‘ଲଭ୍ ଜିହାଦ’ କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଟେଲିଭିଜନ ସୋ’ ହେଲା ବନ୍ଦ !


(୨୮/୮) ଆସାମର ଏକ ଟେଲିଭିଜନ ଚ୍ୟାନେଲର ଏକ ସୋ’ ଦୁଇ ମାସ ପାଇଁ ବନ୍ଦ କରି ଦିଆଯାଇଥିବା ଜାଣିବାକୁ ମିଳିଛି । ଏହି ଟେଲିଭିଜନ ସୋ’ ଟି ‘ଲଭ୍ ଜିହାଦ’ କୁ ପ୍ରୋତ୍ସାହନ ଦେଉଥିବା ହିନ୍ଦୁ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଥିଲା ଓ ଏହା ଆସାମର ସଂସ୍କୃତିର ପରିପନ୍ଥୀ ବୋଲି ଅଭିଯୋଗରେ ଦର୍ଶା ଯାଇଥିଲା । ଘଟଣାଟି ଦିନକୁଦିନ ଗମ୍ଭୀର ହେବାର ଦେଖି ସ୍ଥାନୀୟ ପ୍ରଶାସନ ଗତ ଅଗଷ୍ଟ ୨୪ ତାରିଖ ଦିନ ଏହି ଟେଲିଭିଜନ ସୋ ’ବେଗମ୍ ଜାନ୍‌’ କୁ ଦୁଇ ମାସ ପାଇଁ ବନ୍ଦ କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନୋରଞ୍ଜନ ଧର୍ମୀ ଟିଭି ଚ୍ୟାନେଲ-‘ରେଙ୍ଗୋନୀ’ ରେ ପ୍ରସାରଣ ହେଉଥିଲା, କିନ୍ତୁ ଏହି ଟେଲିଭିଜନ ସୋ’ ଟି ମାନବିକତାକୁ ପ୍ରୋତ୍ସାହନ ଦେଉଥିବା ଚ୍ୟାନେଲ ପକ୍ଷରୁ କୁହାଯାଇଛି । ଜୁଲାଇରେ ଦେଖା ଯାଇଥିବା ଏହାର ଏକ ସୋ’ ରେ ଜଣେ ହିନ୍ଦୁ ଯୁବତୀ କେମିତି ଜଣେ ମୁସଲମାନର ସହାୟତାରେ ନିଜ ସମାଜ ସହ ଲଢେଇ କରୁଥିଲା ତାହା ଦେଖାଯାଇଥିଲା । ଏହା ପରେ ଏହି ସୋ’ଟି ବିବାଦୀୟ ହୋଇ ଯାଇଥିଲା । ଗୌହାଟିର ପୋଲିସ କମିଶନର ଶ୍ରୀ ଗୁପ୍ତା ଗଣମାଧ୍ୟମକୁ କହିଛନ୍ତି ଯେ, ଜିଲ୍ଲାସ୍ତରୀୟ ୧୦ ଜଣିଆ ଲୋକଙ୍କ ଏକ କମିଟି ଗଠନ କରାଯାଇ ଏହି ସୋ’ ଉପରେ ଆଲୋଚନା କରାଯାଇଥିଲା । ଏହା ଧାର୍ମିକ ଭାବନାକୁ ଆଘାତ ପହଂଚାଉଥିଲା ବୋଲି ଅଭିଯୋଗ ହୋଇଥିଲା, ଫଳରେ ଅଂଚଳରେ ଯେପରି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପାଇଁ ଏହି ସୋ’ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ସ୍ଥାନୀୟ ପୋଲିସ୍ କମିଶନର କହିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ‘ଲଭ୍ ଜିହାଦ’ କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗରେ ଟେଲିଭିଜନ ସୋ’ ହେଲା ବନ୍ଦ !