(୨୨/୭) ରାଜ୍ୟରେ ଥିବା ୭ ଟି ଯାକ ସରକାରୀ ମେଡିକାଲ କଲେଜ୍ ଓ ୩୦ ଟି ଯାକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୪୧ ଟି ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ଟେଲି ମେଡିସିନ୍ ସେବା ଆରମ୍ଭ ହୋଇଯାଇଛି । କୋଭିଡ୍-୧୯ ଭଳି କଠିନ ପରିସ୍ଥିତିରେ ଡାକ୍ତରଙ୍କ ସହ ସିଧାସଳଖ ପରାମର୍ଶ ମାଧ୍ୟମରେ ରୋଗୀମାନେ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ପରାମର୍ଶ ପାଇ ପାରିବେ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।
ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ୍ରେ ଟେଲି ମେଡିସିନ୍ ସେବା ଆରମ୍ଭ
