ଆଜି ସଂକ୍ଷେପରେ…(୦୨/୧୦)

୧-ଆଜି ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜନ୍ମତିଥିରେ ରାଜଘାଟରେ ପ୍ରଧାନମନ୍ତ୍ରୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶ୍ରଦ୍ଧାସୁମନ ।

୨-ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ତଙ୍କ ପତ୍ନୀ କ୍ୱାରେଣ୍ଟାଇନରେ ରହିବେ ବୋଲି ସୂଚନା ଦେଲେ ଖୋଦ୍ ରାଷ୍ଟ୍ରପତି ଟ୍ରମ୍ପ । ସହକର୍ମୀ ହୋପ୍ ହିକ୍ସଙ୍କ କରୋନା ପଜିଟିଭ୍ ବାହାରିବା ପରେ ନିଷ୍ପତ୍ତି ।

୩-ଲଘୁଚାପରେ ପରିଣତ ହେଲା ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ  । ରାଜ୍ୟରେ ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା । ୫ ଜିଲ୍ଲାକୁ ଅରେଂଜ, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ।
୪-କୃଷି ବିଲକୁ ବିରୋଧ କରି ଅକ୍ଟୋବର ୩ ରୁ ୫ ତାରିଖଯାଏଁ ପଞ୍ଜାବର ରାଜ୍ୟବ୍ୟାପୀ ହେବାକୁ ଥିବା ଟ୍ରାକ୍ଟର ର‌୍ୟାଲିରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଯୋଗ ଦେବେ ।

୫-ରାଜ୍ୟ ସରକାରଙ୍କ ଅକ୍ଟୋବର ଗାଇଡଲାଇନ୍ : ଅକ୍ଟୋବର ୩୧ ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ଓ ସିନେମା ହଲ୍ ।

୬-ବିଧାନସଭା ଆଗରେ ଉତ୍ତେଜନା : ମା ବେକରେ ଛୁରୀ ଲଗାଇଲା ପୁଅ, ବହୁ ସମୟ ଧରି ରାଜରାସ୍ତାରେ ହାଇଡ୍ରାମା; ନାକେଦମ ପରେ କାବୁକଲା ପୁଲିସ।

୭-ବିଧାନସଭାରେ ବିଜୁଳି ତାତି : ବିରୋଧି କହିଲେ ବଡ ମାଛ ପାଇଁ ଛୋଟକୁ ବଳି ଦେଉଛନ୍ତି ସରକାର, ୪ ବିଦ୍ୟୁତ କମ୍ପାନୀ ଓ ୨୬ ଶିଳ୍ପ ସଂସ୍ଥାକୁ କାହିଁକି ଅନୁକମ୍ପା ?

୮-ଓଜେଇଇ ପରୀକ୍ଷା ଦୈନିକ ତିନିଟି ସିଫ୍‌ଟରେ ହେବ। ଅକ୍ଟୋବର ୧୨ରୁ ୧୯ ତାରିଖ ଯାଏ ହେବ ଓଜେଇଇ ପରୀକ୍ଷା। 

୯-ଆଇପିଏଲ୍ ଟକ୍କର: ମୁମ୍ବାଇ ଇଣ୍ଡିଆନ୍ସର ଦ୍ୱିତୀୟ ବିଜୟ, ୪୮ ରନର ବଡ଼ ବ୍ୟବଧାନରେ ପଞ୍ଜାବକୁ ହରାଇଲା ରୋହିତ୍ ବାହିନୀ । 

୧୦-ଆସିଲା ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ: ମେରୁଦଣ୍ଡ ଭାଙ୍ଗିବା ସହ ଅନେକ ଥର ବେକ ଚିପିବାକୁ କରାଯାଇଥିଲା ଉଦ୍ୟମ

୧୧-୩ ଅକ୍ଟୋବରରେ ବିଶ୍ୱର ଦୀର୍ଘତମ ଅଟଳ ଟନେଲର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ।

୧୨-ଏଣିକି ଇ-ପେମେଣ୍ଟରେ ଦାଖଲ କରିହେବ କୋର୍ଟ ଫି।

୧୩-ପୁଲିସ ସହ ଧସ୍ତାଧସ୍ତି ବେଳେ ତଳେ ପଡିଗଲେ ରାହୁଲ ଗାନ୍ଧୀ । ହାଥରସରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ବେଳେ ଅଧାବାଟରେ ଅଟକାଇଲା ପୁଲିସ ।

୧୪-ଏଲ୍‌ଓସିରେ ରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଙ୍ଘନ – ତିନି ଯବାନ ସହିଦ ୫ ଆହତ, ଭାରତ ଦେଉଛି ଉପଯୁକ୍ତ ଜବାବ।

୧୫-+୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି ବଢ଼ିଲା – ଅକ୍ଟୋବର ୬ ଯାଏଁ ଚାଲିବ ଆଡମିସନ୍।

୧୬-ଲକ୍‌ଡାଉନ୍ ଯୋଗୁଁ ବାତିଲ ହୋଇଥିବା ବିମାନର ପୂର୍ଣ୍ଣ ଟିକେଟ୍ ମୂଲ୍ୟ ଫେରସ୍ତ ଲାଗି ‘ଡିଜିସିଏ’ର ଯୋଜନାକୁ ସୁପ୍ରିମ୍ କୋର୍ଟଙ୍କ ମଞ୍ଜୁରି।

୧୭-କେବଳ ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଖାତାଦେଖା ପାଇଁ ସ୍କୁଲ୍, କଲେଜ୍ ଓ ବିଶ୍ୱବିଦ୍ୟାଳୟ ଖୋଲିପାରିବ।ଅନଲାଇନ୍ ଜରିଆରେ ପୂର୍ବଭଳି ଶିକ୍ଷାଦାନ ଚାଲୁରହିବ। ଅଧା ଶିକ୍ଷକ ଓ ଅଣ ଶିକ୍ଷକ ସ୍କୁଲ୍ ଓ କଲେଜ ଆସିପାରିବେ।

୧୮-ଭାରତରେ ଦୈନିକ ରିପୋର୍ଟ ହେଉଛି ୮୭ଟି ଦୁଷ୍କର୍ମ ଘଟଣା: ‘ଏନ୍‌ସିଆର୍‌ବି’ ଡାଟା।

୧୯-ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ ସଭାକୁ ଏକାଠି ହେବାକୁ ମନା କରାଯାଇଛି।

୨୦-ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଅତି ବେଶିରେ ୧୦୦ ଲୋକ ଏକାଠି ହେବାକୁ ଅନୁମତି ଦିଆଯାଇଛି।

୨୧-ମାସ୍କ, ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ। ଆରୋଗ୍ୟ ସେତୁ ଆପ୍ ଡାଇନଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨୨. ସମସ୍ତ ପ୍ରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ କଟକଣା ଲଗାଯାଇଛି।
୨୩. ଲାଗୁ ହେଲା ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ, ୟୁନିଟ୍ ପିଛା ବଢ଼ିଲା ୨୦ ପଇସା।
୨୪. କଙ୍ଗନା ରଣାୱତଙ୍କ ପରେ ବିଜେପି ସାଂସଦ ତଥା ଭୋଜପୁରୀ ଅଭିନେତା ରବି କିଶନଙ୍କୁ ୱାଇ+ ସୁରକ୍ଷା ପ୍ରଦାନ କରାଗଲା । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧନ୍ୟବାଦ ଜଣାଇଲେ ।
୨୫. ମହାମାରୀ କରୋନା ସମୟରେ ବଲିଉଡ ଫିଲ୍ମ ‘ବେଲ୍ ବଟମ୍‌’ ସୁଟିଂ ଶେଷ । ଏପ୍ରିଲ ୨୦୨୧ ରେ ଏହା ରିଲିଜ୍ ହେବ ବୋଲି ସୂଚନା । ଅକ୍ଷୟ କୁମାର, ବାଣୀ କପୁର ଓ ହ୍ୟୁମା କ୍ୟୁରେସୀଙ୍କୁ ଏଥିରେ ଦେଖିବାକୁ ମିଳିବ ।
୨୬. ୩୧ ଅକ୍ଟୋବରରେ ଦେଖାଯିବ ‘ନୀଳଜହ୍ନ’, ୭୬ ବର୍ଷ ପରେ ବିରଳ ମହାଜାଗତିକ ଦୃଶ୍ୟ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୨/୧୦)