(୨୬/୯) ଆଜି ରାଜ୍ୟରେ ୪୩୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏମାନଙ୍କୁ ଭିତରୁ ୨୫୨୯ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ ୧୮୨୭ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି । ତେବେ ଆଜି ଖୋର୍ଦ୍ଧାରେ ରେକର୍ଡ଼ ସଂଖ୍ୟକ ୯୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ରେକର୍ଡ଼ ସଂଖ୍ୟକ ୧୬ ଜଣ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଆଜିର ସର୍ବାଧିକ ଆକ୍ରାନ୍ତଙ୍କ ମଧ୍ୟରେ କଟକର ୪୦୯, ଅନୁଗୁଳର ୧୯୭, ବାଲେଶ୍ୱରର ୧୯୪, ନୂଆପଡ଼ାର ୧୭୩, ଜଗତସିଂହପୁରର ୧୭୧, ପୁରୀର ୧୬୮, ମୟୁରଭଞ୍ଜର ୧୫୩, ଯାଜପୁରର ୧୩୬, ଭଦ୍ରକର ୧୨୪, ରାୟଗଡ଼ାର ୧୨୧, ଝାରସୁଗୁଡ଼ାର ୧୨୦, କେନ୍ଦ୍ରାପଡ଼ାର ୧୧୯, ବରଗଡ଼ର ୧୦୬ ଓ ସୁନ୍ଦରଗଡ଼ର ୧୦୧ ହୋଇଥିବାବେଳେ ତା ତଳକୁ ବଲାଙ୍ଗୀରର ୭୬, ବୌଦ୍ଧର ୪୯, ଦେବଗଡ଼ର ୧୪, ଢେଙ୍କାନାଳର ୮୪, ଗଜପତିର ୨୦, ଗଞ୍ଜାମର ୬୨, କଳାହାଣ୍ଡିର ୭୧, କନ୍ଧମାଳର ୯୧, କେନ୍ଦୁଝରର ୫୫, କୋରାପୁଟର ୮୨, ମାଲକାନଗିରିର ୨୮, ନବରଙ୍ଗପୁରର ୫୮, ନୟାଗଡ଼ର ୫୧, ସମ୍ବଲପୁରର ୮୧ ଓ ସୋନପୁରର ୧୪ ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି । ତେବେ ୩୨୬ ଜଣଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇ ନଥିବା ଜଣାପଡ଼ିଛି ।
ଆଜି ରାଜ୍ୟରେ ୪୩୫୬ କରୋନା ଆକ୍ରାନ୍ତ ଚିହ୍ନଟ ଓ ରାଜ୍ୟରେ ୧୬ ମୃତ, ଖୋର୍ଦ୍ଧାରେ ରେକର୍ଡ଼ ସଂଖ୍ୟକ ୯୦୨ ଜଣ ଚିହ୍ନଟ ।
