କରୋନା ମୁକାବିଲା ତଥା ଲକ୍ ଡାଉନ୍୍ କଟକଣା ପରପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧୀନସ୍ଥ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ୨୦୧୯-୨୦ ଶିକ୍ଷାବର୍ଷରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ବିଦ୍ୟାର୍ଥୀମାନଙ୍କୁ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯାଇଛି । ଏପରିକି ୯ମ ଶ୍ରେଣୀ ବିଦ୍ୟାର୍ଥୀମାନେ ବାର୍ଷିକ ପରୀକ୍ଷାରେ ରଖିଥିବା ନମ୍ବର, ଯେଉଁ ବିଷୟରେ ପରୀକ୍ଷା ହୋଇ ନାହିଁ ସେ ବିଷୟର ଅର୍ଦ୍ଧବାର୍ଷିକ ପରୀକ୍ଷାରେ ରଖିଥିବା ନମ୍ବରକୁ ବିଚାରକୁ ନେଇ ସେମାନଙ୍କୁ ଦଶମ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ । ଅର୍ଦ୍ଧବାର୍ଷିକ ପରୀକ୍ଷା ଦେଇ ନ ଥିଲେ ୟୁନିଟ ପରୀକ୍ଷାକୁ ବିଚାରକୁ ନିଆଯିବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଚଳିତବର୍ଷ ୧ମ ରୁ ୮ମ ଯାଏଁ ସମସ୍ତେ ଉତ୍ତୀର୍ଣ୍ଣ, ୯ମ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା।
