(୦୫/୧୦) ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଗତ ୨୬ ତାରିଖରେ ରେକର୍ଡ଼ ସଂଖ୍ୟକ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତା ପରେ ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୭ ତାରିଖରେ ୩୯୨୨, ୨୮ ତାରିଖରେ ୩୨୩୫, ୨୯ ତାରିଖରେ ୩୦୬୭, ୩୦ ତାରିଖରେ ୩୪୪୩, ଅକ୍ଟୋବର ୧ ରେ ୩୬୧୫, ୨ ତାରିଖରେ ୩୬୦୦, ୩ ତାରିଖରେ ୩୦୫୩, ଗତକାଲି ଅର୍ଥାତ ୪ ତାରିଖରେ ୩୩୨୬ ଓ ଆଜି ୨୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତେବେ ଆଜି ଚିହ୍ନଟ ମାନଙ୍କ ଭିତରୁ ୧୫୨୧ ଜଣ କ୍ୱାରେଣ୍ଟାଇନରୁ ହୋଇଥିବାବେଳେ ୧୦୯୬ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି । ଆଜିର ଆକ୍ରାନ୍ତଙ୍କ ଭିତରେ ଅନୁଗୁଳର ୧୧୫, ବାଲେଶ୍ୱରର ୭୯, ବରଗଡ଼ର ୧୪୮, ଭଦ୍ରକର ୪୯, ବଲାଙ୍ଗୀରର ୧୦୯, ବୌଦ୍ଧର ୧୮, କଟକର ୧୩୬, ଦେବଗଡ଼ର ୧୮, ଢେଙ୍କାନାଳର ୭୪, ଗଜପତିର ୭, ଗଞ୍ଜାମ ଓ କୋରାପୁଟର ୪୩ ଲେଖାଏଁ, ଜଗତସିଂହପୁରର ୪୫, ଯାଜପୁରର ୧୧୨, ଝାରସୁଗୁଡ଼ାର ୪୬, କଳାହାଣ୍ଡିର ୪୪, କନ୍ଧମାଳର ୩୨, କେନ୍ଦ୍ରାପଡ଼ାର ୧୩୨, କେନ୍ଦୁଝରର ୧୦୭, ଖୋର୍ଦ୍ଧାର ୫୦୬, ମାଲକାନଗିରିର ୬୭, ମୟୁରଭଞ୍ଜର ୧୦୧, ନବରଙ୍ଗପୁରର ୫୯, ନୟାଗଡ଼ର ୩୮, ନୂଆପଡ଼ାର ୫୮, ପୁରୀର ୭୯, ରାୟଗଡ଼ାର ୨୬, ସମ୍ବଲପୁରର ୧୦୬, ସୋନପୁରର ୨୩ ଓ ସୁନ୍ଦରଗଡ଼ର ୯୧ ଜଣ ଆକ୍ରାନ୍ତ ରହିଛନ୍ତି । ତେବେ ୧୦୬ ଜଣ ଆକ୍ରାନ୍ତଙ୍କ ସବିଶେଷ ତଥ୍ୟ ଦିଆଯାଇ ନାହିଁ । ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୫,୩୩୦ ହୋଇଥିବାବେଳେ ୩୨,୦୫୧ ଜଣ ଆକ୍ରାନ୍ତ ଏବେ ମଧ୍ୟ ଚିକିତ୍ସାଧୀନ ଥିବା ଜଣାପଡ଼ିଛି । ତେବେ ଆଜି ରାଜ୍ୟରେ ପୁଣି ୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମୁଛି : ଆଜି ୨୬୧୭ ଜଣ ଆକ୍ରାନ୍ତ ଚିହ୍ନଟ ଓ ୧୭ ଜଣ ମୃତ ।
