୧.ଆଜି ୭୫ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ । ଏଥି ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୨୮୫୬ । ୨. କୋବିଦ ଆଣିଲା ସଂକଟ, ରାଜ୍ୟରେ ରାଜସ୍ୱ ସଂଗ୍ରହ ବାଧାପ୍ରାପ୍ତ । ୩. ଅଲାରନାଥରେ ୧୪୪ ଧାରା ଜାରି । ସୀମିତ ସେବାୟତରେ ନୀତିକାନ୍ତି, ଶ୍ରଦ୍ଧାଳୁଙ୍କୁ ଅଣସର ଦର୍ଶନ ବି ମନା । ୪. ପ୍ରବାସରୁ ଫେରିଥିବା ଲୋକେ ୧୦୪ ରୁ କଲ ଗଲେ ଉଠାନ୍ତୁ, ନହେଲେ ନିଆଯିବ ଆଇନଗତ କାର୍ଯ୍ୟାୁଷ୍ଠାନ:ସ୍ୱାସ୍ଥ୍ୟମନ୍ତ୍ରୀ । ୫. ୪୮ ଘଣ୍ଟା ଭିତରେ ବଙ୍ଗୋପସାଗରରେ ଲଘୁଚାପ । ୧୦ ରୁ ପ୍ରବଳ ବର୍ଷା ସମ୍ଭାବନା । ୬. ଆଜି ବସିବ ରାଜ୍ୟ କ୍ୟାବେନେଟ ବୈଠକ । ପର୍ଯ୍ୟଟନ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସସ୍କୃତି ବିଭାଗର କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିପାରେ । ୭. ଜୁନ୍ ଶେଷ ସପ୍ତାହରେ ହେବ ବି.ଟେକ୍ ପରୀକ୍ଷା । ଅଫଲାଇନ୍ ହେବ ପରୀକ୍ଷା, ଜୁଲାଇ ୧୫ ସୁଦ୍ଧା ଫଳାଫଳ ଘୋଷଣା ହୋଇପାରେ । ୮.କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ପାଇଁ କିସ୍ ଓ କିଟ ସବୁବେଳେ ରହିଛି: ଅଚ୍ୟତ ସାମନ୍ତ । ୯. କଳାହାଣ୍ଡି: ୫୦ ହଜାର ଟଙ୍କା ଲାଂଚନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଥୂଆମୂଳ ରାମପୁର ଥାନା ଏଏସ୍ଆଇ । ୧୦. ବସଯାତ୍ରୀମାନଙ୍କ ପାଇଁ ଖୁୁସି ଖବର । ସୋମବାରଠାରୁ ଗଡ଼ିବ ରାଜ୍ୟ ପରିବହନ ନିଗମର ବସ୍ ।
ଆଜି ସଂକ୍ଷେପରେ…(୦୭/୬)
