ଆଜି ସଂକ୍ଷେପରେ…(୦୧/୦୯)

୧- ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ ଙ୍କ ପରଲୋକ, ଦେଶରେ ଶୋକ ର ଛାୟା।ସାତ ଦିନ ରାଷ୍ଟ୍ରୀୟ ଶୋକ।

୨-ଓଡିଶାରୁ ହଟିଲା ନାଇଟ୍ କର୍ଫ୍ୟୁ । ନୂଆ ଗାଇଡଲାଇନରେ ରାତ୍ରୀକାଳୀନ କର୍ଫ୍ୟୁ ଉଠାଇଲେ ରାଜ୍ୟ ସରକାର । ପୂର୍ବରୁ ନାଇଟ୍ କର୍ଫ୍ୟୁ ହଟାଇଥିଲେ କେନ୍ଦ୍ର ସରକାର।

୩-ସେପ୍ଟେମ୍ବର ୧ରୁ ପାସେଞ୍ଜର ବସ୍ ଚାଲିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ।

୪-ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ସେପ୍ଟମ୍ବର ୩୦ ତାରିଖ ମଧ୍ୟରେ ୟୁଜି-ପିଜି ଶେଷ ବର୍ଷର ଫାଇନାଲ୍ ସେମିଷ୍ଟର ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହାଛଡ଼ା ଅକ୍ଟୋବର ୩୧ ତାରିଖ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ।

୫-ବନ୍ୟାଞ୍ଚଳ ପରିଦର୍ଶନ ପରେ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ ଓ ୫୦୦ ଟଙ୍କା।

୬-କୃଷି ମନ୍ତ୍ରୀ ଅରୁଣ ସାହୁ କରୋନା ସଂକ୍ରମିତ।

୭-ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ନାମ ପଞ୍ଜିକରଣ ଅବଧି ବୃଦ୍ଧି ପାଇଛି। ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୭କୁ ଅବଧି ବୃଦ୍ଧି କରାଯାଇଛି। 

୮-+୨ ନାମଲେଖା ଆବେଦନ ଅବଧି ବଢ଼ାଇଲେ ରାଜ୍ୟ ସରକାର; ବନ୍ୟା ଦୃଷ୍ଟିରୁ ଆବେଦନ ଅବଧି ବଢ଼ାଯାଇଥିବା କହିଲେ ଗଣଶିକ୍ଷା ମନ୍ତ୍ରୀ,ସେପ୍ଟେମ୍ବର ୪ ପରିବର୍ତ୍ତେ ସେପ୍ଟେମ୍ବର ୧୧ ଯାଏ ବୃଦ୍ଧି କଲେ ସରକାର।

୯-ଅନ୍ତର୍ଜାତୀୟ ବିମାନ ଯାତ୍ରା ଉପରେ ସେପ୍ଟେମ୍ବର 30 ପର୍ଯ୍ୟନ୍ତ କଟକଣା।

୧୦-କରୋନାକୁ ନେଇ ଆସିଲା ଭଲ ଖବର । ଖୁବଶୀଘ୍ର ଭୁବନେଶ୍ୱର ସମ୍ ହସ୍ପିଟାଲରେ ହେବ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ।

୧୧-ଭୁବନେଶ୍ବରରେ ଆଡମ୍ବରଶୂନ୍ୟ ପୂଜା, ବାଲୁବଜାର ପୂଜା ମଣ୍ଡପକୁ ଅନୁମତି।

୧୨-ଜୁଲାଇ ମାସକୁ ମିଶାଇ କ୍ରମାଗତ ୫ ମାସ ହେବ ଆଠଟି ପ୍ରମୁଖ ଶିଳ୍ପର ଉତ୍ପାଦନ ହ୍ରାସ ପାଇଛି ଥିବା କଥା ସୋମବାର ଦିନ ସରକାରୀ ତଥ୍ୟରୁ ଜଣାପଡ଼ିଛି। 

୧୩-ଓଡ଼ିଶାରେ ମହିଳାଙ୍କ ନେତୃତ୍ବାଧୀନ ସଂସ୍ଥାଗୁଡ଼ିକର ବିକାଶ ପାଇଁ ଫିକି ଓଡ଼ିଶା ରାଜ୍ୟ ଚାପ୍ଟର ପକ୍ଷରୁ ‘ଓଡ଼ିଶା ୫୦’ ଅଭିଯାନକୁ ଭର୍ଚୁଆଲ୍ ମାଧ୍ୟମରେ ଉନ୍ମୋଚନ କରାଯାଇଛି।

୧୪-ଜାତୀୟ ପତାକା ଅର୍ଧନମିତ: ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଶୋକ।

୧୫-ଅଗଷ୍ଟରେ ୪୬.୯% ବେଶୀ ବର୍ଷା: ୪୪ଟି ବ୍ଲକରେ ନିଅଣ୍ଟିଆ ବର୍ଷା।

୧୬-ଫସିଗଲେ ମାଲ୍ୟା; ଖସିବା ବାଟ ବନ୍ଦ: ଅକ୍ଟୋବର ୫ ଅପରାହ୍ନ ୨ ଟାରେ ବ୍ୟକ୍ତିଗତ ଭାବେ ହାଜର ହେବେ ସୁପ୍ରିମ୍‌ କୋର୍ଟରେ।

୧୭-ସୁପ୍ରିମ କୋର୍ଟଙ୍କ ରାୟକୁ ‘କୃତଜ୍ଞତାର ସହ ଗ୍ରହଣ କରି’ ୧ ଟଙ୍କାର ଜରିମାନା ଭରିଲେ ପ୍ରଶାନ୍ତ ଭୂଷଣ।

୧୮-ବଲାଙ୍ଗୀର: କରୋନା ଆକ୍ରାନ୍ତ ଭାବି ଅଧ୍ୟାପକଙ୍କ ଆତ୍ମହତ୍ୟା।

୧୯-ଭାରତୀୟ ସେନାକୁ ଅକ୍ଟୋବରରେ ମିଳିବ ଏକେ-୨୦୩ ରାଇଫଲ, ୮୦୦ମିଟର ଦୂର ନିଶାଣକୁ କରିହେବ ଭେଦ।

୨୦-ସେପ୍ଟେମ୍ବର ୧୧ ତାରିଖରେ ‘ଡିସ୍‌କଭରି ପ୍ଲସ୍‌ ଆପ୍‌’ରେ ଏବଂ ସେପ୍ଟେମ୍ବର ୧୪ରେ ଡିସ୍‌କଭରି ଚାନେଲ୍‌ରେ ପ୍ରଦର୍ଶୀତ ହେବାକୁ ଯାଉଥିବା ‘ଇଣ୍ଟୁ ଦି ୱାଇଲ୍‌ଡ୍ ୱିଥ୍‌ ବେୟର୍‌ ଗ୍ରିଲ୍‌ସ୍’ର ଆଗାମୀ ଅଧ୍ୟାୟର ଟ୍ରେଲର୍‌ ସେୟାର୍‌ କରିଛନ୍ତି ଅଭିନେତା ଅକ୍ଷୟ କୁମାର। 

୨୧-ଆଜିଠାରୁ ରାଜ୍ୟର ୨୬ଟି କେନ୍ଦ୍ରରେ ଆରମ୍ଭ ହେଉଛି JEE ମେନ୍‌ ପରୀକ୍ଷା ।

୨୨-ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସଂସଦ ଅଧିବେଶନ, ଜାରି ହେଲା ବିଜ୍ଞପ୍ତି ।

୨୩-ବଦଳିଲେ ୨୫ ବରିଷ୍ଠ ଓଏଏସ୍ ଅଧିକାରୀ; ଦୟାନିଧି ନାୟକ କୃଷି ଓ ମେରୀ ଲାକ୍ରା ଅବକାରୀ ବିଭାଗ ଅତିରିକ୍ତ ସଚିବ।

୨୪-ବନ୍ୟା କ୍ଷତିଗ୍ରସ୍ତ ପରିବାରକୁ ମିଳିବ ୫୦ କେଜି ଚାଉଳ ଓ ୫୦୦ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

୨୫-ପିନାକ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ଭାରତୀୟ କମ୍ପାନୀ ସହ ପ୍ରତିରକ୍ଷା ମନ୍ତ୍ରଣାଳୟର ୨୫୮୦ କୋଟି ଟଙ୍କାର ଚୁକ୍ତି ।

୨୬-ଖତ୍ରୋଁ କେ ଖିଲାଡି: ମେଡ୍ ଇନ୍ ଇଣ୍ଡିଆ’ ଜିତିଲେ ଟେଲି ଅଭିନେତ୍ରୀ ନିଆ ଶର୍ମା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସଂକ୍ଷେପରେ…(୦୧/୦୯)