(୦୮/୬) ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଥାନାର ଅନ୍ଧାରୀବାଞ୍ଜି ପଂଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ଏକା ରହୁଥିବା ଜନୈକ ହରିଜନ ଯୁବତୀଙ୍କୁୁ ଅସଦାଚରଣ ଘଟଣାକୁ ନେଇ ଭୀମ ଆର୍ମିର ହସ୍ତକ୍ଷେପରେ ଥାନାରେ ଏତଲା ଦିଆ ଯାଇଥିଲା । ଗୋଟିଏ ଦିନ ଭିତରେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ରାମପୁର ଥାନା ଆଇଆଇସି ପ୍ରତିଶୃତି ଦେଇଥିଲେ ବି ଏଯାଏଁ ଅଭିଯୁକ୍ତକୁୁ ଗିରଫ କରାଯାଇ ନ ଥିବାରୁ ଆଗାମୀ କାଲି ସକାଳ ୯ ଟା ସମୟରେ ଭୀମ ଆର୍ମି ପକ୍ଷରୁ ଥାନା ଘେରାଉ କରାଯିବ ବୋଲି ଭୀମ ଆର୍ମିର ସ୍ଥାନୀୟ ନେତା ଲଙ୍କେଶ ରାବଣ ଚେତାବନୀ ଦେଇଥିବା ଜଣାଇଛନ୍ତି ।
ହରିଜନ ଯୁବତୀଙ୍କୁୁ ଅସଦାଚରଣ ମାମଲା ; କାଲି ରାମପୁର ଥାନା ଘେରାଉ କରିବାକୁ ଚେତାବନୀ
