‌ଟି ଆଦାୟ
◆ନୂଆଦିଲ୍ଲୀ : ଦେଶରେ ଗତମାସରେ ୮୬୪୪୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ଚଳିତବର୍ଷ ଜୁଲାଇ ମାସ ତୁଳନାରେ ଅଗଷ୍ଟ ମାସର ଜିଏସଟି ଆଦାୟ ପ୍ରାୟ ୧ ପ୍ରତିଶତ ହ୍ରାସ ଘଟିଛି। ଜୁଲାଇରେ ଦେଶର ଜିଏସଟି ଆଦାୟ ରାଶି ୮୭୪୨୨ କୋଟି ଟଙ୍କା ରହିଥିଲା। ତେବେ ଗତବର୍ଷ ଅଗଷ୍ଟ ତୁଳନାରେ ଚଳିତବର୍ଷ ଅଗଷ୍ଟରେ ଜିଏସ୍‌ଟି ଆଦାୟ ରାଶିରେ ୧୨ ପ୍ରତିଶତ ହ୍ରାସ ଘଟିଛି। ଗତବର୍ଷ ଅଗଷ୍ଟ ମାସରେ ଦେଶର ଜିଏସଟି ଆଦାୟ ରାଶି ୯୮୨୦୨ କୋଟି ଟଙ୍କା ଥିଲା ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

୩୦- ପାରାଦୀପରେ ଆଇଓସିଏଲ୍‌ ନିବେଶ କରିବ ଆଉ ୧୨୬୮ କୋଟି
◆ନୂଆଦିଲ୍ଲୀ : ଭାରତୀୟ ତୈଳ ନିଗମ ଲିମିଟେଡ(ଆଇଓସିଏଲ୍‌) ପକ୍ଷରୁ ପାରାଦୀପରେ ଆଉ ୧୨୬୮ କୋଟି ଟଙ୍କା ନିବେଶ କରାଯିବ। କମ୍ପାନି ପାରାଦୀପସ୍ଥିତ ତୈଳ ବିଶୋଧନାଗାର ପରିସରରେ ଏକ ନିଡଲ୍‌ କୋକର ୟୁନିଟ୍‌ ସ୍ଥାପନ ପାଇଁ ଏହି ଅର୍ଥ ନିବେଶ କରିବ। ଏହି ୟୁନିଟ୍ ସ୍ଥାପନ ପାଇଁ କମ୍ପାନିର ବୋର୍ଡ ପ୍ରଥମ ପର୍ଯ୍ୟାୟ ମଞ୍ଜୁରି ପ୍ରଦାନ କରିଛି।

୩୧- କରୋନା ପରୀକ୍ଷା ପାଇଁ ୧୦ କୋଟି ଖର୍ଚ୍ଚ କରିବ ବିସିସିଆଇ
◆ନୂଆଦିଲ୍ଲୀ : ୟୁଏଇରେ ଆୟୋଜିତ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଅବସରରେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ୨୦,୦୦୦ରୁ ଅଧିକ କରୋନା ପରୀକ୍ଷା ପରିଚାଳନା କରିବ। ଏ ବାବଦରେ ବିସିସିଆଇ ମଧ୍ୟ ପାଖାପାଖି ୧୦ କୋଟି ଟଙ୍କା ବ୍ୟୟ କରିବ ବୋଲି ଅଟକଳ କରିଛି।

୩୨- ବିଦ୍ୟୁତ ରାଜସ୍ବ ଆଦାୟ କ୍ଷତି ୩୦%କୁ ବୃଦ୍ଧି; ଡିସେମ୍ବର ସୁଦ୍ଧା ଘରୋଇକରଣ ହେବ ତିନି ବିଦ୍ୟୁତ ବିତରଣକାରୀ କମ୍ପାନୀ
◆ଭୁବନେଶ୍ବର:ଖୁବ୍‌ ଶୀଘ୍ର ଘରୋଇକରଣ ହେବ ରାଜ୍ୟର ତିନୋଟି ବିଦ୍ୟୁତ ବିତରଣକାରୀ କମ୍ପାନୀ । ଚଳିତବର୍ଷ ଡିସେମ୍ବର ସୁଦ୍ଧା ଏହି ଘରୋଇକରଣ କାର୍ଯ୍ୟ ସମ୍ପନ୍ନ ହେବ। ରାଜ୍ୟ ସରକାର ଏହି ତିନୋଟି ବିଦ୍ୟୁତ ବିତରଣକାରୀ କମ୍ପାନୀର ଘରୋଇକରଣ କରିବାକୁ ନିଷ୍ପତ୍ତି ନେଇଥିବା ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ ସୂଚନା ଦେଇଛନ୍ତି।

୩୩- ଆଜି ଗୋଟିଏ ଦିନରେ କୃଷି, ଐତିହ୍ୟ ଓ ରାଜ୍ୟ କ୍ୟାବିନେଟ୍‌
◆ଭୁବନେଶ୍ବର : ଆସନ୍ତାକାଲି ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ୩ଟି କ୍ୟାବିନେଟ୍‌ ବୈଠକ। ଭିଡିଓ କନଫରେନ୍‌ସିଂ ଜରିଆରେ ସନ୍ଧ୍ୟା ୫ଟା ୪୫ ମିନିଟ୍‌ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଗୋଟିଏ ପ୍ରସ୍ତାବ ଆସିବ ବୋଲି ଜଣାପଡ଼ିଛି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗୋଟିଏ ଅଧ୍ୟାଦେଶ ଜାରି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ପରେ ପରେ କୃଷି ଓ ଐତିହ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୨/୯)