(୩୦/୯) ଆଜି ରାଜ୍ୟରେ ୩୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୯୧୧୯ହୋଇଛି । କ୍ୱାରେଣ୍ଟାଇନରୁ୨୦୧୭ ଜଣ ଏଥିରେ ଥିବାବେଳେ ସ୍ଥାନୀୟ୧୪୨୬ ଜଣ ଆକ୍ରାନ୍ତ ଅଛନ୍ତି । ଆଜିର ସର୍ବାଧିକ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାର ୬୦୧, କଟକର ୩୫୯, ବାଲେଶ୍ୱରର ୧୫୨, ମୟୁରଭଞ୍ଜର ୧୪୧, ପୁରୀର ୧୩୨, ଯାଜପୁରର ୧୩୦, ବଲାଙ୍ଗୀରର ୧୧୪, ବରଗଡ଼ର ୧୧୧, କନ୍ଧମାଳର୧୦୩, କେନ୍ଦ୍ରାପଡ଼ାର ୧୦୧, ଅନୁଗୁଳର ୧୦୦ ହୋଇଥିବାବେଳେ ତା ତଳକୁ ବୌଦ୍ଧର ୧୦, ନୟାଗଡ଼ର ୮୮, ଜଗତସିଂହପୁରର. ୭୮, ଝାରୁସଗୁଡ଼ାର ୭୭, ଦେବଗଡ଼ର ୧୩, କଳାହାଣ୍ଡିର ୭୬, ନୂଆପଡ଼ାର ୮୭, ନବରଙ୍ଗପୁରର ୮୯, ମାଲକାନଗିରିର ୨୯, ରାୟଗଡ଼ାର ୨୯, କୋରାପୁଟର ୫୨, ସୁନ୍ଦରଗଡ଼ର ୮୧,ସୋନପୁରର ୯୪, ଗଞ୍ଜାମର ୧୪, ଗଜପତିର ୧୮, ସମ୍ବଲପୁରର ୧୩୧, କେନ୍ଦୁଝରର ୯୭, ଭଦ୍ରକର ୯୫ ଓ ଢେଙ୍କାନାଳର ୪୭ ଜଣ ଆକ୍ରାନ୍ତ ଅଛନ୍ତି । ତେବେ ୧୫୪ ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଦିଆଯାଇ ନାହିଁ ।
ଆଜି ରାଜ୍ୟରେ ୩୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୯,୧୧୯ ହେଲା !
