ଗଁଡ଼ାବଜାର କଳାକାରଙ୍କ ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରଣାଙ୍କ ପଦକ୍ଷେପକୁ ପଶ୍ଚିମ ଓଡ଼ିଶା ସାରା ପ୍ରଶଂସା !


(୨୩/୯) ନିକଟରେ ବଲାଙ୍ଗୀରରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଳ ଶ୍ରୀ ଚଂଚଳ ରଣା ଗଁଡ଼ାବଜାର କଳାକାରମାନଙ୍କ ଆର୍ଥୀକ ଅବସ୍ଥାକୁ ସୁଧାରିବାରେ ସାହାଯ୍ୟ ଓ ସହଯୋଗ ଯୋଗାଇ ଦେବାକୁ ଜିଲ୍ଲାର ସମସ୍ତ ବିଡିଓ ଓ ମ୍ୟୁନିସିପାଲିଟି ଅଧିକାରୀଙ୍କୁ ପତ୍ର ଦେଇଥିଲେ । ଏହି ଖବର ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ଗଁଡ଼ାବଜା ସହ ସଂଶ୍ଲିଷ୍ଟ ଥିବା କଳାକାରମାନଙ୍କ ପାଖରେ ପହଂଚିବା ପରେ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇବା ସହ ଅନ୍ୟ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଏପରି ପଦକ୍ଷେପ ନେବାକୁ ସେମାନେ ଦାବୀ କରିଛନ୍ତି । ବରଗଡ଼ରୁ ପ୍ରକାଶ ପାଉଥିବା ‘ଗଣଦୃଷ୍ଟି’ ପକ୍ଷରୁ ଏ ସମ୍ପର୍କରେ ପ୍ରସ୍ତୁତ କରାଯାଇଥିବା ଏକ କାର୍ଯ୍ୟକ୍ରମରେ ଏ ସମ୍ପର୍କରେ ଆଖପାଖ ଜିଲ୍ଲାର କଳାକାରମାନଙ୍କ ମତାମତ ନିଆ ଯାଇଥିଲା । ଏଥିରେ ଗଁଡ଼ାବଜାକୁ ନେଇ ଗବେଷଣା କରୁଥିବା ଗଜମଣି ବାଗ, ଖ୍ୟାତନାମା କଳାକାର ରମେଶ ଗୁର୍ଲା ଓ ସାମାଜିକ କାର୍ଯ୍ୟକର୍ତ୍ତ ସରୋଜ ସୁନା ନିଜର ମତାମତ ଦେଇ ବଲାଙ୍ଗୀର ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ସାଧୁବାଦ୍ ଜଣାଇବା ସହ ଅନ୍ୟ ଜିଲ୍ଲାର ଜିଲ୍ଲାପାଳମାନେ ମଧ୍ୟ ଏପରି ପଦକ୍ଷେପ ନେଇ ଗଁଡ଼ାବଜା ସହ ସଂଶ୍ଲିଷ୍ଟ କଳାକାରମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେମାନେ କହିିଛନ୍ତି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଗଁଡ଼ାବଜାର କଳାକାରଙ୍କ ପାଇଁ ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରଣାଙ୍କ ପଦକ୍ଷେପକୁ ପଶ୍ଚିମ ଓଡ଼ିଶା ସାରା ପ୍ରଶଂସା !