ଆଜି ସନ୍ଧ୍ୟା ୬ ଟାରେ ନୀରବ ପ୍ରାର୍ଥନାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

(୦୫/୮) ଆଜି ସନ୍ଧ୍ୟା ୬ ଟା ସମୟରେ କୋଭିଡ୍ ଯୋଦ୍ଧାମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ସେ କରିଥିବା ଅନୁରୋଧରେ ଲେଖିଛନ୍ତି ଯେ, ମାନବ ଜାତି ବର୍ତ୍ତମାନ ସବୁଠାରୁ କଠିନ ସମୟ ଦେଇ ଗତ କରୁଛି । ଗତ ୫ ମାସ ହେଲା ଏହି ସଂଗ୍ରାମ ଜାରି ରହିଛି । ରାଜ୍ୟର ଲୋକଙ୍କ ସହଯୋଗ ଏହି କୋଭିଡ୍ ବିରୁଦ୍ଧରେ ଲଢ଼େଇ କରିବାକୁ ଆହୁରି ସାହସ ଯୋଗାଇଛି । ମାନବ ସମାଜ ପାଇଁ ଅନେକ ଯୋଦ୍ଧା ନିଜର ପ୍ରାଣବଳି ଦେଇଛନ୍ତି । ମାନବ ଜାତି ପାଇଁ ସେମାନଙ୍କ ଏବି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ସହ ସମ୍ମାନ ଜଣାଇ ଆଜି ସନ୍ଧ୍ୟା ୬ ଟା ସମୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା ଏବଂ ଶପଥ ପାଠରେ ତାଙ୍କ ସହ ସାମିଲ୍ ହେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଆଜି ସନ୍ଧ୍ୟା ୬ ଟାରେ ନୀରବ ପ୍ରାର୍ଥନାରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ