(୨୩/୯) ଆଜି ରାଜ୍ୟରେ ୪୨୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଏ ଭିତରୁ ୨୪୮୫ ଜଣ ସଙ୍ଗରୋଧର ହୋଇଥିବାବେଳେ ୧୭୪୨ ଜଣ ସ୍ଥାନୀୟ ଲୋକ ହୋଇଥିବା ସୂଚନା ଦିଆଯାଇଛି । ଆଜିର ସର୍ବାଧିକ ଆକ୍ରାନ୍ତଙ୍କ ଭିତରେ ଖୋର୍ଦ୍ଧାର ୬୪୭, କଟକର ୫୭୭, ପୁରୀର ୨୧୯, ଝାରସୁଗୁଡ଼ାର ୨୦୫, ଯାଜପୁରର ୨୦୧, ଜଗତସିଂହପୁରର ୧୭୩, ବାଲେଶ୍ୱରର ୧୬୧, କେନ୍ଦ୍ରାପଡ଼ାର ୧୪୮, ମୟୁରଭଞ୍ଜର ୧୩୯, ଭଦ୍ରକର ୧୩୬, ସୋନପୁରର ୧୩୧, ବରଗଡ଼ର ୧୨୧, ନୂଆପଡ଼ାର ୧୧୫, ସମ୍ବଲପୁରର ୧୧୧, ଅନୁଗୁଳର ୧୧୦, ସୁନ୍ଦରଗଡ଼ର ୧୦୧ ଜଣ ହୋଇଥିବାବେଳେ ତା ତଳକୁ ବଲାଙ୍ଗୀରର ୬୭, ବୌଦ୍ଧର ୪୩, ଦେବଗଡ଼ର ୨୨, ନବରଙ୍ଗପୁର ଓ ଢେଙ୍କାନାଳର ୭୦ ଲେଖାଏଁ, ଗଜପତି ଓ କେନ୍ଦୁଝରର ୪୨ ଲେଖାଏଁ, ଗଞ୍ଜାମର ୭୧, କଳାହାଣ୍ଡିର ୫୭, କନ୍ଧମାଳର ୫୫, କୋରାପୁଟର ୮୯, ମାଲକାନଗିରିର ୪୪, ନୟାଗଡ଼ର ୫୦ ଓ ରାୟଗଡ଼ାର ୫୧ ଜଣ ମୋଟ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ ହୋଇଥିବାବେଳେ ୩୮,୫୪୬ ଜଣ ଏବେ ବି ଚିକିତ୍ସାଧିନ ଥିବା ଜଣାପଡ଼ିଛି । ତେବେ ଆଜି ରାଜ୍ୟରେ ରେକର୍ଡ଼ ସଂଖ୍ୟକ ୧୫ ଜଣ କରୋନା ଯୋଗୁଁ ମୃତ୍ୟୁ ବରଣ କରିଥିବବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୬ ହୋଇଛି । ତେବେ ଆଜି ସମଗ୍ର ଦେଶରେ ୧୦୫୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୯୦୦୨୦ ରେ ପହଂଚିଛି । ଦେଶରେ ଆଜି ୮୩,୫୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୮୭,୬୧୩ ହୋଇଥିବା ଜଣାପଡ଼ିଛି ।
ଆଜି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ ଓ ଦେଶରେ ମୃତ୍ୟୁ ସଂଖ୍ୟା ୯୦,୦୨୦ ରେ ପହଂଚିଲା !
