ସଂସଦର ସ୍ଥାୟୀ କମିଟି ଫେସବୁକ ଇଣ୍ଡିଆର ପ୍ରବନ୍ଧ ନିର୍ଦ୍ଦେଶକଙ୍କଠାରୁ ୧୦୦ ଟି ପ୍ରଶ୍ନର ଉତ୍ତର ମାଗିଲେ


(୦୩/୯) ସଂସଦର ସ୍ଥାୟୀ କମିଟିର ଅଧ୍ୟକ୍ଷ ଶଶୀ ଥରୁର ସାମ୍ପ୍ରଦାୟିକ ଭେଦଭାବ ପୂର୍ଣ୍ଣ ବକ୍ତବ୍ୟ ଫେସବୁକରୁ ନ ହଟାଇବା ଘଟଣାକୁ ନେଇ ସ୍ଥାନୀୟ ଫେସବୁକ୍ ଅଧିକାରୀଙ୍କୁ କମିଟି ଆଗରେ ହାଜର ହେବାକୁ ନୋଟିସ୍ ଦେଇଥିଲେ । ଫଳରେ ଫେସବୁକ ଇଣ୍ଡିଆର ପ୍ରବନ୍ଧ ନିର୍ଦ୍ଦେଶକ ଅଜିତ ମୋହନ କମିଟି ଆଗରେ ବୁଧବାର ଦିନ ହାଜର ହୋଇଥିଲେ । କମିଟି ଫେସବୁକ ଇଣ୍ଡିଆକୁ ୧୦୦ ଟି ପ୍ରଶ୍ନ କରିଛି ଓ ଏହାର ଉତ୍ତର ଶୀଘ୍ର ଦେବାକୁ କୁହାଯାଇଛି । କମିଟି ଅଧ୍ୟକ୍ଷ ତଥା ସାଂସଦ ଶଶୀ ଥରୁର ଫେସବୁକରୁ ସାମ୍ପ୍ରଦାୟିକ ଭେଦଭାବ ପୂର୍ଣ୍ଣ ବକ୍ତବ୍ୟ ଫେସବୁକରୁ ନ ହଟାଇବା ଓ ଫେସବୁକ କର୍ମଚାରୀଙ୍କ ରାଜନୈତିକ ଦଳ ସହ ସମ୍ପର୍କ ଥିବା ବିଷୟ ଉପରେ ଗୁଡ଼ାଏ ପ୍ରଶ୍ନ କରିଥିଲେ । ହେଲେ ଫେସବୁକ ଇଣ୍ଡିଆର କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଅପଶଦ୍ଦ ବ୍ୟବହାର କରୁଥିବା କମିଟିରେ ଥିବା ବିଜେପିର ସଦସ୍ୟମାନେ ଉଠେଇଥିଲେ । ଫେସବୁକ ୱେବସାଇଟର ବୋର୍ଡ଼ରେ ଥିବା କେତେକ ସଦସ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗାଳିଗୁଲଜ କରୁଥିବା ମଧ୍ୟ ସେମାନେ ଅଭିଯୋଗ କରିଥିଲେ । ଉଭୟ ପକ୍ଷରୁ ରାଜନୈତିକ ଭେଦଭାବ ଓ ପକ୍ଷପାତିତା କରୁଥିବା ଫେସବୁକ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ । ଏହାଦ୍ୱାରା ଜଣାପଡ଼ୁଛି ଯେ, ସଂସଦର ସ୍ଥାୟୀ କମିଟି ଫେସବୁକର ଏହି ମାମଲାରେ ଦୁଇ ଭାଗରେ ବିଭକ୍ତ ହୋଇଯାଇଛନ୍ତି । ଏହା ପୂର୍ବରୁ ଝାରଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ରାଜସ୍ଥାନର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଫେସବୁକର ଏହି ମାମଲାରେ ଶଶୀ ଥରୁରଙ୍କୁ ପଦରୁ ହଟାଇବାକୁ ଦାବୀ କରିଛନ୍ତି । ତେବେ ଫେସବୁକ ଇଣ୍ଡିଆର ମୁଖପାତ୍ର କହିଛନ୍ତି ଯେ, ଆମେ ଖୋଲା ଓ ପାରଦର୍ଶୀ ମଞ୍ଚଭାବରେ କାର୍ଯ୍ୟ କରିବାକୁ ଦୃଢ଼ ସଂକଳ୍ପ ଓ ଲୋକଙ୍କୁ ଖୋଲାଖୋଲି ଭାବେ ନିଜ କଥା କହିବାକୁ ଅନୁମତି ଦେବୁ । ଶଶୀ ଥରୁର ଟ୍ୱିଟ କରି କହିଛନ୍ତି ଯେ, ସେ ଫେସବୁକର ପ୍ରତିନିଧିମାନଙ୍କ ସହ ଏହି ମାମଲାରେ ଆଗକୁ ମଧ୍ୟ କଥାବାର୍ତ୍ତା ଜାରି ରଖିବେ । କିନ୍ତୁ କମିଟିର କାର୍ଯ୍ୟକାଳ ସେପ୍ଟେମ୍ବର ୧୨ ରେ ସରିଯାଉ ଥିବାରୁ ଶଶୀ ଥରୁର ପଦବୀରେ ପୁଣି ରହିଲେ ସିନା କଥାବାର୍ତ୍ତା ଜାରି ରଖିବେ ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ସଂସଦର ସ୍ଥାୟୀ କମିଟି ପଚାରିଥିବା ୧୦୦ ଟି ପ୍ରଶ୍ନର ଉତ୍ତର ଫେସବୁକ ଇଣ୍ଡିଆ ଦେଉଛି ନା ସେପ୍ଟେମ୍ବର ୧୨ ରେ ଏହି କମିଟିର କାର୍ଯ୍ୟକାଳ ସରିଯାଉଥିବାରୁ ଫେସବୁକ ସେତେଦିନ ପର୍ଯ୍ୟନ୍ତ ନୀରବ ରହୁଛି, ତାହା ଦେଖିବାକୁ ବାକି ରହିଲା ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ସଂସଦର ସ୍ଥାୟୀ କମିଟି ଫେସବୁକ ଇଣ୍ଡିଆର ପ୍ରବନ୍ଧ ନିର୍ଦ୍ଦେଶକଙ୍କଠାରୁ ୧୦୦ ଟି ପ୍ରଶ୍ନର ଉତ୍ତର ମାଗିଲେ