ଡିସେମ୍ବର ୧ ରୁ ଯାନବାହନ ମାଲିକଙ୍କ ଚିନ୍ତା ବଢ଼ାଇବ ମୋଟରଯାନ ଆଇନ୍‌ରେ ଥିବା ଜରିମାନା ପରିମାଣ !


(୧୯/୧୧) ଡିସେମ୍ବର ୧ ରୁ ରାଜ୍ୟର ଯାନବାହନ ମାଲିକଙ୍କ ନିମନ୍ତେ ଚିନ୍ତା ବଢ଼ାଇବ ନୂଆ ମୋଟରଯାନ ଆଇନ ବୋଲି ସୂଚନା ମିଳିଛି । ପୂର୍ବରୁ ବେଆଇନ ଗାଡ଼ିଚାଳନା ପାଇଁ ଥିବା ଜରିମାନାକୁ ଏଥର ବୃଦ୍ଧି କରାଯାଇଛି । ତେବେ ଏହି ଦିନଠାରୁ ବାଇକ ଚାଳକଙ୍କ ସହ ପଛ ପଟେ ବସୁଥିବା ବ୍ୟକ୍ତିଙ୍କ ନିମନ୍ତେ ମଧ୍ୟ ହେଲମେଟ୍ ଆବଶ୍ୟକ ହେବ । ଯଦି ଉଭୟ ଦୁଇ ଜଣ ବିନା ହେଲମେଟ୍‌ରେ ଯାଉଥିବେ ତେବେ ପୂର୍ବରୁ ଥିବା ୧୦୦ ଟଙ୍କାର ଜରିମାନା ବଦଳରେ ଏଥର ୧୦୦୦ ଟଙ୍କା ଗଣିବାକୁ ପଡ଼ିବ ଓ ୩ ମାସ ପାଇଁ ଲାଇସେନ୍ସ ରଦ୍ଦ କରାଯିବ । ସେହିପରି ବାଇକରେ ଯଦି ୩ ଜଣ ଯାଉଥିବେ ତେବେ ସେଥିପାଇଁ ସେହି ସମାନ ପରିମାଣରେ ଜରିମାନା ଓ ଦଣ୍ଡର ବ୍ୟବସ୍ଥା ରହିଛି । ଅଧିକ ବେଗରେ ଗାଡ଼ି ଚଳଉଥିଲେ ସେଥିପାଇଁ ପୂର୍ବରୁ ଥିବା ୫୦୦ ଟଙ୍କାକୁ ଏଥର ୫୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଯଦି ପରିବାରର କୌନସି ନାବାଳକ ବାଇକ ଚଳଉଥିବେ ତେବେ ସେଥିପାଇଁ ଅଭିଭାବକ ଦାୟୀ ରହିବେ ଓ ୨୫୦୦୦ ଟଙ୍କା ସହ ୩ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ମଦ ପିଇ ଗାଡ଼ି ଚଳଉଥିଲେ ପୂର୍ବରୁ ଥିବା ୨୦୦୦ ଟଙ୍କାର ଜରିମାନାକୁ ବୃଦ୍ଧି କରି ଏଥର ୧୦୦୦୦ ଟଙ୍କା ରଖାଯାଇଛି । ସେହିପରି ବିନା ଲାଇସେନ୍ସରେ ଗାଡ଼ି ଚଳଉଥିଲେ ପୂର୍ବରୁ ଥିବା ୫୦୦ ଟଙ୍କାର ଜରିମାନାକୁ ବୃଦ୍ଧି କରି ଏଥର ୫୦୦୦ ଟଙ୍କା ରଖାଯାଇଛି । ଏପରିକି ବିନା ଇନସ୍ୟୁରାନ୍ସରେ ଗାଡ଼ି ଚଳଉଥିଲେ ୨୦୦୦ ଟଙ୍କାର ଜରିମାନାର ବ୍ୟବସ୍ଥା ରହିଥିବା ଜଣା ପଡ଼ିଛି । ତେବେ କରୋନା ସମୟରେ ଲୋକଙ୍କ ଆୟ ଉପରେ ପ୍ରଭାବ ପଡ଼ିଥିବାବେଳେ ସରକାରଙ୍କ ଜରିମାନା ବୃ୍‌ଦ୍ଧି ଲୋକଙ୍କ ନିମନ୍ତେ ବୋଝ ଉପରେ ନଲିତା ବିଡ଼ା ସଦୃଶ ହେବ ବୋଲି ଲୋକେ ଆଶଙ୍କା କଲେଣି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଡିସେମ୍ବର ୧ ରୁ ଯାନବାହନ ମାଲିକଙ୍କ ଚିନ୍ତା ବଢ଼ାଇବ ମୋଟରଯାନ ଆଇନ୍‌ରେ ଥିବା ଜରିମାନା ପରିମାଣ !