ଗୃହମନ୍ତ୍ରୀ ଅମିତ ଶାହ ରୋଗଗ୍ରସ୍ତ ହେବାର ଷଡ଼ଯନ୍ତ୍ର ସମ୍ପର୍କରେ ଯାଂଚ ହେବା ଆବଶ୍ୟକ !


(୧୮/୯) କିଛି ଦିନ ହେଲା ଦେଶର ଗୃହମନ୍ତ୍ରୀ ଅମିତ ଶାହ ବାରମ୍ବାର ରୋଗଗ୍ରସ୍ତ ହେଉଛନ୍ତି, ଏହା ଉପରେ ‘ଦ ୱେୟାର୍‌’ ଏକ ରୋମାଂଚକର ଆଲେଖ୍ୟ ପ୍ରକାଶ କରିଛି । କି କାରଣ ଯୋଗୁଁ ସେ ଏମିତି ରୋଗଗ୍ରସ୍ତ ହେଉଛନ୍ତି, ତାର ଯାଂଚ ହେବା ଆବଶ୍ୟକ । ଖୁସିର କଥା ଯେ, ଅମିତ ଶାହ ବର୍ତ୍ତମାନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯେତେବେଳେ ଦେଶରେ କରୋନା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ଓ ସୀମାରେ ଶତୃପକ୍ଷର ତାର କାର୍ଯ୍ୟକଳାପ ବୃଦ୍ଧି ପାଉଥିବାବେଳେ ଦେଶର ଅର୍ଥନୀତି ଅତ୍ୟନ୍ତ ନିରାଶଜନକ ସେହି ସମୟରେ ଦେଶର ଗୃହମନ୍ତ୍ରୀ ରୋଗଗ୍ରସ୍ତ ହେବାର କେହି ଷଡ଼ଯନ୍ତ୍ର କରିନାହାନ୍ତି ତ ବୋଲି ଏହି ଆଲେଖ୍ୟରେ ପ୍ରଶ୍ନବାଚୀ କରାଯାଇଛି । ଏଥିରେ ଆହୁରି ଲେଖା ଯାଇଛି ଯେ, ଗୃହମନ୍ତ୍ରୀ ଦେଶର ଦ୍ୱିତୀୟ ସୁରକ୍ଷିତ ବ୍ୟକ୍ତି ଅଟନ୍ତି ଯାହାଙ୍କ ସାଙ୍ଗେ କେବଳ ହାତ ଗଣତି କେତେ ଲୋକଙ୍କ ମିଳାମିଶା ପାଇଁ ଅନୁମତି ରହିଛି ଓ ଅନ୍ୟ ମନ୍ତ୍ରୀମାନଙ୍କ ତଥା ଜନସାଧାରଣଙ୍କ ଭଳି ସେ ସୋସିଏଲ୍ ଡିଷ୍ଟାନସିଂ ବଜାୟ ରଖୁଥିବେ । ଏପରିକି ସେ ‘ଆରୋଗ୍ୟ ସେତୁ’ ମୋବାଇଲ ଆପ୍ ମଧ୍ୟ ବ୍ୟବହାର କରୁଥିବେ ଓ ତାଙ୍କୁ ଯେପରି କୌଣସି ରୋଗ ନ ହେବ ସେଥିପାଇଁ ତାଙ୍କ ଡାକ୍ତରମାନେ ମଧ୍ୟ ସମସ୍ତ ପ୍ରକାର ସାବଧାନତା ଅବଲମ୍ବନ କରୁଥିବେ । ଏସବୁ ସତ୍ତ୍ୱେ ଏକ ବିକାଶଶୀଳ ତଥା ଶକ୍ତିଶାଳୀ ଦେଶର ଗୃହମନ୍ତ୍ରୀ ରୋଗଗ୍ରସ୍ତ ହେବା ଚିନ୍ତାଜନକ । ସେଥିପାଇଁ ଦେଶର ଗୃହମନ୍ତ୍ରୀ ଖୋଦ୍ ଏହି ରୋଗର ଶୀକାର ହେବା ପଛରେ କୌଣସି ଅପରାଧମୂଳକ ଷଡ଼ଯନ୍ତ୍ର କାଳେ ଥିବ ବୋଲି ଏହାର ଏକ ତଦନ୍ତ ହେବା ଆବଶ୍ୟକ ବୋଲି ଏଥିରେ ପ୍ରକାଶ ପାଇଛି ।

Advertisement

WANTED : Female Tele Caller(Freelance) : Qualification-Graduation. The candidates must be well conversant in Odia and Hindi language. Their voice must be sweet and audible. Interested Candidates may send their bio-data along with the contact details to : info@matrimonyind.com

Spread the love
You are currently viewing ଗୃହମନ୍ତ୍ରୀ ଅମିତ ଶାହ ରୋଗଗ୍ରସ୍ତ ହେବାର ଷଡ଼ଯନ୍ତ୍ର ସମ୍ପର୍କରେ ଯାଂଚ ହେବା ଆବଶ୍ୟକ !